ଆସନ୍ତା ଜାନୁଆରୀରେ ଲଞ୍ଚ ହେବ Honda Activa Ev, ଥରକ ଚାର୍ଜରେ ଯିବ ସିଧା ୫୦ କିଲୋମିଟର

କାର ପ୍ରେମୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର। ତେଲ ଦରକୁ ନେଇ ଏବେ ସମସ୍ତ ନାମୀଦାମୀ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଇଲେକଟ୍ରିକ ଭେଇକିଲ ବାହାର କରୁଛନ୍ତି। ଏହାରି ମଧ୍ୟରେ ହୋଣ୍ଡା କମ୍ପାନୀ ବାଦ ପଡ଼ିନି। ଏବେ ରେସ୍‌ ରେ ସାମିଲ ହୋଇଛି ହୋଣ୍ଡା କମ୍ପାନୀ। ହୋଣ୍ଡା କମ୍ପାନୀ ଉପରେ ପ୍ରାୟ ସମସ୍ତଙ୍କ ଭରସା ଥାଏ। ଏନେଇ କମ୍ପାନୀ ମଧ୍ୟ ବଢ଼ିଆ ବଢ଼ିଆ ମଡେଲ ବାହାର କରୁଛି।

ହୋଣ୍ଡା ମଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏବେ ବଜାରରେ ନିଜର ଲୋକପ୍ରିୟ ସ୍କୁଟର Activa H-Smart ଲଞ୍ଚ କରିଛି। ଏହି ସ୍କୁଟର ଲଞ୍ଚ ପରେ କମ୍ପାନି ନିଜ ଇଲେକଟ୍ରିକ ଆକ୍ଟିଭା କୁ ଲଞ୍ଚ କରିବାର ଟାଇମଲାଇନ ର ବି ସୂଚନା ଦେଇଛି।

ବହୁତ ଜଲଦି ଏଣ୍ଟ୍ରି କରିବାକୁ ଯାଉଛି ହୋଣ୍ଡାର ଇଲେକଟ୍ରିକ ସ୍କୁଟର। ଜାପାନର ଦୁଇଚକିଆ ବାହନ ନିର୍ମାଣକାରୀ କମ୍ପାନୀ ହୋଣ୍ଡା ଟୁହ୍ଵିଲର୍ସ ବହୁତ ଜଲଦି ହିଁ ନିଜର ନୂଆ ମଡେଲକୁ ବଜାରକୁ ଆଣିବାକୁ ଯାଉଛି। କମ୍ପାନୀ ୨୦୨୫ ପର୍ଯ୍ୟନ୍ତ ବୈଷୟିକ ସ୍ତରରେ ୧୦ରୁ ବି ଅଧିକ ଇଲେକଟ୍ରିକ ମଡେଲ ଲଞ୍ଚ୍‌ କରିବାକୁ ଘୋଷଣା କରିଛି। ହୋଣ୍ଡା ଜଣାଇଛି ଯେ କମ୍ପାନୀ ଦୁଇ କମ୍ପ୍ୟୁଟର ଇଲେକଟ୍ରିକ ଟୁ-ହ୍ଵିଲର ପ୍ରସ୍ତୁତ କରୁଛି, ଯାହା ଖାସ୍‌ କରି ଏସିଆ, ଜାପାନ ଏବଂ ୟୁରୋପରେ ଲଞ୍ଚ୍‌ କରାଯିବ। ଏମିତିରେ ଆଶା କରାଯାଉଛି ଯେ ଭାରତୀୟ ବଜାରରେ ନୂଆ ହୋଣ୍ଡା ଇଲେକଟ୍ରିକ ସ୍କୁଟର ଆସନ୍ତା ବର୍ଷ ଜାନୁଆରୀରେ ଲଞ୍ଚ ହେବ। ରିପୋର୍ଟ ଅନୁଯାୟୀ ଏହା Honda Activaର ନୂଆ ଇଭି..

କମ୍ପାନୀ ୨୦୨୪ ରେ ଏହାକୁ ମାର୍କେଟକୁ ଆଣିବ ବୋଲି ଏବେ ସୁଚନାରୁ ଜଣାପଡ଼ିଛି। ଏହି ନୂଆ ମଡେଲ ଆକ୍ଟିଭା ମଡେଲ ରେ ହିଁ ତିଆରି ହେବ। ଏହା ଫିକ୍ସଡ ବ୍ୟାଟେରୀ ପ୍ୟାକ ସହିତ ବଜାରକୁ ଆସିବ। ଯାହାର ଟପ୍‌ ସ୍ପିଡ ଘଣ୍ଟା ପ୍ରତି ୫୦ କିଲୋମିଟର ରହିବ। ଏହାପରେ ଆହୁରି ଇଲେକଟ୍ରିକ ମଡେଲ ମଧ୍ୟ ବଜାରକୁ ଆସିବାର ପ୍ଲାନିଂ ରହିଛି।

ଇଲେକଟ୍ରିକ ମଡେଲ ଆସିବା ପରେ ଏହାର ମୁକାବିଲା TVS iQube Electric, Ather 450X, Simple Energy One ଏବଂ Bounce Infinity E1 ସହିତ ହେବ। ଯାହା ବର୍ତ୍ତମାନ ଭାରତରେ ବେଷ୍ଟ ସେଲିଙ୍ଗ ଇଲେକଟ୍ରିକ ଟୁହ୍ଵିଲର କମ୍ପାନୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି।

ନିକଟରେ ହୋଣ୍ଡା ବେଙ୍ଗାଲୁରୁ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ଲିମିଟେଡ ସହିତ ମିଶି ନିଜର ବ୍ୟାଟେରୀ ସ୍ୱାଇପିଙ୍ଗ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ଏହି ବ୍ୟାଟେରୀ ପ୍ୟାକ୍‌ ସର୍ଭିସ ଆରମ୍ଭରେ ଇଲେକଟ୍ରିକ ଅଟୋ ରିକ୍ସା ପାଇଁ ବ୍ୟବହାର କରାଯାଏ, କିନ୍ତୁ ଏହାର ଉପଯୋଗ କମ୍ପାନୀର ଇଲେକଟ୍ରିକ ଟୁ-ହ୍ଵିଲର୍ସ ପାଇଁ ମଧ୍ୟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.