ବ୍ୟବସାୟ ଓ ଅର୍ଥନୀତି

ଅଗଷ୍ଟରୁ ବଢିବ ହୋଣ୍ଡା କାର୍‍ ମୂଲ୍ୟ

ଚଳିତ ସମୟରେ ବିଭିନ୍ନ କଞ୍ଚାମାଲ ଦର ବୃଦ୍ଧି କାରଣରୁ କେତେକ ଯାନବାହନ ଉତ୍ପାଦନ କମ୍ପାନୀ ସେମାନଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି ସମ୍ପର୍କରେ ଘୋଷଣା କରିସାରିଛନ୍ତି । ଏବେ ସେଥିରେ ଆଉ ଏକ କମ୍ପାନୀ ଯୋଡି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ହୋଣ୍ଡା କାର୍‍ଓ ଇଣ୍ଡିଆ ମଧ୍ୟ ତାହାର ସମୁଦାୟ ବର୍ଗର କାର ମୂଲ୍ୟ ବୃଦ୍ଧି ଘଟାଇବ । ଏହି ମୂଲ୍ୟ ବୃଦ୍ଧି ଚଳିତ ବର୍ଷ ଅଗଷ୍ଟରୁ କରାଯିବ ଏବଂ ଏହା ବିଭିନ୍ନ ବର୍ଗ ନିମନ୍ତେ ସର୍ବନିମ୍ନ କେତେରୁ ସର୍ବାଧିକ କେତେ ଟଙ୍କା ହେବ ତାହା ପରବର୍ତ୍ତୀ ସମୟରେ କମ୍ପାନୀ ପକ୍ଷରୁ ଘୋଷଣା କରାଯିବ ।

କମ୍ପାନୀ ପକ୍ଷରୁ କୁହାଯାଇଛି, ଇସ୍ପାତ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ମୂଲ୍ୟ ଯଥେଷ୍ଟ ବୃଦ୍ଧିପାଇଛି । ସେଥିପାଇଁ ଏହା ନିଜର ଉତ୍ପାଦ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେଉଛି । ହୋଣ୍ଡା କାର୍‍ସ ଇଣ୍ଡିଆ ଲିମିଟେଡର ବିପଣନ ଓ ବିକ୍ରୟ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ଏବଂ ନିର୍ଦ୍ଦେଶକ ରାଜେଶ ଗୋଏଲ କହିଛନ୍ତି, କଞ୍ଚାମାଲଗୁଡିକର ଦର ମାତ୍ରାଧିକ ବୃଦ୍ଧିପାଇଛି । ଏପରିକି ସେଗୁଡିକ ମଧ୍ୟରୁ କିଛିର ମୂଲ୍ୟ ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ଏହାଦ୍ୱାରା ଯାନବାହନ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି ଏବଂ ଏହା କମ୍ପାନୀର ଆର୍ଥିକ ସ୍ଥିତି ଉପରେ ଯଥେଷ୍ଟ ପ୍ରଭାବ ପକାଉଛି । ଏହା ଗ୍ରାହକଙ୍କ ନିକଟରୁ ଏ ବାବଦରେ ଯଥାସମ୍ଭବ କମ୍‍ ଖର୍ଚ୍ଚ ଆଦାୟ କରିବାକୁ ବିଚାର କରୁଛି । ତେବେ ଏହାଦ୍ୱାରା କେତେ ପରିମାଣରେ ଦରବୃଦ୍ଧି କରାଯିବ, ତାହା ସେ ସ୍ପଷ୍ଟ କରିନଥିଲେ । ହୋଣ୍ଡାର ସଂପ୍ରତି ଦେଶରେ ପାଞ୍ଚଟି ମଡେଲ କାର ବିକ୍ରି ହେଉଛି । ସେଗୁଡିକ ମଧ୍ୟରେ ହୋଣ୍ଡା ଆମେଜ, ହୋଣ୍ଡା ସିଟି ହୋଣ୍ଡା ସିଟି , ହୋଣ୍ଡା ଡବ୍ଲୁଆର-ଭି ଏବଂ ହୋଣ୍ଡା ଜାଜ ଅନ୍ତର୍ଭୁକ୍ତ ।

 

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

8 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

19 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

32 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

35 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

55 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago