୫ ବର୍ଷ ପରେ ଭାରତକୁ ଆସୁଛି ହୋଣ୍ଡାର ଏହି କାର, ମାର୍ଚ୍ଚ ୭ରେ ହେବ ଲଞ୍ଚ

ହୋଣ୍ଡାର ଲୋକପ୍ରିୟ ସେଡାନ କାର ପୂରା ୫ ବର୍ଷ ପରେ ଭାରତୀୟ ବଜାରକୁ ପୁଣି ଥରେ ଆସିଛି। ଯାହାକୁ କମ୍ପାନୀ ୭ ମାର୍ଚ୍ଚରେ ଲଞ୍ଚ କରିପାରେ। ହୋଣ୍ଡା ଲଞ୍ଚ ପୂର୍ବରୁ ହିଁ ଏହାର ବୁକିଂ ଆରମ୍ଭ କରିଦେଲାଣି। ସିଭିକକୁ ୨୦୧୩ରେ ବନ୍ଦ କରିଦିଆଯାଇଥିଲା। ଏହି ଗାଡି ହୋଣ୍ଡାର ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ମଧ୍ୟରୁ ଗୋଟିଏ।

ନୂଆ ଡିଜାଇନ ପୁରୁଣା ଠାରୁ ସାଇଜରେ ବଡ କରାଯାଇଛି। ନୂଆ ସିଭିକର ଲମ୍ବ ୪୬୪୮ ଏମଏମ(୧୦୩ ଏମଏମରୁ ଅଥିକ),ଚଉଡା ୧୭୯୯ ଏମଏମ (୪୯ ଏମଏମ ରୁ ଅଧିକ) ଏବଂ ଉଚ୍ଚତା ୧୪୧୬ ଏମଏମ୍ (୩୪ ଏମଏମ୍ ରୁ କମ୍)। ଏହାର ହ୍ବିଲବେସ ୨୬୯୭ ଏମଏମ ଅଟେ, ଯାହା ପୁରୁଣା ଠାରୁ ୩ ଏମଏମ୍ କମ୍ ଅଟେ। ଏଥିରେ ୫୧୯ ଲିଟରର ବୁଟ ସ୍ପେସ ଦିଆଯାଇଛି, ପୁରୁଣା ସିଭିକରେ ୪୦୫ ଲିଟର ର ବୁଟ ସ୍ପେସ ଥିଲା।

ଫିଚର

ଏହାକୁ କୁପେ ଷ୍ଟାଇଲରେ ଡିଜାଇନ କରାଯାଇଛି। ଏଥିରେ ଡିଆରଏଲ ସହିତ ଏଲଇଡି ହ୍ୟାଣ୍ଡେଲ୍ସ , କ୍ରୋମ୍ ୱିଣ୍ଡ ଡିଜାଇନ ସହିତ ଷ୍ଟାଇଲିସ ଫ୍ରଣ୍ଟ,ବୁମେରାଂ ସେପ ବିଶିଷ୍ଟ ଏଲଇଡି ଟେଲ ଲାଇଟ୍ସ ,୧୮ ଇଞ୍ଜ ଅଲୟ ହ୍ବିଲ୍ସ ,ସନରୁଫ୍, ଲେଦର ସିଟ୍ସ ,୭ ଇଞ୍ଚ ଟଚସ୍କ୍ରିନ ଇନଫୋଟେନମେଣ୍ଟ ଭଳି ଫିଚର ମିଳିବ।

ଏହା ସହ ପଢ଼ନ୍ତୁ : ସଡକ ସୁରକ୍ଷା : ଖୁବ ଶୀଘ୍ର ବିଶ୍ବରେ ଆରମ୍ଭ ହେବାକୁ ଯାଉଛି ଆଟୋମେଟିକ ବ୍ରେକିଂ ସିଷ୍ଟମ୍

ସେହିଭଳି ଏହା ସହିତ ଏବିଏସ ସହିତ ଇବିଡି, ୬ ଏୟାରବ୍ୟାଗ୍ସ , ଟ୍ରାକ୍ସନ କଣ୍ଟ୍ରୋଲ, ଲେନ ଡିପାର୍ଚର ଲେନ ଆସିଷ୍ଟ, ଏଡପଟିବ କ୍ରୁଜ କଣ୍ଟ୍ରୋଲ, ରୋଡ ଡିପାର୍ଚର ମିଟିଗେସନ ବ୍ରେକିଂ ସିଷ୍ଟମ ଏବଂ ବର୍ଣ୍ଣି ସିଷ୍ଟମକୁ ଅଟକାଇବା ପାଇଁ ବର୍ଣ୍ଣିଂ ସିଷ୍ଟମ ଭଳି ସୁରକ୍ଷିତ ଫିଚର ମିଳିବ।

ଇଞ୍ଜିନ

ହୋଣ୍ଡା ସିଭିକ୍ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦୁଇଟି ବେରିୟଣ୍ଟସରେ ଲଞ୍ଚ ହେବ। ପ୍ରଥମ ଥର ପାଇଁ ସିଭିକରେ ଡିଜେଲ ଇଞ୍ଜନ ର ବେରିୟଣ୍ଟ ମିଳିବ। ନିକଟରେ ସିଭିକର ଟେଷ୍ଟିଂର କିଛି ଫଟୋ ଲିକ ହେଉଛି। ଯେଉଁଥିରେ ସିଭିକର ଫାଷ୍ଟ ଲୁକ ନଜର ଆସିଥିଲା। ଏଥିରେ ପେଟ୍ରୋଲରେ ୧୬.୫ କିମି ଏବଂ ଡିଜେଲରେ ୨୬.୮ ପ୍ରତି ଲିଟର ମାଇଲେଜ ଦେବ।

ଏହାର ଦାମ କହିବାକୁ ଗଲେ ଏହା ପୁରୁଣା ମଡେଲ ଠାରୁ ଅଧିକ ଦାମି ହୋଇପାରେ। କୁହାଯାଉଛି ଯେ ସିଭିକର ଏକ୍ସ ସୋରୁମ ର ଦାମ୍ ୧୬ ଲକ୍ଷ ରୁ ୨୨ ଲକ୍ଷ ଟଙ୍କା ମଧ୍ୟରେ ହୋଇପାରେ। ଏହା ସ୍କୋଡା ଓକ୍ଟିଭିଆ, ହ୍ୟୁଣ୍ଡାଇ ଏଲାଣ୍ଟ୍ରା ଏବଂ ଟୋୟୋଟା କୋରୋଲା ସହିତ ଟକ୍କର ଦେବ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago