ହୋଣ୍ଡା ଆଣୁଛି ନୂଆ ବାଇକ୍‌, ଯାହା କେବଳ ପେଟ୍ରୋଲ ନୁହେଁ ଇନ୍ଧନରେ ବି ଚାଲିପାରିବ

ଭାରତରେ Flex Fuel କାର ଲଞ୍ଚ କରିବା ପରେଏବେ Flex Fuel ବାଇକ୍‌ ଲଞ୍ଚ ପାଇଁ ଯୋଜନାକରୁଛି । ଲୋକପ୍ରିୟ ଦୁଇଚକିଆ ନିର୍ମାଣକାରୀ ସଂସ୍ଥା ହୋଣ୍ଡା ମଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଆଗାମୀ ୨ ବର୍ଷ ମଧ୍ୟରେ Flex Fuel ବାଇକ୍‌ ଲଞ୍ଚ କରିବା ପାଇଁ ଯୋଜନା କରୁଛନ୍ତି।

TVS ପରେ ଏହି କମ୍ପାନୀ ହେବ ଦ୍ୱିତୀୟ:

ପ୍ରଥମେ TVS କମ୍ପାନୀ Apache RTR 200 Fi E100 କୁ Flex Fuel ଇଞ୍ଜିନ ସହିତ ଲଞ୍ଚ କରିଥିଲା। ତେବେ ହୋଣ୍ଡା ଭାରତରେ ଏହିପରି ଇଞ୍ଜିନ ନେଇ ଆସିବାରେ ଦ୍ୱିତୀୟ ଦୁଇଚକିଆ କମ୍ପାନୀ ହେବ। ହୋଣ୍ଡା ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ଗାଡ଼ି ଭାରତୀୟ ବଜାରରେ ଲଞ୍ଚ୍‌ କରିବାରେ ଯୋଜନା ରଖିଛି।

୨୦୨୪ର ଶେଷ ଭାଗରେ ଲଞ୍ଚ ପାଇଁ ପ୍ରସ୍ତୁତି:

ଫ୍ଲ୍ଲେକ୍ସ ଫୁଏଲ ଇଞ୍ଜିନ ଉପରେ କାମ କରିବା ନେଇ ହୋଣ୍ଡା ପୂର୍ବରୁ ଜଣାଇଛି। ଗତ ବୁଧବାର HMSI ର ଭାରତର ସିଇଓ ଅତ୍‌ସୁଶି ଓଗାଟା କହିଛନ୍ତି, କମ୍ପାନୀ ସରକାରଙ୍କ ସହିତ ମିଶି କାମ କରୁଛି । ଏହି ବିକଳ୍ପ ଇନ୍ଧନ ଦେଶରେ ଅଟୋମୋବାଇଲ୍‌ସ କ୍ଷେତ୍ରରେ ଭଲ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରିବ । ତେବେ ଏହାକୁ ଆଗାମୀ ୨୦୨୪ରେ ଲଞ୍ଚ କରିବ ବୋଲି କମ୍ପାନୀ ଯୋଜନା କରୁଛି।

ଫ୍ଲେକ୍ସ ଫୁଏଲ୍‌ ଇଞ୍ଜିନ କ’ଣ ?

Flex-Fuel Vehicles ପେଟ୍ରୋଲ, ଇଥେନାଲ କିମ୍ବା ପେଟ୍ରୋଲ ଓ ଇଥେନାଲକୁ ମିଶାଇ ଏହି ଗାଡ଼ିକୁ ଚଲାଯାଇପାରିବ । Flex-Fuel ଇଞ୍ଜିନ ପେଟ୍ରୋଲ ସହିତ ଅନ୍ୟ ବିକଳ୍ପ ଇନ୍ଧନରେ ଚାଲିପାରିବ। ଏହି ଇଞ୍ଜିନ ପେଟ୍ରୋଲ, ଇଥେନାଲ, ସିଏନ୍‌ଜି, ବାୟୋ-ଏଲ୍‌ଏନ୍‌ ଜି ଏବଂ ଇଲେକ୍ଟ୍ରିକ୍‌ ପାଓ୍ଵାରରେ ମଧ୍ୟ ଚାଲିପାରିବ ବୋଲି ସିଇଓ ଅତ୍‌ସୁଶି ଓଗାଟା କହିଛନ୍ତି।

ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହୋଇ ରହିଥିବା ବେଳେ ଏହାର ଦର କମିବାରେ ସମ୍ଭାବନା ଦେଖା ଯାଉନାହିଁ। ଲୋକେ ଗାଡି ଚଳାଇବାକୁ ଭୟ କରୁଛନ୍ତି। ସାଧାରଣ ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ପଡୁଛି। ଆଉ ଖାସ୍‌ ଏଥିପାଇଁ ଲୋକେ ଇଲେକ୍ଟ୍ରିକ ଗାଡି କିଣିବାକୁ ମନ ବଳାଉଛନ୍ତି। ଯଦି ଏହି ଫ୍ଲେକ୍ସ ଫୁଏଲ ଗାଡି ମାର୍କେଟକୁ ଆସେ, ତେବେ ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.