ସ୍ମଲ ସେଭିଙ୍ଗ ସ୍କିମର ବଢ଼ିଲା ସୁଧ ଦର
ବଢ଼ିଲା ସ୍ମଲ ସେଭିଙ୍ଗ ସ୍କିମ ପାଇଁ ସୁଧ ଦର, ଏବେ ଆକାଉଣ୍ଟକୁ ଆସିବ ଏତିକି ଟଙ୍କା

ଯଦି ଆପଣ ଛୋଟ ସଞ୍ଚୟ ସ୍କିମ୍ କିମ୍ବା ଛୋଟ ସଞ୍ଚୟ ଯୋଜନାରେ ବିନିଯୋଗ କରୁଛନ୍ତି , ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାରରେ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଯେଉଁ ଯୋଜନାଗୁଡ଼ିକରେ ସୁଧ ହାର ବୃଦ୍ଧି କରାଯାଇଛି, ତାହା ମଧ୍ୟରୁ ସିନିୟର ସିଟିଜେନ୍ ସେଭିଂ ସ୍କିମ୍ SCSS, ସୁକନ୍ୟା ସମୃଦ୍ଧି ଯୋଜନା SSY ଏବଂ ଜାତୀୟ ସଞ୍ଚୟ ପ୍ରମାଣପତ୍ର NSC ପରି ଯୋଜନା ସାମିଲ ରହିବ । କିନ୍ତୁ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ଅର୍ଥାତ୍ ପିପିଏଫ୍ ଉପରେ ସୁଧ ହାର ବୃଦ୍ଧି କରାଯାଇ ନାହିଁ। ତେବେ ଅନ୍ୟ ଯୋଜନାଗୁଡିକର ସୁଧ ହାର 0.70 ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ସୁଧ ହାର ଏପ୍ରିଲରୁ ଜୁନ୍ 2023 ତ୍ରୈମାସିକ ପାଇଁ ଲାଗୁ ହେବ।
ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଧ ହାର ବର୍ତ୍ତମାନ 8% ମିଳିବ, ଯାହା ପୂର୍ବରୁ 7.6 % ଥିଲା । ଏହା ବ୍ୟତୀତ ମାସିକ ଇନକମ ଆକାଉଣ୍ଟ ସ୍କିମ୍ ଉପରେ ସୁଧ ହାର 7.1ପ୍ରତିଶତରୁ 7.4% କୁ ଏବଂ କିସାନ ବିକାଶ ପତ୍ର ପାଇଁ 7.2 ପ୍ରତିଶତରୁ 7.5 ପ୍ରତିଶତକୁ ବୃଦ୍ଧି ପାଇଛି । ଏଥି ସହିତ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ପାଇଁ ସୁଧ ହାର ୮ ପ୍ରତିଶତରୁ 8.2 ପ୍ରତିଶତକୁ ବୃଦ୍ଧି କରାଯାଇଛି ।
ସରକାର ଏକ,ଦୁଇ , ତିନି ଓ ପାଞ୍ଚ ବର୍ଷ ପାଇଁ ଟାଇମ ଡିପୋଜିଟ ର ସୁଧ ଦର ବଢାଇବାକୁ ଘୋଷଣା କରିଛି । ଏହି କ୍ରମରେ ପ୍ରଥମେ ଏକ ବର୍ଷ ପାଇଁ 6.6% ବଢି 6.8% ହୋଇଛି । ସେହିପରି ଦୁଇ ବର୍ଷ ପାଇଁ 6.8% ବଢି 6.9% ହୋଇଛି । ପରେ 6.9% ରୁ ବଢି 7.0% ଓ ଶେଷରେ 7% ରୁ ବଢି 7.5% କରିଦିଆଯାଇଛି ।
ସେମିତି ନ୍ୟାସନାଲ ସେଭିଙ୍ଗ ସ୍କିମ ପାଇଁ ସୁଧ ଦର ବଢି 7.7% ହୋଇଛି । ସୁକନ୍ୟା ସମୃଦ୍ଧି ପାଇଁ 8% ସୁଧ ଦର କରାଯାଇଛି । ସିନିଅର ସିଟିଜେନ ସେଭିଙ୍ଗ ସ୍କିମ 8.2% କରାଯାଇଛି । କିସାନ ବିକାଶ ପତ୍ର ସ୍କିମ ପାଇଁ ସୁଧ ଦର 7.5% ହୋଇଛି ।