ଜାନୁୟାରୀରୁ ମହଙ୍ଗା ହେବ Hero MotoCorpର ବାଇକ୍‌ ଏବଂ ସ୍କୁଟର!

ଆସନ୍ତା ନୂଆବର୍ଷରୁ ହିରୋ ମୋଟୋକର୍ପ ନିଜ ମୋଟରସାଇକେଲ ଏବଂ ସ୍କୁଟର ମୂଲ୍ୟକୁ ୨ ହଜାର ଟଙ୍କା ପଯ୍ୟର୍ନ୍ତ ବୃଦ୍ଧି କରିବାକୁ ଯାଉଛି। ସୋମବାର କମ୍ପାନୀ ଏ ବିଷୟରେ ଘୋଷଣା କରିଛି। କମ୍ପାନୀର କହିବା ଅନୁସାରେ, ଏହି ବର୍ଦ୍ଧିତ ମୂଲ୍ୟ ସବୁ ଗାଡ଼ି ଉପରେ ଲାଗୁ ହେବ ଏବଂ ମଡେଲ ଓ ବଜାର ହିସାବରେ ତାହା ଅଲଗା ଅଲଗା ରହିବ। ଯଦିଓ କମ୍ପାନୀ ମୂଲ୍ୟ ବୃଦ୍ଧିର କାରଣ ବିଷୟରେ କିଛି ଉଲ୍ଲେଖ କରିନାହିଁ।

କମ୍ପାନୀ ୩୯,୯୦୦ ଟଙ୍କାରୁ ଆରମ୍ଭ କରି ୧.୦୫ ଟଙ୍କା ପଯ୍ୟର୍ନ୍ତ ଦାମ୍‌ରେ ମୋଟରସାଇକେଲ ଏବଂ ସ୍କୁଟରଗୁଡ଼ିକୁ ବିକ୍ରି କରିଥାଏ। ଗତ ସପ୍ତାହରେ ଦେଶର ସବୁଠାରୁ ବଡ଼ କାର୍‌ କମ୍ପାନୀ ‘ମାରୁତି ସୁଜୁକୀ’ ଆସନ୍ତା ଜାନୁୟାରୀରୁ ନିଜ ଗାଡ଼ିଗୁଡ଼ିକୁ ମହଙ୍ଗା କରିବା ପାଇଁ ଘୋଷଣା କରିଥିଲା।

ହିରୋ ମୋଟୋକର୍ପ ନିଜର କିଛି ବାଇକ୍‌ର ପ୍ରଡକ୍ସନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ନିଜ ବାଇକ୍‌ର ପାଖାପାଖି ୫୦ଟି ଭିନ୍ନ ମଡେଲର ଉତ୍ପାଦନ ବନ୍ଦ କରିବାକୁ ଯାଉଛି। BS4 ମାନକ ଥିବା ବାଇକ୍‌ର ଉତ୍ପାଦନ କମ୍‌ କରିବାକୁ ରଣନୀତି ପ୍ରସ୍ତୁତ କରିଛି।

hero6

ଖବର ମୁତାବକ, ହିରୋ ମୋଟୋକର୍ପ BS4 ବାଇକ୍‌ର ୫୦ ଭେରିଆଣ୍ଟସ୍‌କୁ ବନ୍ଦ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ନିକଟରେ କମ୍ପାନୀ BS6 ମାନକ ଥିବା Splendor iSmart ମୋଟରସାଇକେଲ ଲଞ୍ଚ୍‌ କରିଛି। ଏହା ଦେଶର ପ୍ରଥମ BS6 emission standard ବାଇକ୍‌, ଯାହାର ଦିଲ୍ଲୀ ଏକ୍ସ-ଶୋ’ରୁମ୍‌ ମୂଲ୍ୟ ୬୪,୯୦୦ ଟଙ୍କାରୁ ଆରମ୍ଭ ହେଉଛି।

ଏବେ କମ୍ପାନୀ ନୂଆ emission standard ବାଇକ୍‌ର ଉତ୍ପାଦନକୁ ବଢ଼ାଇବାକୁ ଚାହୁଁଛି। Splendor ଲଞ୍ଚିଙ୍ଗ୍‌ ସମୟରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା, କମ୍ପାନୀ ନୂଆ ବାଇକ୍‌କୁ ସାରା ଦେଶରେ ବିଭିନ୍ନ ପଯ୍ୟର୍ାୟରେ ଲଞ୍ଚ୍‌ କରିବ।

ଅନ୍ୟପକ୍ଷରେ BS4 ମାନକ ଥିବା ଯେଉଁ ବାଇକ୍‌ଗୁଡ଼ିକୁ କମ୍ପାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି, ସେଗୁଡ଼ିକ ମଧ୍ୟରେ Splendor, HF Deluxe, Glamor ଏବଂ Pleasure Scooter ଆଦି ଅନ୍ତର୍ଭୁକ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.