ଦେଶରେ ବେଲଗାମ୍‌ ଦରଦାମ୍‌ ସ୍ଥିତି, ଗତ ଡିସେମ୍ବର ମାସରେ ପନିପରିବା ଦରରେ ସର୍ବାଧିକ ବୃଦ୍ଧି

ନୂଆଦିଲ୍ଲୀ:ଦେଶରେ ଦରଦାମ ସ୍ଥିତି ଅନିୟନ୍ତ୍ରିତ। ଗତ ଡିସେମ୍ବର ମାସରେ ଅନେକ ସାମଗ୍ରୀର ଦର ବଢିଥିଲା। ପନିପରିବା ଦରରେ ମଧ୍ୟ ସର୍ବାଧିକ ବୃଦ୍ଧି ଘଟିଛି। ୨୦୧୯ ଡିସେମ୍ବର ମାସର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୩୫ ପ୍ରତିଶତ ଭଳି ଉଚ୍ଚସ୍ତରରେ ପହଞ୍ଚିଥିଲା। ଏହାର ଗୋଟିଏ ମାସ ପୂର୍ବରୁ ମୁଦ୍ରାସ୍ଫୀତି ହାର ୫.୫୪ ପ୍ରତିଶତ ରହିଥିଲା। ବିଗତ ୫ବର୍ଷ ମଧ୍ୟରେ ଦରଦାମର ଏହା ସବୁଠାରୁ ଖରାପ ସ୍ଥିତି। ଶେଷଥର ଲାଗି ୨୦୧୪ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାରକୁ ୭ପ୍ରତିଶତରୁ ଉଚ୍ଚସ୍ତରରେ ଦେଖିବାକୁ ମିଳିଥିଲା।

vegiକେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ- ଏନଏସଓପକ୍ଷରୁ ଜାରି ତଥ୍ୟ ଅନୁସାରେ ଡିସେମ୍ବର ମାସରେ ଖାଦ୍ୟ ସାମଗ୍ରୀର ଦର ବହୁତ ବଢିଥିଲା। ସେଥିପାଇଁ ଖାଦ୍ୟ ମୁଦ୍ରାସ୍ଫୀତି ହାର ୧୪.୧୨ ପ୍ରତିଶତ ଭଳି ଉଚ୍ଚସ୍ତରରେ ପହଞ୍ଚିଥିଲା। ୨୦୧୮ରେ ଏହି ହାର ଶୂନ୍ୟ ପ୍ରତିଶତରୁ ମଧ୍ୟ କମିଥିଲା। ପନିପରିବା ଦରରେ ଗତ ଡିସେମ୍ବରରେ ୬୦.୫ ପ୍ରତିଶତ ଭଳି ବୃଦ୍ଧି ପାଇଛି। ଫସଲ ମୁଦ୍ରାସ୍ଫୀତି ୪.୩୬ ପ୍ରତିଶତ ଭଳି ଉଚ୍ଚସ୍ତରରେ ପହଞ୍ଚିଛି। ଡାଲି ମୁଦ୍ରାସ୍ଫୀତି ହାର ୧୫.୪୪ ପ୍ରଚିଶତ ହୋଇଛି। ସେହିପରି ପୋଷାକ ଓ ଜୋତାର ମୁଦ୍ରାସ୍ଫୀତି ହାର ୧.୫୦ ପ୍ରତିଶତ ରହିଛି। ୨୦୧୯ ଅଗଷ୍ଟ ମାସ ପରଠାରୁ ଖୁଚୁରା ମୁଦ୍ରାସ୍ପୀତି ହାରରେ କ୍ରମାଗତ ବୃଦ୍ଧି ଘଟୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.