Honda ଲଞ୍ଚ କଲା Elevateର ନୂଆ Apex Summer Edition, ଜାଣନ୍ତୁ କେଉଁ ଭାରିଆଣ୍ଟ କିଣିବା ଶସ୍ତା

Honda Cars ଇଣ୍ଡିଆ ଏହାର SUV ଏଲିଭେଟର Apex Summer Editionର ମୂଲ୍ୟ ରିଭାଇଜ୍ଡ କରିଛି ଏବଂ ଏହାକୁ ବଜାରରେ ଉପସ୍ତାପନ କରିଛି । ଏହାର ଏକ୍ସ-ସୋରୁମ୍ ପ୍ରାଇସ ୧୨.୩୯ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ଏହି ଏଡିସନକୁ ପ୍ରଥମେ ସେପ୍ଟେମ୍ବର ୨୦୨୪ ରେ V ଏବଂ VX ଟ୍ରିମ୍ସରେ ଲଞ୍ଚ କରାଯାଇଥିଲା ।
Apex ଏଡିସନରେ ସାମାନ୍ୟ କସମେଟିକ୍ ପରିବର୍ତ୍ତନ କରାଯାଇଛି, ଯେଉଁଥିରେ ‘‘Apex Edition’’ ବ୍ୟାଜ୍ ଏବଂ ଅନ୍ୟାନ୍ୟ ଖାସ୍ ଆସେସୋରିଜ୍ ସାମିଲ ଅଛି । ଏଥି ସହ ହୋଣ୍ଡା ସେଲ ହ୍ରାସର ସମ୍ମୁଖୀନ ହେଉଥିବା ଏଲିଭେଟକୁ ପୁଣି ଥରେ ଗ୍ରାହକଙ୍କ ପସନ୍ଦ କରିବାକୁ ଚେଷ୍ଟା କରୁଛି ।
୯-ଇଞ୍ଚ ସ୍କ୍ରିନ୍ ଏବଂ ୩୬୦-ଡିଗ୍ରୀ କ୍ୟାମେରା :
Apex Summer Edition ରେ ହୋଣ୍ଡା ପ୍ରଥମ ଥର ବଡ଼ ୯-ଇଞ୍ଚର ଟଚସ୍କ୍ରିନ୍ ଇନଫୋଣ୍ଟେମେଣ୍ଟ ୟୁନିଟ୍ ପ୍ରଦାନ କରିଛି, ଯାହା ୩୬୦-ଡିଗ୍ରୀ କ୍ୟାମେରାକୁ ସପୋର୍ଟ କରିଥାଏ । ଏହି ଫିଚର ଏପର୍ଯ୍ୟନ୍ତ କମ୍ପାନୀ କୌଣସି କାରରେ ଦିଆ ଯାଇନଥିଲା ।
ଏହି ଏଡିସନରେ ବ୍ଲାକ ଏବଂ ଇଭୋରୀ ରଙ୍ଗର ଥିମ୍ ସହିତ ଏକ ଡ୍ୟାସବୋର୍ଡ ସହିତ ଇଭୋରୀ ଲେଦର ସିଟ୍ ଅଛି । ଡୋର ପ୍ୟାଡ୍ ଏବଂ ଡ୍ୟାସବୋର୍ଡରେ ସଫ୍ଟ ଟଚ୍ ମେଟେରିଆଲର ବ୍ୟବହାର ଏହାକୁ ଅଧିକ ପ୍ରିମିୟମ୍ କରିଥାଏ । ହେଲେ ଭେଣ୍ଟିଲେଟେଡ୍ ସିଟ୍ ବିଷୟରେ କହିଲେ, ସେଗୁଡ଼ିକ ଏବେ ବି ଏକ ଆସେସୋରିଜ୍ ଭାବରେ ଉପଲବ୍ଧ ଏବଂ ଏହାକୁ ଏକ ଷ୍ଟାଣ୍ଡାର୍ଡ ଫିଚର ଭାବରେ ବିବେଚନା କରାଯାଏ ନାହିଁ ।
ଇଞ୍ଜନ ଏବଂ ମାଇଲେଜ୍ :
Honda Elevate ରେ ୧.୫-ଲିଟର ଚାର-ସିଲିଣ୍ଡର VTEC ପେଟ୍ରୋଲ୍ ଇଞ୍ଜନ୍ ମିଳିଥାଏ, ଯାହା ୧୨୧ PS ର ପାୱାର ଏବଂ ୧୪୫ Nm ର ଟର୍କ ଜେନେରେଟ୍ କରିଥାଏ । ଏହି ଇଞ୍ଜିନ୍ ୬-ସ୍ପିଡ୍ ମାନୁଆଲ୍ ଏବଂ CVT ଅଟୋମେଟିକ୍ ଟ୍ରାନ୍ସମିସନ୍ ଅପ୍ସନ୍ ସହିତ ଆସିଥାଏ । ଏଥି ସହ ଏହି SUV ର ମାଇଲେଜ୍ ୧୬ ରୁ ୧୭ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ।
ଏକ୍ସଟେରିୟର ଏବଂ ସେଫ୍ଟି ଫିଚର୍ସ :
Apex Summer Edition ର ଇଣ୍ଟେରିୟରରେ ବହୁତ ପରିବର୍ତ୍ତନ କରିନାହିଁ, କିନ୍ତୁ ‘‘Apex’’ ବ୍ୟାଜିଂ ଏବଂ ସୀମିତ କଲର ଅପ୍ସନ ଏହାକୁ ସ୍ୱତନ୍ତ୍ର କରିଥାଏ । ସେଫ୍ଟି ଦୃଷ୍ଟିକୋଣରୁ, ଏହି ଭର୍ସନରେ ଏକ ଷ୍ଟାଣ୍ଡାର୍ଡ ଫିଚର ଭାବରେ ୩୬୦-ଡିଗ୍ରୀ କ୍ୟାମେରା ସାମିଲ ଅଛି, ଯାହା ଏବେ VX ଟ୍ରିମ୍ସରେ ମଧ୍ୟ ଉପଲବ୍ଧ ହେବ ।
ଆପଣଙ୍କୁ କହିରଖୁଛୁ ଯେ Honda Elevate Apex ଏଡିସନକୁ ତିନୋଟି ପ୍ରମୁଖ ଭାରିଆଣ୍ଟରେ ଉପସ୍ଥାପନ କରାଯାଇଛି । V MT Apex Edition ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ଆସିଥାଏ ଏବଂ ଏହାର ଏକ୍ସ-ଶୋରୁମ୍ ପ୍ରାଇସ୍ ୧୨.୮୬ ଲକ୍ଷ ଟଙ୍କା ରହିଛି । VX CVT Apex Edition ଅଟୋମଟେିକ୍ ଟ୍ରାନ୍ସମିସନ୍ ସହିତ ଉପଲବ୍ଧ ହେବ ଏବଂ ଏହାର ପ୍ରାଇସ୍ ୧୫.୨୫ ଲକ୍ଷ ଟଙ୍କା ହେବ । ଏଥି ସହ ଲିମିଟେଡ୍ ଟାଇମ୍ ପାଇଁ ଉପଲବ୍ଧ Apex Summer Edition ମାନୁଆଲ୍ ଟ୍ରାନ୍ସମିସନରେ ଆସିଥାଏ ଏବଂ ଏହାର ଏକ୍ସ-ଶୋରୁମ୍ ପ୍ରାଇସ୍ ୧୨.୩୯ ଲକ୍ଷ ଟଙ୍କା ରଖାଯାଇଛି ।