ହୋଣ୍ଡା ଆକ୍ଟିଭାକୁ କିଣିବାର ଜବରଦସ୍ତ ମଉକା, ମିଳୁଛି ୫୦୦୦ ଟଙ୍କାର ଡିସକାଉଣ୍ଟ

ହୋଣ୍ଡା ଆକ୍ଟିଭା ଭାରତୀୟ ବଜାରରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟର ମଧ୍ୟରୁ ଗୋଟିଏ । ଆକ୍ଟିଭା ଲମ୍ବା ସମୟ ଧରି ଗ୍ରାହକଙ୍କର ପ୍ରଥମ ପସନ୍ଦ ହୋଇ ରହିଛି । ଯଦି ଆପଣ ସ୍କୁଟର କିଣିବା ପାଇଁ ଭାବୁଛନ୍ତି ତାହେଲେ ହୋଣ୍ଡା ଆକ୍ଟିଭା ସ୍କୁଟରକୁ ଆପଣ କିଣିପାରିବେ । ସାନାଦର ଲୁକ, ଫିଚର୍ସ ଏବଂ ବଢ଼ିଆ ରେଞ୍ଜ୍‌ ଥିବା ଆକ୍ଟିଭାକୁ ଆପଣ ବର୍ତ୍ତମାନ ବହୁତ ଶସ୍ତାରେ କିଣିବା ପାଇଁ ମଉକା ପାଇପାରିବେ।

ହୋଣ୍ଡା ୨ହ୍ଵିଲର୍ସ ଇଣ୍ଡିଆ ନିଜର ପପୁଲାର ସ୍କୁଟର ରେଞ୍ଜ ଆକ୍ଟିଭା ଉପରେ ଲିମିଟେଡ ଟାଇମ ଅଫରର ଘୋଷଣା କରିଛି। ଅଫର ଅନୁଯାୟୀ ଗ୍ରାହକ ପାଞ୍ଚ ପ୍ରତିଶତ ରିହାତିରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକର ଲାଭ ଉଠାଇପାରିବେ। ଯଦିଓ ଏହି କ୍ୟାସବ୍ୟାକ ଅଫର କେବଳ ଏସବିଆଇ କ୍ରେଡିଟ କାର୍ଡ ଧାରକଙ୍କ ପାଇଁ ଉପଲବ୍ଧ ରହିଛି। ଏହାବ୍ୟତୀତ ମିନିମମ୍‌ ଟ୍ରାନଜାକସନ୍‌ ମୂଲ୍ୟ ୪୦୦୦୦ ଟଙ୍କା ହେବା ଉଚିତ।

ଏହାସହିତ ନୂଆ ହୋଣ୍ଡା ଆକ୍ଟିଭାରେ ଇଏମଆଇ ଅପ୍ସନ ମଧ୍ୟ ମିଳୁଛି। ଏଏମଆଇ ଅଫର ଉପରେ ନୂଆ ଆକ୍ଟିଭାକୁ ୩୦୦୦ ଟଙ୍କା ଡାଉନ ପେମେଣ୍ଟ ଏବଂ ୭.୯୯%ର ଇଣ୍ଟ୍ରେଷ୍ଟ ରେଟ୍‌ ସହିତ ଇଏମଆଇରେ ନେଇପାରିବେ।

ନିକଟରେ ଜାରି ହୋଇଥିବା ସେଲ ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୦୨୨ରେ ହୋଣ୍ଟା ଆକ୍ଟିଭା କ୍ରୟ କମ୍‌ ହୋଇଥିବା ନଜର ଆସିଛି। ଏବଂ ହିରୋ ମୋଟରକୋର୍ପର ଏଚଏଫ ଡିଲକ୍ସ ଭାରତୀୟ ବଜାରରେ ଦ୍ୱିତୀୟ ସବୁଠାରୁ ଅଧିକ ବିକ୍ରି ହେଉଥିବା ଟୁହ୍ଵିଲର୍ସ ବାହନ ବନିଯାଇଛି। ଏହି କାରଣରୁ ହୋଇପାରେ ଯେ କମ୍ପାନୀ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଡିସକାଉଣ୍ଟ ଅଫର ଲଞ୍ଚ୍‌ କରିଛି। ଏହାବ୍ୟତୀତ ହୋଣ୍ଡା ଟୁହ୍ଵିଲର୍ସ ଇଣ୍ଡିଆ ବହୁତ ଜଲଦି ଆକ୍ଟିଭା ସିରିଜର ନୂଆ ଭ୍ୟାରିୟଣ୍ଟକୁ ଲଞ୍ଚ୍‌ କରିବା ସହିତ ନିଜ ପୋର୍ଟଫୋଲିୟୋକୁ ଅପଡେଟ କରିବ। ହୋଣ୍ଡା ଆକ୍ଟିଭା ୭ଜି ହାଇବ୍ରିଡ ଭ୍ୟାରିୟଣ୍ଟକୁ ମାର୍କେଟରେ ବହୁତ ଜଲଦି ଏଣ୍ଟି କରାଇପାରେ ହୋଣ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.