Honda ର ଏହି କାର ଉପରେ ମିଳୁଛି ୧ ଲକ୍ଷ ଟଙ୍କାରୁ ଅଧିକ ଡିସକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ
Honda କାରରେ ଏକ ଦମଦାର୍ ଡିସକାଉଣ୍ଟ ଦିଆଯାଉଛି । କେବଳ Honda ର ନୁହେଁ, ବରଂ ଅନେକ ଅଟୋମେକର୍ସ ନିଜର ପୁରା ଲାଇନ୍ ଅପ୍ ମଧ୍ୟରେ ବହୁତ ବେନିଫିଟ୍ସ ଦେଉଛନ୍ତି । ଜାପାନର ଅଟୋମକେର୍ସମାନେ ଗତ ମାସରେ ସେମାନଙ୍କ କାରରେ ସାତ ବର୍ଷର ୱାରେଣ୍ଟି କିମ୍ବା ଅନଲିମିଟେଡ୍ କିଲୋମିଟର ୱାରେଣ୍ଟି ଅଫର କରୁଛନ୍ତି । ଏହା ସହିତ କାରରେ ଡିସକାଉଣ୍ଟ ଏବଂ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ଦିଆଯାଉଛି ।
Honda Amaze ଉପରେ ଡିସକାଉଣ୍ଟ :
Honda Amaze ର ସେକେଣ୍ଡ ଜେନେରେସନ୍ ମଡେଲ୍ ଭାରତୀୟ ବଜାରରେ ସାମିଲ୍ ଅଛି । Honda ର ଏହି କାର ଉପରେ ୧.୦୭ ଲକ୍ଷ ଟଙ୍କାର ଡିସକାଉଣ୍ଟ ଦିଆଯାଉଛଇ । ଏହି ଗାଡିର ଥାର୍ଡ ଜେନେରେସନ୍ ମଡେଲ୍ ମାର୍କେଟକୁ ଆସିଛି । ଏହି କାରର ଡିସକାଉଣ୍ଟ ବ୍ୟତୀତ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଡିସ୍ନାଲ୍ ବେନିଫିଟ୍ସ ମଧ୍ୟ ଦିଆଯାଉଛି । Amaze ର ସେକେଣ୍ଡ ଜେନେରେସନ୍ ମଡେଲର ଏକ୍ସ-ସୋରୁମ୍ ପ୍ରାଇସ୍ ୭.୧୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୯.୦୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଛି ।
Honda City ଉପରେ ଡିସକାଉଣ୍ଟ :
Honda City ର ପେଟ୍ରୋଲ୍ ଇଞ୍ଜିନ୍ ଭ୍ୟାରିଆଣ୍ଟରେ ୭୦,୦୦୦ ଟଙ୍କା ମୂଲ୍ୟରେ ବେନିଫିଟ୍ସ ଦିଆଯାଉଛି । ଏଥି ସହିତ, ଏହାର City e: HEV ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ଭ୍ୟାରିଆଣ୍ଟରେ ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଉପଲବ୍ଧ ଅଛି । ଏକ୍ସ-ସୋରୁମ୍ ପ୍ରାଇସ୍ ୧୪.୧୮ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୨୩.୬୦ ଲକ୍ଷ ଟଙ୍କା ଟଙ୍କା ପର୍ଯ୍ୟନ୍ତ ଯାଏ । Honda Amaze ଭାରତୀୟ ବଜାରରେ Hyundai Verna, Volkswagen Virtus ଏବଂ Skoda Slavia ଭଳି କାରକୁ ଟକ୍କର ଦେଇଥାଏ ।
Honda Elevate ଉପରେ ଡିସକାଉଣ୍ଟ :
Hyundai Creta ର rival Honda Elevate ଉପରେ ମଧ୍ୟ ଡିସକାଉଣ୍ଟ ଦିଆଯାଉଛି । ଏହି କାର୍ ଉପରେ ୮୬,୧୦୦ ଟଙ୍କାର ବେନିଫିଟ୍ସ ମିଳୁଛି । ଏହି Honda କାରର ଆପେକ୍ସ ଏଡିସନ୍ ଏବଂ ବ୍ଲାକ୍ ଏଡିସନ୍ ଜାନୁଆରୀ ୭ ରେ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି । Honda Elevate ଷ୍ଟାଣ୍ଡାର୍ଡ ମଡେଲର ପ୍ରାଇସ୍ ୧୧.୬୯ ଲକ୍ଷରୁ ଆରମ୍ଭ ହୋଇଛି ଏବଂ ଏହାର ଟପ୍ ଭ୍ୟାରିଆଣ୍ଟ ପ୍ରାଇସ୍ ୧୬.୭୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।
Honda ର ଏହି କାରରେ ୧.୫ ଲିଟର ନ୍ୟାଚୁରାଲ୍ ଆସ୍ପିରେଟେଡ୍ ପେଟ୍ରୋଲ୍ ଇଞ୍ଜିନ୍ ରହିଛି, ଯାହା ସହିତ ମାନୁଆଲ୍ ଏବଂ CVT ଟ୍ରାନ୍ସମିସନର ପ୍ସନ ମିଳିଥାଏ । Honda ର ଏହି କାରରେ ଲାଗିଥିବା ଇଞ୍ଜିନରେ ୧୨୧ hp ର ପାୱାର ମିଳିଥାଏ ।