ନା ଦରମା କାଟ୍‌ ନା ଛଟେଇ, କରୋନା ସଙ୍କଟ ବେଳେ କର୍ମଚାରୀଙ୍କୁ ଉପହାର ଦେଲା HINDALCO

ଦେଶ ଏବେ କରୋନା ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ପ୍ରାୟ ସବୁ ଛୋଟ ବଡ଼ କମ୍ପାନୀ ନିଜ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି କିମ୍ବା ଦରମା କାଟୁଛନ୍ତି। କିନ୍ତୁ ଏକ ଏମିତି କମ୍ପାନୀ ରହିଛି ଯିଏ କର୍ମଚାରୀଙ୍କ ହାତ ଛାଡ଼ିବା ପରିବର୍ତ୍ତେ ସହାୟତାର ହାତ ବଢ଼ାଇଛି। ଆଦିତ୍ୟ ବିର୍ଲା ସମୂହର ଅଗ୍ରଣୀ କମ୍ପାନୀ ହିନ୍ଦଲକୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ କରୋନା ମହାମାରୀ ସ୍ଥିତିରେ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କୁ ପୁରସ୍କାର ସ୍ୱରୂପ ଦରମା ବ୍ୟତୀତ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଘୋଷଣା କରିଛି।

Nalco woos global investors to aluminium park at Angul – The ...

କେବଳ ଚଳିତ ଥର ନୁହେଁ ପୂର୍ବରୁ ମଧ୍ୟ ହିନ୍ଦଲକୋ ନିଜ କର୍ମଚାରୀଙ୍କୁ ପ୍ରାଥମିକତା ଦେଇଆସିଛି। ୨୦୦୮ରେ ଆସିଥିବା ବିଶ୍ୱ ମାନ୍ଦାବସ୍ଥା ସ୍ଥିତି ବେଳେ ବି ହିନ୍ଦଲକୋ ନିଜ କର୍ମଚାରୀଙ୍କୁ ସାହାଯ୍ୟ କରିଥିଲା। ଏବେ କରୋନା ମହାମାରୀ ସ୍ଥିତିରେ ମଧ୍ୟ ହିନ୍ଦଲକୋ କର୍ମଚାରୀଙ୍କୁ ସହାୟତା କରିବାକୁ କମ୍ପାନୀର କ୍ଲଷ୍ଟରର ଏଚ୍‌ଆର ମୁଖ୍ୟ ସତୀଶ ଆନନ୍ଦ ସୂଚନା ଦେଇଛନ୍ତି।

Indian workers are ready for the robot revolution. But are their ...

ଏହି ରାଶି ଲକ୍‌ଡାଉନ୍‌ ବେଳେ ପ୍ଲାଣ୍ଟରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ରୂପେ ଆଗାମୀ ଦରମା ସହ ଦିଆଯିବ। ଏହି ଖବର ଶୁଣିବା ପରେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.