ଏବେ Honda City, Ciaz ଏବଂ Vernaର ହେବ ଛୁଟି, ଟାଟା ମୋଟର୍ସ ଆଣୁଛି ଏହି ଶାନଦାର କାର, ଥରେ ପକାନ୍ତୁ ନଜର

ଭାରତୀୟ ଅଟୋମୋବାଇଲ କମ୍ପାନୀ Tata Motorsର ପ୍ରିମିୟମ ହ୍ୟାଚବ୍ୟାକ କାର Tata Altroz ପରେ ଏବେ C-Segment ସେଡାନ କାର ଆଣିବାକୁ ପ୍ରସ୍ତୁତି ଚଳାଇଛି।ତେବେ ଏହି ସେଡାନ କାର Honda City, Maruti Ciaz , Skoda Rapid ଏବଂ Hyundai Vernaକୁ ଟକ୍କର ଦେବ ବୋଲି ଟାଟା ଆଶା ରଖିଛି । କୁହାଯାଉଛି ଯେ ଏହି କାର Tata Ultraz hatchback ବେସଡ ରହିବ । ତାହେଲେ ଆସନ୍ତୁ ଜାଣିବା ଏହାର ୫ଟି ସ୍ପେସିଆଲିଟି ବିଷୟରେ ।

Tata E-Vision concept sedan

 

Tata ultrose based

ଟାଟା ଏହି କାରର କୋଡ଼ନେମ ରଖିଛି Tata Peregrin X452 sedan । ଏହାକୁ Alfa (Agile, Light Flexible, Advanced) ପ୍ଲାଟଫର୍ମରେ ପ୍ରସ୍ତୁତ କରାଯିବ । ଟାଟାର ଏହି ନୂଆ ପ୍ଲାଟଫର୍ମର ସ୍ୱତନ୍ତ୍ରତା ହେଉଛି ଏହି ପ୍ଲାଟଫର୍ମରେ MBP, compact SUV ଓ hatchback ଭଳି ଅନ୍ୟ ଗାଡି ଗୁଡିକ ମଧ୍ୟ ବନାଯାଇପାରିବ । ଏହି ପ୍ଲାଟଫର୍ମର ଫାଇଦା ହେଉଛି ଏଥିରେ ଅଧିକ ଲେଗରୁମ ଓ ଷ୍ଟୋରେଜ ସ୍ପେସ ମିଳିଥାଏ । କାରଣ ଏଥିରେ ସପାଟ ଫ୍ଲୋର ମଧ୍ୟ ମିଳିଥାଏ । ଏହି ପ୍ଲାଟଫର୍ମ ବିଭିନ୍ନ ପାୱାରଟ୍ରେନ, ପେଟ୍ରୋଲ, ଡିଜେଲ ଇଂଜିନ ବ୍ୟତୀତ ହାଇବ୍ରିଡ଼ ଏବଂ ଇଲେକ୍ଟ୍ରିକକୁ ମଧ୍ୟ ସପୋର୍ଟ କରିଥାଏ ।

Tata Peregrin X452 sedan

EVision Inspired Design

ଟାଟା ମୋଟର୍ସ 2018ରେ Geneva Motorରେ ନିଜର ଏକ ନୂଆ କାର ଲଞ୍ଚ କରିଥିଲା ଯାହାର ନାମ ଥିଲା EVision concept । ଏହି କାର ଦେଖିବା ପାଇଁ ବହୁତ ସୁନ୍ଦର ଥିଲା ଏବଂ ଏଥିରେ ଟ୍ରାଇ Tri-Arrow Fog Lamps, Strong Fanders ସହିତ ବେସ୍ଡ ଇନ କ୍ଳାସ ହ୍ୱିଲ ସାଇଜ ଦିଆଯାଇଥିଲା । ତେବେ ଟାଟାର ନୂଆ ସେଡାନ କାରରେ ନ୍ୟୁ ଜେନେରେସନର IMPACT 2.0 ଡିଜାଇନର ବ୍ୟବହାର କରାଯାଇଛି ।

2020 honda city India

Powertrain

ଯଦିଓ ପାୱାରଟ୍ରେନକୁ ନେଇ ଏପର୍ଯ୍ୟନ୍ତ ଅଧିକ ସୂଚନା ମିଳିପାରି ନାହିଁ, ତଥାପି ଖବର ମୁତାବକ Tata Peregrin sedan କାର ପେଟ୍ରୋଲ ଓ ଡିଜେଲ ବ୍ୟାରିଏଣ୍ଟରେ ଆସିବ । ତାସହିତ ଶୁଣିବାକୁ ମିଳୁଛି ଯେ ଟାଟା ଏହି କାର ପାଇଁ ୧.୫ ଲିଟରର ଟର୍ବୋ ପେଟ୍ରୋଲ ଇଂଜିନ ମଧ୍ୟ ଦେଇପାରେ । ଯଦିଓ ଏହି ଇଂଜିନ ବର୍ତ୍ତମାନ ଡେଭଲପମେଣ୍ଟ ଷ୍ଟେଜରେ ରହିଛି ।

Tata E-Vision concept sedan Rear

ଗତ କିଛି ସମୟ ଧରି ମିଡ଼ସାଇଜ ସେଡାନ କାରର ବିକ୍ରି କମିବାରେ ଲାଗିଛି । ଏହି କାର ବଦଳରେ ଲୋକେ ଏମପିବି ଏବଂ SUV କାର ପସନ୍ଦ କରୁଛନ୍ତି । ମିଡ଼ସାଇଜ ସେଡାନ କାର ୪ ରୁ ୪.୩ ମିଟର ଲମ୍ବା ହୋଇଥାଏ । ୨୦୧୮ ତୁଳନାରେ ୨୦୧୯ ମସିହାରେ ଏହାର ବିକ୍ରି ୩୧ ପ୍ରତିଶତ କମିଯାଇଥିଲା । ତେବେ କୁହାଯାଉଛି ଯେ ଟାଟା ନିଜର ଏହି ସେଡାନ କାର ୨୦୨୧ର ଶେଷ କିମ୍ବା ୨୦୨୨ରେ ଲଞ୍ଚ କରିବ । ଯଦିଓ ଏହି କାରର ଲଞ୍ଚକୁ ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.