ନିର୍ବାଚନ ପାଇଁ ହିରୋର ଖାସ ଅଫର, ଭୋଟ କାଳି ଲାଗିଥିବା ଆଙ୍ଗୁଠି ଦେଖାଇଲେ ମିଳିବ ଗାଡି ସର୍ଭିସିଂ

ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ପାଇଁ ସଂପୂର୍ଣ୍ଣ ମାହୋଲ ଗରମ ରହିଛି। ଏହି ନିର୍ବାଚନରେ ଅଂଶଗ୍ରହଣ କରି ଭୋଟ ଦେବା ପାଇଁ ପ୍ରତି ନାଗରିକରଙ୍କୁ ପ୍ରେତ୍ସାହିତ କରିବା ପାଇଁ ମଟୋରସାଇକେଲ କମ୍ପାନୀ ହିରୋ ଏକ ନୂଆ ଅଫର ଆରମ୍ଭ କରିଛି। ଏହାର ନାମ ଭେହିକ୍ଲ ମେଣ୍ଟେନାନ୍ସ ସ୍କିମ ରଖାଯାଇଛି।

ଏହି ଅଫର ଦ୍ବାରା ଗ୍ରାହକମାନେ ନିଜର ଭୋଟ ଦେଇଥିବା କାଳି ଆଙ୍ଗୁଠି ଦେଖାଇ ହିରୋ ସର୍ଭିସିଂ ସେଣ୍ଟରରେ ମାଗଣାରେ ବାଇକ ଧୋଇବା ସହ ମାତ୍ର ୧୯୯ ଟଙ୍କାରେ ଗାଡିର ସଂପୂର୍ଣ୍ଣ ସର୍ଭିସିଂ କରିପାରିବେ। ସବୁଠାରୁ ଖାସ କଥା ହେଉଛି ମତଦାତା ମାନେ ଭୋଟ ଦେବାର ଦୁଇଦିନ ପର‌୍ୟ୍ୟନ୍ତ ଏହି ଅଫରର ଫାଇଦା ଉଠାଇ ପାରିବେ। ଏହି ଅଫର ନିର୍ବାଚନ ଶେଷ ହେବା ପର‌୍ୟ୍ୟନ୍ତ ଅର୍ଥାତ୍ ଏପ୍ରିଲ୍-ମଇ ମାସ ଉପଲବ୍ଧ ହେବ । କିନ୍ତୁ ଏହି ସୁବିଧା ପାଇବାକୁ ଗ୍ରାହକଙ୍କୁ ପୂର୍ବରୁ ଏଥିପଇଁ ପ୍ରି-ବୁକିଂ କରିବାକୁ ପଡିବ।