ସାରା ବିଶ୍ୱରେ ସେଲ୍ ହେଉଛି Hero ବାଇକ୍ସ ଏବଂ ସ୍କୁଟର, ମାତ୍ର ୩୧ ଦିନରେ ୪ ଲକ୍ଷରୁ ଅଧିକ ସେଲ୍

ଭାରତରେ ଟୁ-ହୁଇଲର ଗାଡ଼ିର ଡିମାଣ୍ଡ ବେସ୍ ଅଧିକ ରହିଛି । ଟୁ-ହୁଇଲର୍ସ ମେକର କମ୍ପାନୀ Hero MotoCorp ଚଳିତ ବର୍ଷ ଆରମ୍ଭରେ ଭଲ ସେଲ୍ କରିଛି । କମ୍ପାନୀ ଜାନୁଆରୀ ୨୦୨୫ ରେ ମୋଟ୍ ୪ ଲକ୍ଷ ୪୨ ହଜାର ୮୭୩ ୟୁନିଟ୍ସର ସେଲ୍ କରିଛି । ଗତ ବର୍ଷ ତୁଳନାରେ ଏହା ୨.୧୪% ବୃଦ୍ଧି ହୋଇଛି ।
ଭାରତୀୟ ବଜାରକୁ ଦେଖିବାକୁ ଗଲେ Hero ସେଲରେ ୪୦% ରୁ ଅଧିକ ଦେଖିବାକୁ ମିଳିଛି । ଟୁ-ହୁଇଲର ମେକର Hero MotoCorp ଅନେକ ନୂଆ ଟୁ-ହୁଇଲର ଗାକ୍ଷି ମଧ୍ୟ ଲଞ୍ଚ କରିଛି, ଯେଉଁଥିରେ କେବଳ ମୋଟରସାଇକେଲ ନୁହେଁ ସ୍କୁଟର ମଧ୍ୟ ସାମିଲ ଅଛି । ଏହି ନୂଆ ମଡେଲଗୁଡିକରେ Xtreme 250R, XPulse 210, Destini 125, Xoom 125 ଏବଂ ଅନ୍ୟାନ୍ୟ ସ୍କୁଟର ରହିଛି । ଏହି ନୂଆ ମଡେଲଗୁଡିକ ହେତୁ Hero MotoCorp ବହୁତ ସଫଳତା ପାଇଛି ।
ଗତ ମାସରେ କମ୍ପାନୀ ସମୁଦାୟ ୪ ଲକ୍ଷ ୨ ହଜାର ୮୭୩ ୟୁନିଟ୍ ସେଲ୍ କରିଥିଲା । ଯଦି ଗତ ବର୍ଷ ଜାନୁଆରୀ ବିଷୟରେ କୁହାଯାଏ ତେବେ ୪ ଲକ୍ଷ ୩୩ ହଜାର ୫୯୮ ୟୁନିଟ୍ ଥିଲା । ଏପରି ଭାବରେ କମ୍ପାନୀ ବର୍ଷର ପ୍ରାରମ୍ଭିକ ମାସରେ ମୋଟ୍ ୯ ହଜାର ୨୭୫ ୟୁନିଟ୍ ଅଧିକ ସେଲକ କରିଛି ।
ଭାରତୀୟ ବଜାରରେ କମ୍ପାନୀ ମୋଟ୍ ୪ ଲକ୍ଷ ୧୨ ହଜାର ୩୭୮ ୟୁନିଟ୍ସ ସେଲ୍ ହୋଇଛି, ଯାହା ଡିସେମ୍ବର ୨୦୨୪ ତୁଳନାରେ ୪୦.୧୯% ଅଧିକ ରହିଛି । ଏହା ବ୍ୟତୀତ କମ୍ପାନୀ ୩୦ ହଜାର ୪୯୫ ୟୁନିଟ୍ ଏକ୍ସପୋର୍ଟ କରିଛି ଯାହା ୧୪୦.୮୦% କୁ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି Hero MotoCorp ବାଇକ୍ ଏବଂ ସ୍କୁଟର ଅଧିକ ପପୁଲାର ହୋଇଛି ।
Hero MotoCorp ଅଧିକାଂଶ ସେଲ୍ ମୋଟରସାଇକେଲ ମାଧ୍ୟମରେ ହୋଇଥାଏ । ଏହି ସେଲର ୯୦.୩୯% ମୋଟରସାଇକେଲ ଅଛି । ଜାନୁଆରୀ ୨୦୨୫ ରେ ମୋଟ୍ ୪ ଲକ୍ଷ ୨୯୩ ୟୁନିଟ୍ ସେଲ୍ ହୋଇଥିଲା, ଯାହା ଗତ ବର୍ଷ ସୁଳନାରେ ସାମାନ୍ୟ ହ୍ରାସ ପାଇଛି । ସ୍କୁଟରରେ ବହୁତ ମାତ୍ରାରେ ସେଲ ହେବାର ଦେଖିବାକୁ ମିଳିଛି । ଜାନୁଆରୀ ୨୦୨୫ ରେ ୪୨ ହଜାର ୫୮୦ ୟୁନିଟ୍ ସେଲ୍ ହୋଇଛି, ଯାହା ଗତ ବର୍ଷ ଜାନୁଆରୀ ତୁଳନାରେ ୩୪.୯୯କ୍% ଅଧିକ ରହିଛି ।