ଜବରଦସ୍ତ ଫିଚର ସହ ଭାରତକୁ ଆସୁଛି Honda CL300, Royal Enfield roadsterକୁ ଦେବ ଟକ୍କର

ହୋଣ୍ଡା ଖୁବଶୀଘ୍ର ଭାରତୀୟ ବଜାରକୁ ଏକ ନୂଆ ବାଇକ ଆଣିବ । Honda CL300 କୁ ବାଇକ ନିର୍ମାତା ହୋଣ୍ଡା ପକ୍ଷରୁ ସାମନାକୁ ଅଣାଯାଇଛି । ଏହାର ବଡି ଭୂମିଠାରୁ ୧୬୫ ମିଲିମିଟର ଛାଡ଼ିକି ରହିବ । ଭୂମିଠାରୁ ସିଟ୍‌ର ଉଚ୍ଚତା ୭୯୦ ମିଲିମିଟର ରହିଛି । ୨୮୬ ସିସିର ଇଞ୍ଜିନ ରହିଥିବା ବେଳେ ଲିକ୍ୱିଡ୍‌ କୁଲ ସୁବିଧା ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): ଜଣାଶୁଣା ବାଇକ ନିର୍ମାତା ହୋଣ୍ଡା ଖୁବଶୀଘ୍ର ଭାରତୀୟ ବଜାରକୁ ଏକ ନୂଆ ବାଇକ ଆଣିବାକୁ ଯାଉଛି । ଏହା Yezdi ଓ Royal Enfield ର roadster ବାଇକ ସହ ପ୍ରତିଯୋଗିତା କରିବ । Honda CL300 କୁ ବାଇକ ନିର୍ମାତା ହୋଣ୍ଡା ପକ୍ଷରୁ ସାମନାକୁ ଅଣାଯାଇଛି । ହୋଣ୍ଡା ପକ୍ଷରୁ ଚାଇନା ବଜାରରେ CL300 Scrambler କୁ ଲଞ୍ଚ କରାଯାଇଛି । ଏହାର ଉଭୟ ଷ୍ଟାଣ୍ଡାର୍ଡ ଓ ପ୍ରିମିୟମ ଭର୍ଜନକୁ କମ୍ପାନୀ ପକ୍ଷରୁ ବଜାରକୁ ଅଣାଯାଇଛି । CL300 Scrambler ପ୍ରଥମକରି ଭାରତୀୟ ବଜାରକୁ କେବେ ଆସିବ କମ୍ପାନୀ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା ହୋଇନାହିଁ । ତଥାପି ଏହା ଖୁବଶୀଘ୍ର ଭାରତୀୟ ବଜାରକୁ ପହଁଚିବ ବୋଲି ଆଶା କରାଯାଇପାରେ ।

ଏବେ ଆସନ୍ତୁଜାଣିବା ଏହି ବାଇକର କଣ ସବୁ ସ୍ପେସିଫିକେସନ ରହିଛି । Honda CL300 ମଟରସାଇକେଲରେ ଏକ ଲମ୍ବା ଫ୍ରେମ୍‌ର ସପୋର୍ଟ ରହିଛି । ଏଥିରେ ଆପଣ ଭାଗ ହୋଇଥିବା ସିଙ୍ଗଲ ଫ୍ଲାଟ ସିଟ୍‌ ପାଇପାରବେ । ଯାହା ଆରାମଦାୟକ ରହିବ । ଏହାର ବଡି ଭୂମିଠାରୁ ୧୬୫ ମିଲିମିଟର ଛାଡ଼ିକି ରହିବ । ଫଳରେ ସବୁ ପ୍ରକାର ରାସ୍ତାରେ ଏହା ଆରାମରେ ଚାଲିପାରିବ । ସେହିପରି ଭୂମିଠାରୁ ସିଟ୍‌ର ଉଚ୍ଚତା ୭୯୦ ମିଲିମିଟର ରହିଛି ।

ଏହି ବାଇକରେ ରହିଛି Rebel 300’s engine । ଯାହାକି ବହୁମାତ୍ରାରେ ପପୁଲାର ଅଟେ । ଏହା ୨୮୬ ସିସିର ହୋଇଥିବା ବେଳେ ଲିକ୍ୱିଡ୍‌ କୁଲ ସୁବିଧା ରହିଛି । ଏହି ଇଞ୍ଜିନର 25.34 bhp ପାଓ୍ଵାର ରେଟିଂ ରହିଛି । ଏଥିରେ ଆପଣଙ୍କୁ ୬ଟି ସ୍ପିଡ୍‌ ଗିଅର ମିଳିବ । ଏହାସହ ଏଥିରେ ୧୧ ଲିଟରର ତେଲ ଟାଙ୍କି ମିଳିବ । ଏହି ବାଇକର ଓଜନ ୧୫୦ କିଲୋଗ୍ରାମ ରହିଛି ।

ଏବେ ଆସନ୍ତୁ ଜାଣିବା ଏଥିରେ ଆପଣଙ୍କୁ କଣସବୁ ଫିଚର ମିଳିବାକୁ ଯାଉଛି । ଏହାର ଆଗରେ 41mm telescopic forks ରହିଥିବା ବେଳେ ପଛରେ ସିଙ୍ଗଲ shock ରହିଛି । ଯଦି ଆମେ ବ୍ରେକିଙ୍ଗ ସିଷ୍ଟମ କଥା ଦେଖିବା ଏହାର ଆଗ ଓ ପଛ ଉଭୟ ଚକରେ disc ବ୍ରେକ ରହିଛି । ଏହାସହ ଏଥିରେ ଆପଣଙ୍କୁ Combined Braking System ଓ Anti-lock Braking System ମିଳିବ । ଏହି ବାଇକରେ ପଛପାଖ ଦେଖିବା ପାଇଁ circular rear view mirror ରହିଛି । ଏହାସହ ଏଥିରେ ଏଲୟ ହୁଇଲ ରହିଛି । ଏହି ବାଇକରେ circular LED headlamp ଲାଗିଛି ଯେଉଁଥିପାଇଁ ରାତିରେ ଆପଣ ଆରାମରେ ଏହି ବାଇକକୁ ଚଲାଇ ପାରିବେ ।

କହିବାକୁ ଗଲେ ଏକ ଜବରଦସ୍ତ ଫିଚରରେ ଏହି ବାଇକ ବଜାରକୁ ଆସିବାକୁ ଯାଉଛି । ଏମିତିରେ ହୋଣ୍ଡା ବାଇକ ପ୍ରାୟ ସମସ୍ତଙ୍କର ପସନ୍ଦର ବାଇକ ହୋଇଥାଏ । ଆଶା କରୁଛି ଏହା ଖୁବଶୀଘ୍ର ଭାରତୀୟ ବଜାରରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.