ହୋଣ୍ଡା ଆକ୍ଟିଭା ଭାରତୀୟ ବଜାରରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟର ମଧ୍ୟରୁ ଗୋଟିଏ । ଦୀର୍ଘ ସମୟ ଧରି ଆକ୍ଟିଭା ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ହୋଇରହିଛି । ପ୍ରାୟତଃ ମଧ୍ୟବିତ୍ତ ପରିବାର ନିଜ ଗାଡିକୁ ଏକ ଇମୋସନ ଭାବରେ ଦେଖନ୍ତି ତେଣୁ ସେମାନେ ସବୁବେଳେ ଚାହାନ୍ତି ସେମାନେ କିଣୁଥିବା ଗାଡି ସେତିକି ଭରଷାଯୋଗ୍ୟ ହୋଇଥିବା ଦରକାର ଏବଂ ହୋଣ୍ଡା ଆକ୍ଟିଭା ଲୋକଙ୍କ ସେହି ଡିମାଣ୍ଡକୁ ଅନେକ ବର୍ଷ ଧରି ପୁରା କରିଆସୁଛି ।
ସାନାଦର ଲୁକ, ଫିଚର୍ସ ଏବଂ ବଢ଼ିଆ ରେଞ୍ଜ୍ ଥିବା ଆକ୍ଟିଭାର ଚାହିଦା ଭାରତୀୟ ବଜାରରେ ବେଶ ଅଧିକ ରହିଛି । କିନ୍ତୁ ଆଜିକାଲିର ଆଧୁନିକ ଯୁଗରେ ଇଲେକ୍ଟ୍ରିକ ଗାଡ଼ିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଲୋକେ ଇଲେକ୍ଟ୍ରିକ ବାଇକ କିଣିବା ପୂର୍ବରୁ ଏହାର ମାଇଲେଜ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ପେଟ୍ରୋଲ ଓ ଡିଜେଲର ବଢୁଥିବା ଦାମ ଦେଖି ଲୋକେ ଇଲେକ୍ଟ୍ରିକ ବାଇକ ଏବଂ ସ୍କୁଟର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ।
ଏଭଳି ପରିସ୍ଥିତିରେ ଅଗ୍ରଣୀ ଦୁଇ ଚକିଆ କମ୍ପାନୀ ହୋଣ୍ଡା ମଧ୍ୟ ଇଲେକ୍ଟ୍ରିକ୍ ସ୍କୁଟର ବଜାରରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଶେଷ କରିଛି । ହୋଣ୍ଡା ଦୀର୍ଘ ସମୟ ଧରି ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟରରେ କାମ କରୁଛି । ହୋଣ୍ଡା ନଭେମ୍ବର ୨୭ରେ ଭାରତରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବ । ଯଦି ଆପଣ ମଧ୍ୟ ଆଗାମୀ ସମୟରେ ଏକ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକର ଫିଚର୍ସ ବିଷୟରେ…
ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ଫିଚର୍ସ ଏବଂ ଦାମ୍:
ରିପୋର୍ଟ ଅନୁଯାୟୀ ହୋଣ୍ଡାର ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ୨ ଟି ରାଇଡ୍ ମୋଡ୍ ରହିବ – ଷ୍ଟାଣ୍ଡାର୍ଡ ଏବଂ ସ୍ପୋର୍ଟ । ଷ୍ଟାଣ୍ଡାର୍ଡ ମୋଡ୍ ରେ, ଇଲେକ୍ଟ୍ରିକ୍ ଆକ୍ଟିଭା ଗୋଟିଏ ଚାର୍ଜରେ ୧୦୪ କିଲୋମିଟର ରେଞ୍ଜ ଦେବ । ଏହାର ଅର୍ଥ ହେଉଛି ଯେ ଥରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଥିବା ସ୍କୁଟର ଷ୍ଟାଣ୍ଡାର୍ଡ ମୋଡରେ ୧୦୪ କିଲୋମିଟର ପର୍ଯ୍ୟନ୍ତ ଚାଲିବ । ତେବେ ସ୍ପୋର୍ଟ ମୋଡ୍ ରେ ସ୍କୁଟର ଅଧିକ ପାୱାର ଖର୍ଚ୍ଚ କରିବ ଯେଉଁ କାରଣରୁ ଏହାର ରେଞ୍ଜ ଯଥେଷ୍ଟ ହ୍ରାସ ହୋଇପାରେ । ଏହା ସହିତ, ସ୍କୁଟରର ମିଟର ଅନ୍ୟ ଇଲେକ୍ଟ୍ରିକ ସ୍କୁଟର ପରି ସମ୍ପୂର୍ଣ୍ଣ ଡିଜିଟାଲ୍ ହେବାକୁ ଯାଉଛି ।
ଯାହା ସ୍କୁଟରରେ ଯାଉଥିବା ରାଇଡ଼ରଙ୍କ ସ୍ମାର୍ଟଫୋନ୍ ସହିତ କନେକ୍ଟ ହୋଇପାରିବ । କମ୍ପାନୀ ଦ୍ୱାରା ଉପସ୍ଥାପିତ ହୋଇଥିବା ଟିଜରରୁ ଜଣାପଡିଛି ଯେ ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ଅନେକ ଭାରିଆଣ୍ଟ ଏବଂ ଡିସପ୍ଲେ ଅପ୍ସନ୍ ସହିତ ଆସିବ । ଏହା ସହିତ, ଟିଜର ଇମେଜରେ ଦୁଇଟି ଭିନ୍ନ ଡିଜିଟାଲ୍ ଡିସପ୍ଲେ ଦେଖିବାକୁ ମିଳିଛି । ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ଭାରିଆଣ୍ଟରେ ରାଇଡର୍ ଇଣ୍ଟିଗ୍ରେଟେଡ୍ ନେଭିଗେସନ୍ ସୁବିଧା ପାଇବାକୁ ଯାଉଛନ୍ତି ଯାହା ସହଜରେ ରାସ୍ତା ଖୋଜିବାରେ ସାହାଯ୍ୟ କରିବ ।
ଏହା ବ୍ୟତୀତ ରାଇଡର ନିଜ ପସନ୍ଦ ଅନୁଯାୟୀ ମ୍ୟୁଜିକ ମଧ୍ୟ ନିୟନ୍ତ୍ରଣ କରିପାରିବେ । ଏହା ବ୍ୟତୀତ ଗ୍ରାହକମାନେ ବ୍ୟାଟେରୀ ପରସେଣ୍ଟେଜ୍ ଏବଂ ପାୱାର କଞ୍ଜପ୍ସନର ରିୟଲ ଟାଇମ୍ ଅପଡେଟ ମଧ୍ୟ ପାଇବେ । ଏହି ସ୍କୁଟରର ମୂଲ୍ୟ ୧ ଲକ୍ଷରୁ ୧ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟରେ ହୋଇପାରେ । ଯାହା ମାର୍କେଟରେ ଥିବା ଅନ୍ୟ ଇଲେକ୍ଟ୍ରିକ ସ୍କୁଟରଗୁଡିକୁ କଡ଼ା ପ୍ରତିଯୋଗିତା ଦେବ । ତେବେ ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ ଭର୍ସନ ପେଟ୍ରୋଲ ଭର୍ସନ ଭଳି ଲୋକପ୍ରିୟତା ହାସଲ କରୁଛି ନା ନାହିଁ ତାହା ଲଞ୍ଚ ପରେ ହିଁ ଜଣାପଡିବ ।