ଲଞ୍ଚ ହେଲା ହୋଣ୍ଡା ସିଟି ଇ HEV ହାଇବ୍ରିଡ୍, ଏବେ ଉଭୟ ବିଦ୍ୟୁତ ଏବଂ ପେଟ୍ରୋଲରେ ଚାଲିବ ଗାଡ଼ି

ଦିନକୁ ଦିନ ବଢ଼ିବାରେ ଲାଗିଛି ଅଟୋମୋବାଇଲ ଚାହିଦା। ସେଥିପାଇଁ ବର୍ତ୍ତମାନ ଫୋନ୍ କମ୍ପାନୀ ଓ ଗାଡ଼ି କମ୍ପାନୀ ଗୁଡ଼ିକ ମଧ୍ୟ ନୂଆ ନୂଆ ଗାଡ଼ି ଓ ସ୍ମାର୍ଟଫୋନ୍ ତିଆରି କରୁଛନ୍ତି। ଆପଣ ଜାଣିଛନ୍ତି ବର୍ତ୍ତମାନ ତେଲ ଦର ବଢିବାରେ ଲାଗିଛି। ସେଥି ପାଇଁ ଅନେକ ଲୋକ ଇଲେକ୍ଟ୍ରୋନିକ ବାଇକ୍ ଓ କାର କିଣିବାକୁ ପସନ୍ଦ କରୁଛନ୍ତି। ପୁଣି କିଛି ଲୋକ ଉଭୟ ପେଟ୍ରୋଲ ଓ ଇଲେକ୍ଟ୍ରିକାଲ ଗାଡ଼ି ଚଲାଇବା ପାଇଁ ପସନ୍ଦ କରନ୍ତି। ଯେଉଁଥିରେ ସେମାନେ ଚାହାଁନ୍ତି ଉଭୟର ଲାଭ ଉଠାଇ ପାରିବେ। ତେଣୁ ଗ୍ରାହକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ହୋଣ୍ଡା ଆଣିଛି ହୋଣ୍ଡା ସିଟି ହାଇବ୍ରିଡ୍।

ଆଜି ହୋଣ୍ଡା କାର୍ ଇଣ୍ଡିଆ ଆନୁଷ୍ଠାନିକ ଭାବରେ ଏହାର ହୋଣ୍ଡା ସିଟି ଇ: HEV ହାଇବ୍ରିଡ୍ ଭାରତୀୟ ବଜାରରେ ଲଞ୍ଚ କରିଛି। ହୋଣ୍ଡା ସିଟି ହାଇବ୍ରିଡ୍ ବର୍ତ୍ତମାନ ଦେଶର ସବୁଠାରୁ ଭଲ କାର ଭାବେ ସେଡାନରେ ପରିଣତ ହୋଇଛି, ଯାହା ଏକ ଲିଟର ପେଟ୍ରୋଲରେ 26.5 କିଲୋମିଟର ମାଇଲେଜ୍ ଦେଉଛି। ତେବେ ଆପଣ ଯଦି ଉଭୟ ପେଟ୍ରୋଲ ଓ ଇଲେକ୍ଟ୍ରିକାଲ ଗାଡ଼ି ଚଲାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ବର୍ତ୍ତମାନ ବୁକିଂ କରିପାରିବେ ହୋଣ୍ଡା ସିଟି ହାଇବ୍ରିଡ୍ ।

ହୋଣ୍ଡା ସିଟି ହାଇବ୍ରିଡ୍ ହେଉଛି ଏହି ମାସର ପ୍ରଥମ ହାଇବ୍ରିଡ୍ କାର, ଯାହାକି କମ୍ପାନୀ ଲଞ୍ଚ କରିଛି। କହିବାକୁ ଗଲେ ମାରୁତି ସୁଜୁକି ଏହାର ସିଆଜ୍ ପେଟ୍ରୋଲ୍ ମଡେଲ୍ ପାଇଁ ଏକ ହାଇବ୍ରିଡ୍ କାର୍ ଲଞ୍ଚ କରିଛି, ଯାହା ମାଇଲେଜରେ ସାମାନ୍ୟ ବୃଦ୍ଧି କରିଛି। ଏହା ଆପଣଙ୍କ ପାଇଁ ଭଲ କାର। ଏହାର ମୂଲ୍ୟ ୧୮ ଲକ୍ଷରୁ ୧୮.୫ ଲକ୍ଷ ରହିବ ବୋଲି କୁହାଯାଉଛି। ଯାହାକି ଏକ୍ସ ଶୋରୁମ୍ ମୂଲ୍ୟ ରହିଛି। ଆପଣ ଏବେ ହୋଣ୍ଡା ନୂଆ ସିଟି ହାଇବ୍ରିଡ୍ ବୁକିଂ କରି ପାରିବେ।

କାରଣ ଏହା ହେଉଛି ଉଭୟ ବିଦ୍ୟୁତ୍ ଓ ପେଟ୍ରୋଲ ଦ୍ଵାରା ଚାଳିତ ଗାଡ଼ି। ନୂଆ ହୋଣ୍ଡା ସିଟି ହାଇବ୍ରିଡ୍ କେବଳ ଗୋଟିଏ ପ୍ରକାର, ZX ରେ ଉପଲବ୍ଧ, ଯାହା ଟପ୍-ଏଣ୍ଡ୍ ଟ୍ରିମ୍ ହେବ। ଏହି ଗାଡ଼ିର ଫିଚର୍ ବହୁତ୍ ଭଲ ରହିଛି। ସେଥିପାଇଁ ଭାରତ ସରକାର ମଧ୍ୟ ଏହାର ଗତିଶୀଳତା ଉପରେ ଗୁରୁତ୍ୱ ଦେଉଛନ୍ତି। ଆହୁରି ମଧ୍ୟ, ହୋଣ୍ଡା ସିଟି ଭାରତରେ ହୋଣ୍ଡାର ସର୍ବଶ୍ରେଷ୍ଠ ବିକ୍ରୟ ମଡେଲ ହୋଇଥିବାରୁ କାର ନିର୍ମାତା ଏହି ସେଗମେଣ୍ଟରେ ଗ୍ରାହକଙ୍କ ଆଗ୍ରହ ବଢ଼ାଇବାକୁ ଚାହୁଁଛନ୍ତି।

ଯଦି ଏହାର ଫିଚର୍ ବିଷୟରେ କଥା ହେବା ତେବେ ହୋଣ୍ଡା ସିଟି ହାଇବ୍ରିଡକୁ କେହି ଟକ୍କର ଦେଇପାରିବେନି ବୋଲି କମ୍ପାନୀ କହିଛି। ଭାରତୀୟ ବଜାରରେ, ଯେଉଁଠାରେ ହୋଣ୍ଡା ସିଟି ମାରୁତି ସୁଜୁକି ସିଆଜ୍, ହୁଣ୍ଡାଇ ଭର୍ନା ଏବଂ ସ୍କୋଡା ସ୍ଲାଭିଆ ସହିତ ପ୍ରତିଦ୍ୱନ୍ଦ୍ୱିତା ରହିଛି। ଅନ୍ୟପକ୍ଷରେ, ହୋଣ୍ଡା ସିଟି ହାଇବ୍ରିଡ୍ରର କୌଣସି ପ୍ରତ୍ୟକ୍ଷ ପ୍ରତିଦ୍ୱନ୍ଦ୍ୱୀତା ନାହିଁ କାରଣ ଏହି ଟେକ୍ନୋଲୋଜି ଏହି ଗାଡ଼ିର ସେଗମେଣ୍ଟରେ କୌଣସି ମଡେଲ ଟକ୍କର ଦେଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.