Honda ବଜାରରେ ଲଞ୍ଚ କରିବାକୁ ଯାଉଛି ୩ଟି ପାୱାରଫୁଲ୍ କାର୍, ଜାଣନ୍ତୁ ଡିଟେଲ୍ସ

ଭାରତୀୟ କାର ବଜାରରେ SUV ସେଗମେଣ୍ଟର ଡିମାଣ୍ଡ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ହୋଣ୍ଡା ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । SUVକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି । ଲୋକମାନଙ୍କ ପସନ୍ଦକୁ ଧ୍ୟାନରେ ରଖି, ହୋଣ୍ଡା ତିନୋଟି ନୂଆ ପାୱାରଫୁଲ୍ SUV ମଡେଲ ଲଞ୍ଚ କରିବାକୁ ଯାଉଛି ।
ହୋଣ୍ଡା ଏହାର ପପୁଲାର SUV Elevate ର ଇଲେକ୍ଟ୍ରିକ୍ ଭାରିଆଣ୍ଟ ଉପରେ କାମ କରୁଛି । ରିପୋର୍ଟ ଅନୁସାରେ, Honda Elevate EV ଭାରତରେ ୨୦୨୬ ସୁଦ୍ଧା ଲଞ୍ଚ ହୋଇପାରେ। ଏହି ଇଲେକ୍ଟ୍ରିକ୍ SUV ପୂର୍ବରୁ ଥିବା Elevate ପ୍ଲାଟଫର୍ମ ଉପରେ ବେସ୍ଡ ହେବ କିନ୍ତୁ ଏହାର ନାମ ଏବଂ ଡିଜାଇନ୍ ଭିନ୍ନ ହେବ ।
ହୋଣ୍ଡା Elevate EV ଏକ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ଡ୍ରାଇଭଟ୍ରେନ୍ ସହିତ ଆସିବ, ଯାହା Zero Emission ଡ୍ରାଇଭିଂ ଏକ୍ସପେରିୟନ୍ସ ପ୍ରଦାନ କରିବ । ଏଥିରେ ନୂଆ ଏବଂ ମର୍ଡନ ଡିଜାଇନ୍ ଏଲିମେଣ୍ଟ ସହିତ ଏକ ଷ୍ଟାଇଲିସ୍ ଲୁକ୍ ମଧ୍ୟ ଦେଖିବାକୁ ମିଳିବ । ଏହି ଇଲେକ୍ଟ୍ରିକ୍ SUV 400 କିଲୋମିଟରରୁ ଅଧିକ ରେଞ୍ଜ ଦେଇପାରିବ । ଏହା ବ୍ୟତୀତ, ରିମୋଟ୍ ଆକ୍ସେସ୍, ଭଏସ୍ କମାଣ୍ଡ ଏବଂ ଇଣ୍ଟିଗ୍ରେଟେଡ୍ ଇନଫୋଟେନମେଣ୍ଟ ସିଷ୍ଟମ୍ ଭଳି ସ୍ମାର୍ଟ କନେକ୍ଟଡ୍ ଫିଚର୍ସ ମଧ୍ୟ ଏଥିରେ ସାମିଲ କରାଯାଇପାରିବ । ଏହି ଗାଡ଼ିଟି ୨୦୨୬ ସୁଦ୍ଧା ଭାରତୀୟ ବଜାରରେ ଲଞ୍ଚ ହେବାର ପ୍ଳାନ୍ ରହିଛି । ଏଥି ସହ ଏହା ମିଡ୍ ସାଇଜର ଇଲେକ୍ଟ୍ରିକ୍ SUV ସେଗମେଣ୍ଟର ଏକ ପାର୍ଟ ହେବ । ବଜାରରେ ଏହା ଟାଟା ନେକ୍ସନ EV, ମହିନ୍ଦ୍ରା XUV400 ଏବଂ MG ZS EV ପରି ଇଲେକ୍ଟ୍ରିକ୍ ଯାନ ସହିତ ସିଧାସଳଖ ଟକ୍କର କରିପାରିବ ।
Honda ZR-V Hybrid :
