Hero Splendor ହେଉଛି ଭାରତୀୟ ବଜାରରେ ଏକ ବାଇକ୍ ଯାହା ବର୍ଷ ବର୍ଷ ଧରି ମୋଷ୍ଟ ସେଲିଙ୍ଗ୍ ହୋଇଆସୁଛି । ସହର ହେଉ କିମ୍ବା ଗାଁ ଏହି ବାଇକକୁ ସବୁଆଡେ ଦେଖିବାକୁ ମିଳେ । ଏହି ବାଇକ୍ କମ୍ ମୂଲ୍ୟରେ ଆସିଥାଏ ଏବଂ ଭଲ ମାଇଲେଜ୍ ମଧ୍ୟ ଦେଇଥାଏ । Hero Splendor ଅନେକ ଭ୍ୟାରିଆଣ୍ଟରେ ଆସିଥାଏ, ଯେଉଁଥିରେ Splendor Plus, Xtec ଏବଂ Super Splendor ନାମ ସାମିଲ୍ ଅଛି ।
ଯଦି ଆପଣ ମଧ୍ୟ Hero Splendor କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ କେର୍ଉ ମଡେଲ୍ ଅଧିକ ମାଇଲେଜ୍ ଦିଏ ତାହା ଜାଣିବା ନିହାତି ଆବଶ୍ୟକ । ଏଠାରେ ଆପଣଙ୍କୁ Splendor ର ସମସ୍ତ ଭ୍ୟାରିଆଣ୍ଟର ପ୍ରାଇସ୍ ଏବଂ ମାଇଲେଜ୍ ବିଷୟରେ କହିବୁ ।
Hero Splendor Plus ଭ୍ୟାରିଆଣ୍ଟ ବିଷୟରେ କହିବାକୁ ଗଲେ, ଏହା ଭାରତୀୟ ବଜାରରେ ଏକ ପପୁଲାର ବାଇକ୍ । ଏହାର ପ୍ରାଇସ୍ ୭୬ ହଜାର ୩୫୬ ଟଙ୍କାରୁ ୭୯ ହଜାର ୩୩୬ ଟଙ୍କା ଏକ୍ସ-ସୋରୁମ୍ ମଧ୍ୟରେ ରହିଛି । Splendor Plus ରେ ୯୭.୨cc ସିଙ୍ଗଲ ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ଦିଆଯାଇଛି । ୪-ସ୍ପିଡ୍ ଗିୟରବକ୍ସ ସହିତ ଆସିଥିବା Splendor Plus ପ୍ରାୟ ୭୦ KMPL ର ମାଇଲେଜ୍ ଦେଇଥାଏ ।
Hero Splendor Plus XTEC:
ସେକେଣ୍ଡ ଭ୍ୟାରିଆଣ୍ଟ ହେଉଛି Hero Splendor Plus XTEC, ଯାହାର ପ୍ରାଇସ୍ ଭାରତୀୟ ବଜାରରେ ୮୦ ହଜାରରୁ ଆରମ୍ଭ ହୋଇଛି । ଏହି ମୋଟରସାଇକେଲରେ ୯୭.୨cc ଏୟାର-କୁଲ୍ଡ ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ଅଛି । Hero Splendor Plus XTEC ବାଇକର ମାଇଲେଜ୍ ବିଷୟରେ କହିବାକୁ ଗଲେ ଏହା ଲିଟର ପିଛିା ୭୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ । ଯଦି ଏହି ବାଇକର ଫିଚର୍ସ ବିଷୟରେ କହିବା ତେବେ ଏଥିରେ LCD instrument console ସହିତ ଅନେକ ଦମଦାର୍ ଫିଚର୍ସ ରହିଛି ।
Hero Super Splendor:
ତୃତୀୟ ଭ୍ୟାରିଆଣ୍ଟ ହେଉଛି Hero Super Splendor, ଯାହାର ପ୍ରାଇସ୍ ୮୨ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ । ଏଥିରେ ଆପଣ ୧୨୪.୭Cc ଏୟାର-କୁଲ୍ଡ ସିଙ୍ଗଲ ସିଲିଣ୍ଡର ପେଟ୍ରୋଲ୍ ଇଞ୍ଜିନ୍ ରହିଛି । ଏହି Super Splendor ବାଇକରେ ୫-ସ୍ପିଡ୍ ଗିୟର ବକ୍ସର ସୁବିଧା ମିଳିଥା, । ଏହି ବାଇକ୍ ଲିଟର ପିଛା ୬୦ କିଲୋମିଟର ପୗର୍ୟନ୍ତ ମାଇଲେଜ୍ ଦେଇଥାଏ । ଏଥିରେ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କନସୋଲ୍ USB ଚାର୍ଜିଂ ମୋର୍ଟ ସହିତ ଅନେକ ଫିଚର୍ସ ସାମିଲ ଅଛି ।