ବ୍ୟବସାୟ ଓ ଅର୍ଥନୀତି

୧ ଜୁଲାଇରୁ ହିରୋ ମୋଟରକପ୍‌ ନିଜର ସମସ୍ତ ବାଇକ ଓ ସ୍କୁଟରର ବଢ଼ାଇବ ଦାମ୍‌

ହିରୋ ବାଇକ୍‌ କିଣିବା ଏବେ ହୋଇଯିବ ମହଙ୍ଗା। ଜୁଲାଇ ୧ ରୁ ବଢ଼ିବ ହିରୋର ସମସ୍ତ ବାଇକ ଓ ସ୍କୁଟରର ଦାମ୍‌। ହଁ ହିରୋ ମୋଟରକର୍ପ ନିଜର ସମସ୍ତ ଗାଡିର ଦାମ୍‌ ବଢ଼ାଇବାକୁ ଯାଉଛି। ଏହି ବର୍ଷ ଗାଡିର ଦାମ ବୃଦ୍ଧି ପାଇବାରେ ଲାଗିଛି। ତେଣିକି ତାହା ଟୁ ହ୍ଵିଲର୍ସ ହେଉ କିମ୍ବା ଫୋର ହ୍ଵିଲର୍ସ, ପ୍ରାୟ ସବୁ କମ୍ପାନୀ ନିଜ ଗାଡିର ଦାମକୁ ବଢ଼ାଇବାରେ ଲାଗିଛନ୍ତି। ଏହାରି ଭିତରେ ହିରୋ ବି ନିଜର ମୋଟରସାଇକେଲ ଏବଂ ସ୍କୁଟର୍ସ ଦାମକୁ ବଢ଼ାଇବା ପାଇଁ ଘୋଷଣା କରିଛି।

କମ୍ପାନୀ ଜଣାଇଛି ଯେ ସେ ନିଜ ର ସମସ୍ତ ଟୁ-ହ୍ଵିଲର୍ସ ଉପରେ ୧ ଜୁଲାଇ ଠାରୁ ୩୦୦୦ ଟଙ୍କା ବୃଦ୍ଧି କରିବ। ଯଦିଓ କେଉଁ ମଡେଲ ଉପରେ କେତେ ଟଙ୍କା ବଢ଼ିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଏମିତିରେ ଯଦି ଆପଣ ହିରୋର କୌଣସି ଗାଡି କିଣିବାକୁ ପ୍ଲାନ କରୁଛନ୍ତି ତାହେଲେ ୩୦ ଜୁନ୍‌ ପୂର୍ବରୁ ହିଁ କିଣିଦିଅନ୍ତୁ।

ଟୁ-ହ୍ଵିଲରର ଦାମ୍‌ ବଢ଼ାଇବାକୁ ନେଇ ହିରୋ ମୋଟରକପ୍‌ କହିଛି ଯେ କଞ୍ଚା ମାଲ ଦାମରେ ଲଗାତର ବୃଦ୍ଧି ଘଟିଛି। ଏହି କାରଣରୁ ଆମେ ଦାମ ବଢ଼ାଇବାକୁ ବାଧ୍ୟ ହେବାକୁ ପଡୁଛି। ମଡେଲ ଏବଂ ବଜାର ହିସାବରେ ଦର ବୃଦ୍ଧି ଅଲଗା ଅଲଗା ହେବ। କମ୍ପାନୀ ଏହା ମଧ୍ୟ ଜଣାଇଛି ଯେ ସମସ୍ତ ବାଇକ ଏବଂ ସ୍କୁଟରର ଦାମ୍‌ ବୃଦ୍ଧି କରାଯିବ। ଏଥିରେ ମ୍ୟାକ୍ସିମମ୍‌ ବୃଦ୍ଧି ୩ହଜାର ଟଙ୍କା ପର୍ଯ୍ୟନ୍ତ ହେବ।

ହିରୋ ମୋଟରକପ୍‌ ୪ ଜାନୁଆରୀ ୨୦୨୨ରେ ଟୁ-ହ୍ଵିଲର୍ସ ଦାମରେ ୨୦୦୦ ଟଙ୍କା ବଢ଼ାଇଥିଲା। ୪ ଜାନୁଆରୀ ପୂର୍ବରୁ କମ୍ପାନୀ ଦୁଇ ଥର ଦାମ୍‌ ବଢ଼ାଇ ସାରିଥିଲା। ହିରୋ ୧ ଜୁଲାଇ ୨୦୨୧ରେ ଟୁ-ହ୍ଵିଲର୍ସର ଏକ୍ସ-ଶୋରୁମ ଦାମରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇଥିଲା। ସେହି ସମୟରେ ମଧ୍ୟ କମ୍ପାନୀ ଦାମ୍‌ ବଢ଼ାଇବା ପଛରେ କମୋଡିଟୀ କଷ୍ଟର ବାହାନା ଦେଇଥିଲା। କୁହାଯାଉଛି ଯେ କଞ୍ଚା ମାଲର ଦାମ୍‌ ବଢ଼ିବା କାରଣରୁ ଏହାର ପ୍ରଭାବ ଅନ୍ୟ କମ୍ପାନୀର ଗାଡି ଉପରେ ବି ପଡିପାରେ।

ତେଣୁ ଯଦି ଆପଣ ହିରୋର କୌଣସି ଗାଡି କିଣିବାକୁ ପ୍ଲାନ କରୁଛନ୍ତି ତାହେଲେ ଜଳଦି ୩୦ ଜୁନ୍‌ ଭିତରେ କିଣିଦିଅନ୍ତୁ। ନଚେତ ୩ହଜାର ଟଙ୍କା ଅଧିକ ଦେବାକୁ ପଡିବ।

 

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

21 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

23 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago