ଆସିଗଲା Hero MotoCorpର ପ୍ରଥମ ଇ-ସ୍କୁଟର Vida V1; ୧୬୫ କିଲୋମିଟର ମିଳିବ ରେଞ୍ଜ୍‌…ମାତ୍ର ଏତିକି ରହିଛି ଦାମ୍‌

ଭାରତର ସବୁଠାରୁ ବଡ଼ ଦୁଇଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ (Hero MotoCorp)’ ଆଜି ଶେଷରେ ଇଲେକ୍ଟ୍ରିକ୍‌ ଟୁ-ହ୍ଵିଲର ସେଗ୍‌ମେଣ୍ଟରେ ଏଣ୍ଟ୍ରି ମାରିଛି। କମ୍ପାନୀ ନିଜର ନୂଆ ଇଲେକ୍ଟ୍ରିକ୍‌ ଯାନ କମ୍ପାନୀ ‘Vida’ ଅଧୀନରେ ପ୍ରଥମ ସ୍କୁଟର Vida V1 ଲଞ୍ଚ୍‌ କରିଛି। ଏହି ସ୍କୁଟରକୁ ଦୁଇଟି ଭ୍ୟାରିଆଣ୍ଟ Vida V1 Plus ଏବଂ V1 Proରେ ଅଣାଯାଇଛି। ହିରୋ ଦାବି କରିଛି କି, ଇଲେକ୍ଟ୍ରିକ୍‌ ସ୍କୁଟରକୁ ଅନେକ ଭଲ ଭଲ ଇନ୍‌-କ୍ଲାସ୍‌ ଫିଚର୍ସ ସହିତ ଅଣାଯାଇଛି। ଏଥିରେ ଟଚ୍‌ ସ୍କ୍ରିନ୍‌ ଡିସ୍‌ପ୍ଲେ, କ୍ରୁଜ କଣ୍ଟ୍ରୋଲ, କିଲେସ୍‌ କଣ୍ଟ୍ରୋଲ ସହ ଅଲୟ ହ୍ଵିଲ୍‌ ଭଳି ଫିଚର୍ସ ମଧ୍ୟ ରହିଛି।

କ’ଣ ରହିଛି ଦାମ୍‌

କମ୍ପାନୀ ଏହାକୁ ପାଖାପାଖି ୧.୫ ଲକ୍ଷ ଟଙ୍କା ରେଞ୍ଜ୍‌ରେ ଆଣିଛି। Vida V1 Plusର ଦାମ୍‌ ୧.୪୫ ଲକ୍ଷ ଟଙ୍କା ଏବଂ V1 Proର ଦାମ୍‌ ୧.୫୯ ଲକ୍ଷ ଟଙ୍କା ରଖାଯାଇଛି। ଏହାର ବୁକିଂ ୧୦ ଅକ୍ଟୋବରରୁ ଆରମ୍ଭ ହେବ। ଗ୍ରାହକ ଏହାକୁ ମାତ୍ର ୨୪୯୯ ଟଙ୍କାରେ ବୁକ୍‌ କରି ପାରିବେ। ସ୍କୁଟରର ଡେଲିଭରି ଡିସେମ୍ବର ମାସର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ। ପ୍ରାରମ୍ଭରେ ସ୍କୁଟରକୁ କେବଳ ତିନି ସହର ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଜୟପୁରରେ ଉପଲବ୍ଧ କରାଯିବ। ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ଅଧିକ ସଂଖ୍ୟକ ସହରକୁ ଯୋଡ଼ାଯିବ। ବୁକିଂ ପାଇଁ ଗ୍ରାହକମାନେ କମ୍ପାନୀର ଅଫିସିଆଲ େଓ୍ଵବ୍‌ସାଇଟରେ ଲଗ୍‌ ଇନ୍‌ କରି ପାରିବେ।

V1 Pro

ଏହା Vida V1ର ଅଧିକ ପାଓ୍ଵାରଫୁଲ ଭର୍ସନ। ଏହି ସ୍କୁଟର ଫୁଲ୍‌ ଚାର୍ଜରେ ୧୬୫ କିମି ରେଞ୍ଜ୍‌ ଅଫର୍‌ କରିଥାଏ। ସ୍କୁଟରର ଟପ୍‌ ସ୍ପିଡ୍‌ ପ୍ରତି ଘଣ୍ଟା ୮୦ କିମି ରହିଛି। ଏହା 0ରୁ 40kmphର ସ୍ପିଡ୍‌ ୩.୨ ସେକେଣ୍ଡରେ ପାଇଥାଏ।

Vida V1 Plus

ଏହା Vida V1ର କମ୍‌ ପାଓ୍ଵାରଫୁଲ ଭର୍ସନ। ଏହି ସ୍କୁଟର ଫୁଲ୍‌ ଚାର୍ଜରେ ୧୪୩ କିମିର ରେଞ୍ଜ୍‌ ଅଫର କରିଥାଏ। ସ୍କୁଟରର ଟପ୍‌ ସ୍ପିଡ୍‌ ପ୍ରତି ଘଣ୍ଟା ୮୦ କିମି ରହିଛି। ଏହା 0ରୁ 40kmphର ସ୍ପିଡ୍‌ ୩.୪ ସେକେଣ୍ଡରେ ପାଇଯାଇଥାଏ।

କମ୍ପାନୀ Vida V1 ପାଇଁ ଗ୍ରାହକମାନଙ୍କୁ ଦାମ୍‌ର ୭୦% ପର୍ଯ୍ୟନ୍ତ ଏକ ବାୟବ୍ୟାକ୍‌ ପ୍ଲାନ ଆଣିବ। ଏହା ବ୍ୟତୀତ ଗ୍ରାହକମାନଙ୍କର ଭରସା ବଢ଼ାଇବା ପାଇଁ ୭୨ ଘଣ୍ଟା କିମ୍ବା ୩ ଦିନ ପର୍ଯ୍ୟନ୍ତ ଟେଷ୍ଟ୍‍ ରାଇଡ୍‌ ପ୍ଲାନ ମଧ୍ୟ ଆଣିବ। Vida V1 ଇଲେକ୍ଟ୍ରିକ୍‌ ସ୍କୁଟରର ବ୍ୟାଟେରୀ IP67 ରେଟିଂର ରହିଛି। କମ୍ପାନୀର କହିବା ହେଲା କି, Vida V1 ଏକ ‘ସ୍ମାର୍ଟଫୋନ ଅନ୍‌ ହ୍ଵିଲ୍‌ସ’। ଅର୍ଥାତ୍‌ ଏହା ଆପଣଙ୍କ ସ୍ମାର୍ଟଫୋନ ସହ ଯୋଡ଼ି ହେବା ପରେ ଡିସ୍‌ପ୍ଲେରେ ସମସ୍ତ ଜରୁରୀ ସୂଚନା ଦେଖାଇଥାଏ।

କହି ରଖୁଛୁ, ଆଜିକାଲି ଇଲେକ୍ଟ୍ରିକ୍‌ ଯାନଗୁଡ଼ିକର ଚାହିଦା ଏତେ ମାତ୍ରାରେ ବଢ଼ି ଯାଇଛି ଯେ ଲୋକେ ଆଉ ପେଟ୍ରୋଲ, ଡିଜେଲ ଗାଡ଼ି କିଣିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ଯୋଗୁ ଲୋକେ ଇ-ସ୍କୁଟର କିଣିବାକୁ ବେଶି ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.