Honda ZR-V ହେଉଛି ଏକ ପ୍ରିମିୟମ୍ SUV ଯାହାକୁ ଭାରତରେ ଏକ କମ୍ପ୍ଲିଟାଲି ବିଲ୍ଟ ୟୁନିଟ୍ (CBU) ଭାବରେ ଆମଦାନି କରାଯିବ । ଏହି SUV ଭାରତୀୟ ବଜାରରେ ୨୦୨୬ ପ୍ରାରମ୍ଭରେ ଲଞ୍ଚ ହୋଇପାରେ । ଏହାକୁ ଖାସ୍ କରି ସେହି ଗ୍ରାହକମାନଙ୍କୁ ଆଖି ଆଗରେ ରଖି ଡିଜାଇନ୍ କରାଯାଇଛି ଯେଉଁମାନେ ଷ୍ଟାଇଲ୍, ଟେକ୍ନୋଲୋଜୀ ଏବଂ ପାୱାର ସଂପୂର୍ଣ୍ଣ ମିଶ୍ରଣ ଚାହାଁନ୍ତି । ପାୱାରଟ୍ରେନ୍ ଅପ୍ସନଗୁଡିକରେ ୧.୫ଲିଟର ଟର୍ବୋଚାର୍ଜଡ୍ ପେଟ୍ରୋଲ୍ ଇଞ୍ଜିନ୍ ସାମିଲ, ଯାହା ଏକ କଣ୍ଟିନିୟସ୍ ଭେରିଏବଲ୍ ଟ୍ରାନ୍ସମିସନ୍ (CVT) ଅଟୋମମେଟିକ୍ ଗିଅରବକ୍ସ ଏବଂ ଏକ ଅଲ୍-ହ୍ୱିଲ୍ ଡ୍ରାଇଭ୍ (AWD) ସିଷ୍ଟମ୍ ସହିତ ଆଡ୍ ହୋଇଛି । ଏହା ବ୍ୟତୀତ, ଅନ୍ୟ ଏକ ଅପ୍ସନ ୨.୦-ଲିଟର ପେଟ୍ରୋଲ ଇଞ୍ଜିନ ଏବଂ ଦୁଇଟି ଇଲେକ୍ଟ୍ରିକ୍ ମୋଟର ସହିତ ଏକ ହାଇବ୍ରିଡ୍ ସେଟଅପ୍ ହୋଇପାରେ । ଭାରତରେ ଲଞ୍ଚ ହେବା ପରେ, Honda ZR-V, Toyota Hyryder ଏବଂ Honda City Hybrid ଭଳି ହାଇବ୍ରିଡ୍ ଗାଡ଼ିଗୁଡ଼ିକୁ କଡା ଟକ୍କର ଦେଇପାରିବ ।
Honda 7-Seater SUV :
ହୋଣ୍ଡା ୨୦୨୭ ସୁଦ୍ଧା ଭାରତରେ ଏକ ନୂତନ ୭-ସିଟ୍ SUV ଲଞ୍ଚ କରିବାକୁ ପ୍ଲାନ୍ କରୁଛି । ଏହି SUV ବିଶେଷ ଭାବରେ ସେହି ଗ୍ରାହକମାନଙ୍କୁ ଧ୍ୟାନରେ ରଖି ଡିଜାଇନ୍ କରାଯାଉଛି ଯେଉଁମାନେ ଏକ ବଡ଼ ପରିବାର ପାଇଁ ଅଧିକ ସ୍ପେସ୍, ଉତ୍ତମ ପରଫରମର୍ସ ଏବଂ କମଫରଟେବଲ ଏକ୍ସେପେରିୟନ୍ସ ଖୋଜୁଛନ୍ତି । ଏହି କାରରେ ୧.୫ ଲିଟର ଆସ୍ପିରେଟେଡ୍ ପେଟ୍ରୋଲ ଇଞ୍ଜିନ୍ ଯୋଗାଇ ଦିଆଯାଇପାରିବ । ଏହା ବ୍ୟତୀତ, SUVର ହ୍ୱିଲବେସ୍ ବଡ଼ ରଖାଯିବ ଯାହା ଦ୍ଵାରା କ୍ୟାବିନଟି ଅଧିକ ଆରାମଦାୟକ ହେବ ।
ସେଫ୍ଟି ଫିଚର୍ସ ଭାବରେ, ଏଥିରେ ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍ (ADAS), ମଲ୍ଟିପଲ୍ ଏୟାରବ୍ୟାଗ୍ ଏବଂ ଷ୍ଟାବିଲିଟି କଣ୍ଟ୍ରୋଲ୍ ଭଳି ସେଫ୍ଟି ଟେକ୍ନୋଲୋଜି ରହିପାରିବ । ଇନଫୋଟେନମେଣ୍ଟ ପାଇଁ ଆଣ୍ଡ୍ରଏଡ ଅଟୋ ଏବଂ ଆପଲ୍ କାରପ୍ଲେ ସପୋର୍ଟ ସହିତ ଏକ ଟଚସ୍କ୍ରିନ୍ ଡିସପ୍ଲେ ମଧ୍ୟ ଯୋଗାଇ ଦିଆଯାଇପାରିବ । ଏହି SUV ବିଶେଷ ଭାବରେ ଫ୍ୟାମିଲି ଫ୍ରେଣ୍ଡଲି ଡିଜାଇନ୍ ସହିତ ଆସିବ ଏବଂ ଏହାକୁ Honda Elevate ଏବଂ CR-V ମଧ୍ୟରେ ପୋଜିସନ୍ କରାଯିବ । ଏଥି ସହ ଏହାର ଲଞ୍ଚ ୨୦୨୭ ରେ ହେବ ବୋଲି ଅନୁମାନ କରାଯାଉଛି ।
Also read : ନୂଆ ଡିଜାଇନ୍ ଏବଂ ଇଲେକ୍ଟ୍ରିକ୍ ପାୱାରଟ୍ରେନ୍ ସହିତ ଲଞ୍ଚ ହେବ ଜିପ୍ କମ୍ପାସ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