ଫେଷ୍ଟିଭ୍‌ ସିଜନରେ ମାତ୍ର ୫୦୧ ଟଙ୍କାରେ କିଣନ୍ତୁ Hero ବାଇକ୍‌, ଜାଣନ୍ତୁ କିପରି କରିବେ ବୁକିଂ

ବର୍ତ୍ତମାନ ଆରମ୍ଭ ହୋଇସାରିଛି ଫେଷ୍ଟିଭ୍‌ ସିଜନ୍‌ ୨୦୨୦ ର ସେଲ୍‌। ଏହି ସିଜନ୍‌ କୁ ନେଇ ଗାଡି କମ୍ପାନୀ ଗୁଡିକ ଖୁବ୍‌ ଆଶା ବାନ୍ଧି ବସିଛନ୍ତି। ହିରୋ ମୋଟୋ କାର୍ପ ମଧ୍ୟ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଉପହାର ନେଇ ଆସିଛି। କମ୍ପାନୀ ନବରାତ୍ରୀରେ ୫୦୧ ଟଙ୍କାରେ ବୁକିଂ କରାଯାଉଥିବା ଟୁହ୍ଵିଲର କିଣିବାର ସୁଯୋଗ ଦେଉଛି। ଗ୍ରାହକ ଏହି ଅଫର୍‌ ଜରିଆରେ ସ୍ପେଲେଣ୍ଡର ପ୍ଳସ ବାଇକ ଏବଂ ପ୍ଲେଜର ପ୍ଲସ ସ୍କୁଟି କିଣିପାରିବେ। ଏହି ଅଫର କେବଳ ୧୬ ଅକ୍ଟୋବର ପର୍ଯ୍ୟନ୍ତ ରହିଛି।

କମ୍ପାନୀ ଏହି ଅଫର ଜରିଆରେ ନ୍ୟୁନତମ ସୁଧ ହାର ୬.୯୯ ପ୍ରତିଶତ ଏବଂ ନ୍ୟୁନତମ ଡାଉନ୍‌ ପେମେଣ୍ଟ ୬୯୯୯ ଟଙ୍କା ଜମା କରି ଆପଣ ଏହି ଶୁଭ ଅବସରରେ ଏହି ଦୁଇଟି ଗାଡି ମଧ୍ୟରୁ ଯେ କୌଣସି ଗୋଡିଏ ଗାଡି ଆପଣଙ୍କ ନାଁରେ କରିପାରିବେ। କମ୍ପାନୀ କହିବାନୁଯାୟୀ, ଗ୍ରାହକଙ୍କୁ ପ୍ରତ୍ୟେକ ମାସରେ ମାତ୍ର ୯୯୯ ଟଙ୍କା ଇଏମଆଇ ଭରିବାକୁ ପଡିବ। ଏଥିସହ କମ୍ପାନୀ ଗ୍ରାହକଙ୍କୁ ୧୦୦ ପ୍ରତିଶତ କ୍ୟାସ୍‌ ବ୍ୟାକର ମଧ୍ୟ ଅଫର୍‌ ଦେଉଛି।

bike offer1ଯଦି ଆପଣ ଏହି ଅଫର୍‌ ଜରିଆରେ ଗାଡି କିଣିବା ପାଇଁ ଭାବୁଛନ୍ତି ତେବେ କମ୍ପାନୀର େଓ୍ଵବସାଇଟର ଏହି ଲିଙ୍କ https://heroddg.com/ କୁ ଯାଆନ୍ତୁ। ଏଠାରେ ଆପଣଙ୍କୁୁ ନିଜ ନାଁ, ମୋବାଇଲ ନମ୍ବର, ପିନ୍‌ କୋଡ୍‌, ଠିକଣା ଏବଂ ପ୍ରଡକ୍ଟ ଲେଖି ସମିଟ୍‌ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ କମ୍ପାନୀ ତରଫରୁ ଆପଣଙ୍କୁ କଲ୍‌ ଯିବ। ଏହି କଲ୍‌ ମାଧ୍ୟମରେ ଆପଣଙ୍କୁ ଅଫର୍‌ ର ସମସ୍ତ ସୂଚନା ପ୍ରଦାନ କରାଯିବ।

ସୂଚନା ମୁତାବକ ନବରାତ୍ରୀ, ଦଶହରା, ଧନତେରାସ ଏବଂ ଦୀପାବଳି ଭଳି ଶୁଭ ଅବସରରେ ସବୁଠାରୁ ଅଧିକ ଗାଡି ବିକ୍ରି କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ସଙ୍କଟ ଏବଂ ଲକଡାଉନ୍‌ ପାଇଁ ଏହି କ୍ଷେତ୍ରରେ କମ୍ପାନୀଗୁଡିକ ଅନେକ କ୍ଷତି ଦେଖାଯାଇଥିବାରୁ ଏହି ଖାସ୍‌ ସୁଯୋଗରେ ଅଧିକ ରୁ ଅଧିକ ଗାଡି ବିକ୍ରି କରିବାକୁ ନେଇ ଆୟ କରିବାରେ ଜୋର୍‌ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.