ଲଞ୍ଚ ହେବ Honda Amaze, ଡିଜାଇନ ଠାରୁ ଆରମ୍ଭ କରି ଜାଣନ୍ତୁ ସବୁ ଫିଚର୍ସ
ବଢ଼ିଆ ଫଚର୍ସ ସହ ଲଞ୍ଚ ହେବ Honda Amaze
ହୋଣ୍ଡା ନୂଆ କମ୍ପାକ୍ଟ ସେଡାନ୍ Amaze ର ନୂଆ ଜେନେରେସନର ମଡେଲ୍ ଲଞ୍ଚ କରିବାକୁ ଘୋଷଣା କରିଛି । ଆସନ୍ତା ଡିସେମ୍ବର ୪ ତାରିଖରେ ନୂଆ Honda Amaze ଲଞ୍ଚ ହେବାକୁ ଯାଉଛି । ଅଟୋମେକର୍ସ ଟିଜରରେ ନୂଆ କାରର ଇଣ୍ଟେରିୟରର ଝଲକ ମଧ୍ୟ ଦେଖାଇଛନ୍ତି । Honda Amazeରେ ଅନେକ ନୂଆ ଫିଚରଗୁଡିକ ସାମିଲ କରାଯାଇପାରିବ ।
Honda Amazeର ଥାର୍ଡ ଜେନେରେସନ୍ ର ମଡେଲ୍ ଭାରତୀୟ ବଜାରରେ ଲଞ୍ଚ ହେବାକୁ ପ୍ରସ୍ତୁତ ହୋଇଯାଇଛି । ନୂଆ Honda Amaze ର ଫଟୋ ନୂଆ ଟିଜରରେ ସେୟାର କରାଯାଇଛି । ଏହି ଫଟୋଗୁଡ଼ିକରୁ ଏହି ଗାଡ଼ିର ଲୁକ୍ ହୋଣ୍ଡା ସିଟି ପରି ଦେଖାଯାଉଛି । ଏହି ଗାଡ଼ିର ଆଗ ଭାଗ ଏକ ବୋର୍ଡ ପରି ରହିଛି ଯେଉଁଥିରେ ହେଡଲାଇଟ୍ ସହିତ ଏକ ବଡ଼ କ୍ରୋମ୍ ଷ୍ଟ୍ରିପ୍ ରହିଛି । ଏହାର ବମ୍ପର ଡିଜାଇନ୍ ରେ ମଧ୍ୟ ବିଭିନ୍ନ କଟ୍ସ କରାଯାଇଛି । ଯଦି ଆମେ କେବଳ ଏହାର ଆଗ ଡିଜାଇନ୍ ବିଷୟରେ କଥା ହେବା ତେବେ ଏହି କାରଟି ହୋଣ୍ଡା ଏଲିଭେଟ୍ ପରି ଦେଖାଯାଏ ।
ନୂଆ ଗାଡ଼ିର ପଛ ଡିଜାଇନ୍ ହୋଣ୍ଡା ସିଟି ପରି ରହିଛି । ଏହି ଗାଡିରେ ବମ୍ପର ଡିଜାଇନ୍ ସହିତ ବଡ଼ ଟେଲ ଲ୍ୟାମ୍ପ ଲଗାଯାଇଛି । ହୋଣ୍ଡାର ଏହି ନୂଆ ମଡେଲ୍ ଥାଇଲ୍ୟାଣ୍ଡର ହୋଣ୍ଡା ‘ଆର ଆଣ୍ଡ ଡି’ ଏସିଆ ପାସିଫିକ୍ ସେଣ୍ଟରରେ ପ୍ରସ୍ତୁତ କରାଯାଇଛି ।
ହୋଣ୍ଡା ସିଟି ପରି Honda Amaze ମଧ୍ୟ ଏକ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସହିତ ଫିଟ୍ ହୋଇପାରିବ । ଏହି କାରଟି ଏକ ନୂଆ ଡ୍ୟାସବୋର୍ଡ ପ୍ୟାଟର୍ନ ସହିତ ଆସିପାରେ । Honda Amaze ଇଣ୍ଟେରିୟର ଫଟୋଗୁଡ଼ିକୁ ଦେଖିଲେ ଜଣାପଡ଼େ ଯେ କାରରେ ଥିବା ଟଚ୍ ସ୍କ୍ରିନ୍ ର ସ୍ଥାନକୁ ବଦଳାଯାଇଛି । ଏହା ସହିତ ଏହି କାର ଏକ ଭିନ୍ନ ଡିଜାଇନ୍ ଷ୍ଟିଅରିଂ ହ୍ବିଲ୍ ସହିତ ଆସିପାରେ । ଏହି ଗାଡିରେ ଷ୍ଟୋରେଜ୍ ସ୍ପେସ୍ ମଧ୍ୟ ବହୁତ ଭଲ ଦେଖାଯାଏ ।
ନୂଆ Honda Amazeରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ ଲଗାଯାଇଛି । ଏହି ଇଞ୍ଜିନ୍ ସହିତ CVT ଟ୍ରାନ୍ସମିସନ ଉପଲବ୍ଧ ହୋଇପାରିବ । ଅନ୍ୟପଟେ ଷ୍ଟାଣ୍ଡାର୍ଡ ମଡେଲ୍ ମାନୁଆଲ୍ ଗିଅର୍ ବକ୍ସ ସହିତ ଆସିପାରେ । ନୂଆ ଇଞ୍ଜିନ୍ ସହିତ ଏହି କାର ପୂର୍ବ ଅପେକ୍ଷା ଭଲ ମାଇଲେଜ୍ ଦେଇପାରେ । ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଥିବା ନୂଆ ମାରୁତି ଡିଜାଇରକୁ ନୂଆ Honda Amaze କଡ଼ା ଟକ୍କର ଦେଇପାରେ ।