ବ୍ଲୁଟୁଥ୍‌ ଏବଂ ଏସୟୁବି ଚାର୍ଜର ଭଳି ଫିଚର୍ସ ସହ ମାର୍କେଟକୁ ଆସିଲା Splendor Plusର ଏହି ସ୍ମାର୍ଟ ବାଇକ, ଜାଣନ୍ତୁ ଦାମ୍‌ ଏବଂ ଫିଚର୍ସ

ହିରୋ ସ୍ପ୍ଲେଣ୍ଡରକୁ ଲୋକେ ବହୁତ ମାତ୍ରାରେ ପସନ୍ଦ କରନ୍ତି। କାହିଁ କେଉଁ କାଳରୁ ଏହା ଗ୍ରାହକଙ୍କ ହୃଦୟରେ ରାଜ୍‌ କରୁଛି। ମିଡିଲ୍‌ କ୍ଲାସ୍‌ ଲୋକଙ୍କ ପାଇଁ ଏହି ବାକଇ ବହୁତ କାମରେ ଆସିପାରିଛି। ଯାହାକୁ ଦେଖି କମ୍ପାନୀ ସମୟ ସମୟରେ ଏହି ବାଇକର ନୂଆ ମଡେଲକୁ ଲଞ୍ଚ୍‌ କରୁଛି।

ତେବେ ଏହାରି ଭିତରେ ପାଞ୍ଚ ବର୍ଷ ଓ୍ଵାରେଣ୍ଟୀ ସହିତ ଆସୁଥିବା ସ୍ପ୍ଲେଣ୍ଡର ନିଜର ନୂଆ ବାଇକ Splendor plus xtecକୁ ଲଞ୍ଚ୍‌ କରିଦେଇଛି। ୧୦୦ ସିସିର ଏହି ବାଇକକର ପ୍ରାରମ୍ଭିକ ଦାମ ଏକ୍ସଶୋରୁମ୍‌ ହିସାବରେ ରହିଛି ୭୨,୯୦୦ ଟଙ୍କା। ସେହିପରି ଏହି ବାଇକରେ ଅନେକ ନୂଆ ଫିଚର ଏବଂ ଅନେକ ନୂଆ ନୂଆ ଟେକନିକ୍‌ ମଧ୍ୟ ଦିଆଯାଇଛି।

ବାଇକର ଫିଚର୍ସ

ଯଦି ଆମେ ସ୍ପ୍ଲେଣ୍ଡର+ଏକ୍ସଟିଇସି ବାଇକର ଫିଚର୍ସ ବିଷୟରେ କହିବା ତାହେଲେ ଏଥିରେ ବ୍ଲୁଟୁଥ କନେକ୍ଟିଭିଟୀ ସହିତ ଡିଜିଟାଲ ମିଟର, କଲ୍‌ ଏବଂ ଏସଏମଏସ ଆଲର୍ଟ, ରିୟଲ ଟାଇମ ମାଇଲେଜ୍‌ ଇଣ୍ଡିକେଟର, ୟୁଏସବି ଚାର୍ଜର, ଏଲଇଡି ହାଇଇଣ୍ଟେସିଟୀ ଲ୍ୟାମ୍ପ, ସାଇଡ ଇଞ୍ଜିନ କଟ୍‌ ଅଫ୍‌, ଲୋ ଫୁଏଲ ଇଣ୍ଡିକେଟର ସହିତ ମିଟର ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ ଲଗାଯାଇଛି।

Bluetoothଚାରିଟି ରଙ୍ଗରେ ଉପଲବ୍ଧ ବାଇକ୍‌

ସ୍ପ୍ଲେଣ୍ଡର+ଏକ୍ସଟିଇସି i3s ଟେକ୍ନୋଲୋଜି ସହିତ ଗ୍ରାହକଙ୍କୁ ମିଳିବ। କମ୍ପାନୀ ଏହାକୁ ଚାରିଟି ଅଲଗା ଅଲଗା ରଙ୍ଗରେ ବଜାରରେ ଲଞ୍ଚ୍‌ କରିଛି। ଯେଉଁଥିରେ ସ୍ପାର୍କିଙ୍ଗ୍‌ ବିଟା ବ୍ଲୁ, କାନଭାସ୍‌ ବ୍ଲାକ, ଟୋନାର୍ଡୋ ଗ୍ରେ ଏବଂ ପର୍ଲ ହ୍ଵାଇଟ ଭଳି କଲର ସାମିଲ ରହିଛି। ପୂର୍ବ ବାଇକ ମୁକାବିଲାରେ ଏହାକୁ ବହୁତ ଆକର୍ଷକ ଲୁକ ଦିଆଯାଇଛି।

ବାଇକର ଇଞ୍ଜିନ୍‌

ଯଦି ଆମେ ବାଇକର ଇଞ୍ଜିନ୍‌ କଥା କହିବା ତାହେଲେ ଏଥିରେ ୯୨.୨ସିସିର BS-VI କମ୍ପେଲ୍ଟ ଇଞ୍ଜିନ୍‌ ଦିଆଯାଇଛି। ଯାହା ୭ ହଜାର RPMରେ 7.9 BHP ପାଓ୍ଵାର ଏବଂ ୬ ହଜାର RPMରେ 8.05 BHP ପିକ୍‌ ଟର୍କ ଜେନେରେଟ୍‌ କରିଥାଏ।

ତେଣୁ ଯଦି ଆପଣ ହିରୋ ବାଇକର ଫ୍ୟାନ୍‌ ଆଉ ଟେକ୍ନୋଲୋଜି ଜାମାନରେ ଡିଜିଟାଲକୁ ସାଙ୍ଗରେ ନେଇ ଯିବାକୁ ଚାହୁଁଛନ୍ତି, ତାହେଲେ ଏହି ବାଇକ୍‌ ଏକଦମ୍‌ ବେଷ୍ଟ ରହିବ ଆପଣଙ୍କ ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.