ମାତ୍ର ୧୦ ହଜାର ଟଙ୍କାରେ କିପରି ପାଇବେ Honda Activa ର ଚାବି? ଜାଣନ୍ତୁ EMI ର ହିସାବ

ଭାରତୀୟ ବଜାରରେ ଯେତେବେଳେ ସ୍କୁଟର ବିଷୟରେ କୁହାଯାଏ ସେତେବେଳେ Honda Activa ର ନାମ ପ୍ରଥମେ ଆସିଥାଏ । ଏହା ସହ ଏହି Honda Activa ମଧ୍ୟ ବହୁତ ପପୁଲାର୍ ସ୍କୁଟର ହୋଇଛି । ଏହା ବହୁତ ଭଲ ମାଇଲେଜ୍ ମଧ୍ୟ ଦେଇଥାଏ ।

ଯଦି ଆପଣ Honda Activa କିଣିବା ପାଇଁ ପ୍ଲାନ୍ କରୁଛିନ୍ତି ତେବେ ଆପଣଙ୍କୁ Honda Activa କିଣିବା ପାଇଁ EMI ବିଷ୍ୟରେ କହିବୁ । Honda Activa ର ଏକ୍ସ ସୋରୁମ୍-ପ୍ରାଇସ୍ ୭୬ ହଜାର ୬୮୪ ଟଙ୍କାରୁ ନେଇ ୮୨ ହଜାର ୬୮୪ ଟଙ୍କା ମଧ୍ୟରେ ରହିଛି । ଏହାର ଟପ୍ ମଡେଲର ଅନ୍-ରୋଡ୍ ପ୍ରାଇସ୍ ବିଷୟରେ କହିଲେ ୯୨ ହଜାର ୮୫୪ ଟଙ୍କା ରହିଛି । Activa ତିନୋଟି ଭ୍ୟାରିଆଣ୍ଟରେ ଆପଣଙ୍କୁ ସେଲ୍ ପାଇଁ ମିଳିବ ।

ଯଦି ଆପଣ Honda Activa ର ବେସ୍ ମଡେଲ୍ ୧୦ ହଜାର ଟଙ୍କା ଡାଉନ୍ ପେମେଣ୍ଟ ମହିତ କିଣୁଛନ୍ତି ତେବେ ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀ ଆପଣଙ୍କୁ ପ୍ରାୟ ୮୦ ହଜାର ଟଙ୍କା ଲୋନ୍ ଦେବ, ଯାହା ଉପରେ ଆପଣଙ୍କୁ ୯.୭% ସୁଧ ଦେବାକୁ ପଡିବ । ଯଦି ଆପଣ ୫ ବର୍ଷ ପାଇଁ ନିଅନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା EMI ଦେବାକୁ ପଡିବ । ଆପଣ ୫ ବର୍ଷରେ ବ୍ୟାଙ୍କକୁ ମୋଟ ୯୨ ହଜାର ୯୦୦ ଟଙ୍କା ଦେବ ।

Honda ଏହି ସ୍କୁଟରରେ ୧୦୯.୫୧ cc ର ଇଞ୍ଜିନ୍ ପ୍ରାଦ କରିଛି । ଏହି ଇଞ୍ଜିନ୍ ୭.୭୯ PS ର ମାକ୍ସ ପାୱାର ଏବଂ ୮.୮୪ Nm ର ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହା ବ୍ୟତୀତ କମ୍ପାନୀ ଅନୁସାରେ ଏହି ସ୍କୁଟର ୫୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ପ୍ରଦାନ କରିଥାଏ । ଏହା ସହ ଏଥିରେ ଡ୍ରମ୍ ବ୍ରେକ୍ ଦିଆଯାଇଛି । ଏହି ସ୍କୁଟରର ଓଜନ ପ୍ରାୟ ୧୦୯ କିଲୋଗ୍ରାମ୍ ।

କେବଳ ଏତିକି ନୁହେଁ ସ୍କୁଟରରେ analog speedometer, odometer, passenger footrest, ESP technology ଏବଂ shutter lock ଦିଆଯାଇଛି । ଏହା ସହିତ ସ୍କୁଟରରେ ୫.୩ ଲିଟର ବଡ଼ ଫ୍ୟୁଏଲ୍ ଟ୍ୟାଙ୍କ୍ ମଧ୍ୟ ଦିଆଯାଇଛି । ମାର୍କେଟରେ ଏହି ସ୍କୁଟର TVS Jupiter, Suzuki Access 125 ଭଳି ସ୍କୁଟରମାନଙ୍କ ସହ ଟକ୍କର ଦେବ ।