ମହଙ୍ଗା ହୋଇଛି Honda Activa, ଜାଣନ୍ତୁ କେତେ ବଢ଼ିଛି ପ୍ରାଇସ୍
Honda Activa 125 ର ନୂଆ ମଡେଲ୍ ମାର୍କେଟରେ ଲଞ୍ଚ କରାଯାଇଛି । ଏହି ସ୍କୁଟରର ଫିଚର୍ସରେ ଚେଞ୍ଜ କରାଯାଇଛି । Honda ର ସ୍କୁଟରରେ ଅପଡେଟ୍ ସହିତ ଏହାର ପ୍ରାଇସ ମଧ୍ୟ ବୃଦ୍ଧି ହୋଇଛି । Honda Activa ରେ ପୂର୍ବରୁ ଏକ LCD ଡିସପ୍ଳେ ଥିଲା, ଯାହା ବର୍ତ୍ତମାନ ୪.୨-ଇଞ୍ଚ ର TFT ଡିସପ୍ଲେ ସହିତ ରିପ୍ଲେସ୍ ହୋଇଛି । ସ୍କୁଟର ଏହି ଡିସପ୍ଲେକୁ Honda ର Roadsync app ସହିତ କନ୍ନେକ୍ଟ କରାଯାଇପାରିବ ।
ନୂଆ Honda ରେ ମିଳୁଥିବା ଏହି TFT ଡିସପ୍ଲେ ମାଧ୍ୟମରେ ବର୍ତ୍ତମାନ ଆପଣଙ୍କ ଫୋନରେ ଆସୁଥିବା ରିଙ୍ଗର ନୋଟିଫିକେସନ୍ ସ୍କୁଟରର ସ୍କ୍ରିନ୍ ଉପରେ ଦେଖାଯିବ । କଲ ଆଲର୍ଟର ଫିଚର ସହିତ ନେବିଗେସନ୍ ଆସିଷ୍ଟର ଫିଚର ମଧ୍ୟ ସାମିଲ୍ କରାଯାଇଛି । Activa ର ନୂଆ ମଡେଲରେ ଆଉ ଗୋଟିଏ ବଡ଼ ଅପଡେଟ୍ ହୋଇଛି ଯାହାକି ଏଥିରେ USB Type C ଚାର୍ଜିଂ ପୋର୍ଟ ମଧ୍ୟ ଦିଆଯାଇଛି । ଯେଉଁଥିରେ ଲୋକମାନେ ଯେକୈଣସି ସ୍ଥାନରେ ମୋବଇଲ୍ ଫୋନ୍ ଚାର୍ଜ କରିପାରିବେ ।
Honda Activa 125 ରେ ଆଉ କିଛି ଖାସ୍ ପରିବର୍ତ୍ତନ କରାଯାଇ ନାହିଁ । ଏହି ସ୍କୁଟର ପୂର୍ବ ପରି ୧୨୩.୯cc ଫ୍ୟୁଏଲ୍ ଇଞ୍ଜେକ୍ଟ ଇଞ୍ଜିନ୍ ରହିଛି, ଯାହା ଏହି ଟୁ-ହୁଇଲରକୁ ୮.୪hp ର ପାୱାର ରହିଥାଏ ଏବଂ ୧୦.୫ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହି ସ୍କୁଟରରେ ଲାଗିଥିବା ମୋଟର ସହିତ ଷ୍ଟାର୍ଟ-ଷ୍ଟପ୍ ସିଷ୍ଟମ ମଧ୍ୟ ଦିଆଯାଇଛି ।
Honda Activa ର ନୂଆ ମଡେଲ୍ ଭାରତୀୟ ବଜାରରେ ୬ଟି କଲରରେ ଅଣାଯାଇଛି । Activa ର DLX ଭ୍ୟାରିଆଣ୍ଟର ପ୍ରାଇସ୍ ୯୪,୪୪୨ ଟଙ୍କାରେ ଆରମ୍ଭ ହୋଇଛି । ଏହାର ଟପ୍ H-Smart ଭ୍ୟାରିଆଣ୍ଟର ପ୍ରାଇସ୍ key fob ଏବଂ keyless ignition ସହିତ ୯୭,୧୪୬ ଟଙ୍କା ରହିଛି । ଏହି ସ୍କୁଟରରେ ମହଙ୍ଗା emission monitoring ଟେକ୍ନୋଲୋଜି ସହିତ ପ୍ରାଇସରେ କିଛି ବୃଦ୍ଧି ଘଟିଛି । Honda Activa ର ଏକ୍ସ-ସୋରୁମ୍ ପ୍ରାଇସ୍ ୮୦,୨୫୬ ଟଙ୍କାରୁ ଆରମ୍ଭ ହୋଇଛି । ଏହା ପୂର୍ବରୁ ଦିଲ୍ଲୀରେ ସ୍କୁଟରର ଏକ୍ସ-ସୋରୁମ୍ ପ୍ରାଇସ୍ ୭୬,୬୮୪ ଟଙ୍କାରୁ ଆରମ୍ଭ ହୋଇଥିଲା ।
୨୦୨୫ Honda Activa ର DLX ଭ୍ୟାରିଆଣ୍ଟର ପ୍ରାଇସ୍ ଯାହା ୯୪,୪୪୨ ଟଙ୍କାରୁ ଆରମ୍ଭ ହୋଇଛି, ଏହାର ଦିଲ୍ଲୀରେ ଏକ୍ସ-ସୋରୁମ୍ ପ୍ରାଇସ୍ ୭୯,୧୮୪ ଟଙ୍କା ଥିଲା । H-Smart ଭ୍ୟାରିଆଣ୍ଟର ପ୍ରାଇସ୍ ପୂର୍ବରୁ ୮୨,୬୮୪ ଟଙ୍କା ଥିଲା, ଯାହାକି ବର୍ତ୍ତମାନ ବଢ଼ି ୯୭,୧୪୬ ଟଙ୍କା ହୋଇଯାଇଛି ।