Hero Splendor+ ଏବଂ Hero Super Splendor ମଧ୍ୟରୁ କେଉଁଟା ଆପଣଙ୍କ ପାଇର୍ ଫିଟ୍‌ ରହିବ? ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି ତ ଫଟାଫଟ୍‌ ଜାଣନ୍ତୁ

ଦେଶରେ ବହୁତ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ହିରୋ ବାଇକକୁ ବହୁତ ପସନ୍ଦ କରନ୍ତି। ଲୋକଙ୍କୁ ଏହା ଉପରେ ବହୁତ ଭରଷା ରହିଛି। କିନ୍ତୁ, କେବେକେବେ ଲୋକମାନେ ଗୋଟେ ବ୍ରାଣ୍ଡର ଦୁଇଟି ପ୍ରଡକ୍ଟସକୁ ନେଇ କନଫ୍ୟୁଜ୍‌ ହୋଇଯାନ୍ତି। ଏମିତିରେ ଯଦି ଆପଣ Hero Splendor+ ଏବଂ Hero Super Splendor କୁ ନେଇ କନଫ୍ୟୁଜ୍‌ ଅଛି ତାହେଲେ ଆମେ ଆପଣଙ୍କ କନଫ୍ୟୁଜନ୍‌ ଦୂର କରିବୁ। ଆଜି ଆମେ ଆପଣଙ୍କୁ ଏହି ଦୁଇଟି ବାଇକର ସ୍ପେସିଫିକେସନ୍ସ ଏବଂ ଦାମ୍‌ ବିଷୟରେ କହିବାକୁ ଯାଉଛୁ। ଯାହାପରେ ଆପଣଙ୍କୁ ଜାଣିବାକୁ ଏହା ସହଜ ହୋଇଯିବ ଯେ ଆପଣଙ୍କ ପାଇଁ କେଉଁ ବାଇକ୍‌ ଅଧିକ ଠିକ୍‌ ରହିବ।

 Hero Splendor+ ର ସ୍ପେସିଫିକେସନ୍ସ

Hero Splendor+ ରେ 97.2 cc, ଏୟାର କୁଲଡ, ୪-ଷ୍ଟ୍ରେରକ, ସିଙ୍ଗଳ ସିଲିଣ୍ଡର, ଓଏଚସି ଇଞ୍ଜିନ୍‌ ମିଳିଥାଏ। ଯାହା 5.9kW@8000rpm ମ୍ୟାକ୍ସିମମ୍‌ ପାଓ୍ଵାର ଏବଂ 8.05nm@6000rpm ପିକ୍‌ ଟର୍କ ଜେନେରେଟ୍‌ କରିଥାଏ। ଏଥିରେ ଆଡଭାନ୍ସଡ ଫୁଏଲ ଇଞ୍ଜେକସନ୍‌ ସିଷ୍ଟମ,ୱେଟ ମଲଟି ପ୍ଲେ କ୍ଲଚ୍‌ ଏବଂ ୪ ସ୍ପିଡ ଗିୟରବକ୍ସ ମିଳିଥାଏ। ଏଥିରେ ଫ୍ରଣ୍ଟ ଟେଲିସ୍କୋପିକ ହାଇଡ୍ରୋଲିକ ସୋକ୍‌ ଅବର୍ଜବର ଏବଂ ରିୟର ୫-ଷ୍ଟେପ ଆଡଜଷ୍ଟେବଲ ହାଇଡ୍ରୋଲିିକ ସୋକ୍‌ ଅବଜର୍ବର ମିଳିଥାଏ। ଏଥିରେ ୧୩୦ ମିମି ଫ୍ରଣ୍ଟ ବ୍ରେକ ଡ୍ରମ ମିଳିଥାଏ। ଫ୍ରଣ୍ଟରେ 80/100-18 M/C 47P ଏବଂ ରିୟରରେ 80/100-18 M/C 54P (ଟ୍ୟୁବଲେସ୍‌) ଟାୟର ମିଳିଥାଏ।

Hero Super Splendor ସ୍ପେସିଫିକେସନ୍‌

Hero Super Splendorରେ ୧୨୪.୭ସିସି, ଏୟାର କୁଲଡ୍‌, ୪-ଷ୍ଟ୍ରୋକ, ସିଙ୍ଗଲ ସିଲିଣ୍ଡର, ଓଏଚସି ଇଞ୍ଜିନ୍‌ ମିଳିଥାଏ, ଯାହା 8kW@7500rpm ମ୍ୟାକ୍ସିମମ୍‌ ପାଓ୍ଵାର ଏବଂ 10.6nm@6000rpm ପିକ୍‌ ଟର୍କ ଜେନେରେଟ୍‌ କରିଥାଏ। ଏହାର ଇଞ୍ଜିନ Splendor+ ଠାରୁ ବଡ ଏବଂ ଅଧିକ ପାଓ୍ଵାର ଜେନେରେଟ୍‌ କରିଥାଏ। ଏଥିରେ ମଧ୍ୟ ଆଡଭାନ୍ସଡ ପ୍ରୋଗ୍ରାମଡ ଇଞ୍ଜେକସନ୍‌ ସିଷ୍ଟମ ଏବଂ େଓ୍ଵଟ୍‌ ମଲ୍ଟି ପ୍ଳେଟ କ୍ଲଚ୍‌ ମିଳିଥାଏ କିନ୍ତୁ ଏହ୍ୟତୀତ ୫ ସ୍ପିଡ ଗିୟରବକ୍ସ ମଧ୍ୟ ମିଳିଥାଏ।

ଏଥିରେ ମଧ୍ୟ ଫ୍ରଣ୍ଟ ଟେଲିସ୍କୋପିକ ହାଇଡ୍ରୋଲିକ ସୋକ୍‌ ଅବଜର୍ବର ଏବଂ ରିୟର ୫-ଷ୍ଟେପ ଆଡଜଷ୍ଟେବଲ ହାଇଡ୍ରୋଲିକ ସୋକ୍‌ ଅବଜର୍ବର ମିଳିଥାଏ। ଭ୍ୟାରିୟଣ୍ଟ ଆଧାରରେ ୨୪୦ ମିମିର ଫ୍ରଣ୍ଟ ବ୍ରେକ ଡିସ୍କ, ୧୩୦ ମିମିର ଫ୍ରଣ୍ଟ ବ୍ରେକ ଡ୍ରମ ଏବଂ ୧୩୦ ମିମିର ରିୟର ବ୍ରେକ ଡ୍ରମ୍‌ ମିଳିଥାଏ। ଫ୍ରଣ୍ଟରେ 80/100-18 (ଟ୍ୟୁବଲେସ) ଟାୟର ଏବଂ ରିୟରରେ 90/90-18 (ଟ୍ୟୁବଲେସ) ଟାୟରର ମିଳିଥାଏ।

Hero Splendor+ ଏବଂ Hero Super Splendor ଦାମ୍‌

Hero Splendor+ର ଦାମ୍‌ ପ୍ରାୟ ୭୦ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ। ଏବଂ ପ୍ରାୟ ୭୩ ହଜାର ପର୍ଯ୍ୟନ୍ତ ଯାଇଥାଏ। ସେହିପରି Hero Super Splendor ର ଦାମ୍‌ ପ୍ରାୟ ୭୭ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ପ୍ରାୟ ୮୧ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.