ଆସୁଛି ହୋଣ୍ଡାର ଦୁଇଟି ନୂଆ ଇଲେକଟ୍ରିକ ସ୍କୁଟର, କମ୍ପାନୀ ଏହାର ନାମ ଦେଲା ପ୍ଲାଟଫର୍ମ ‘E’

କମ୍ପାନୀ ନିଜର ଦୁଇଟି ଇଲେକଟ୍ରିକ ସ୍କୁଟରକୁ ନୂଆ ପ୍ଲାଟଫର୍ମରେ ଡିଜାଇନ୍‌ କରିବ । ଆଜ୍ଞା  ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଭାରତରେ ଆର୍ଥିିକ ବର୍ଷ ୨୦୨୪ ଶେଷ ସୁଦ୍ଧା ଦୁଇଟି ଅଲଗା ଅଲଗା ଇଲେକଟ୍ରିକ ଦୁଇଚକିଆ ଯାନକୁ ଲଞ୍ଚ୍‌ କରିବାକୁ ଯାଉଛି ।

ହୋଣ୍ଡା ବାଇକ୍‌ ଲଭର୍ସ ଖୁସି ହୋଇଯାଆନ୍ତୁ । କାହିଁକିନା ବହୁତ ଜଲଦି ଦୁଇଟି ଲାଟେଷ୍ଟ ମଡେଲର ଇଲେକଟ୍ରିକ ବାହନକୁ ଲଞ୍ଚ୍‌ କରିବାକୁ ଯାଉଛି ଭାରତର ଦ୍ୱିତୀୟ ସବୁଠାରୁ ବଡ ଟୁ-ହ୍ଵିଲର୍ସ ନିର୍ମାତା କମ୍ପାନୀ ହୋଣ୍ଡା । କମ୍ପାନୀ ନିଜର ଦୁଇଟି ଇଲେକଟ୍ରିକ ସ୍କୁଟରକୁ ନୂଆ ପ୍ଲାଟଫର୍ମରେ ଡିଜାଇନ୍‌ କରିବ । ଆଜ୍ଞା  ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଭାରତରେ ଆର୍ଥିିକ ବର୍ଷ ୨୦୨୪ ଶେଷ ସୁଦ୍ଧା ଦୁଇଟି ଅଲଗା ଅଲଗା ଇଲେକଟ୍ରିକ ଦୁଇଚକିଆ ଯାନକୁ ଲଞ୍ଚ୍‌ କରିବାକୁ ଯାଉଛି । କମ୍ପାନୀ ଏଥିପାଇଁ ଅଫିସିଆଲ ଘୋଷଣା ବି କରିଦେଇଛି ।

ହୋଣ୍ଡା ଜଣାଇଛି ଯେ ସେ ଆଗାମୀ ଦିନରେ ଏକ ଫିକ୍ସଡ ବ୍ୟାଟେରୀ ଏବଂ ଏକ ସ୍ୱାପେବଲ ବ୍ୟାଟେର ଥିବା ସ୍କୁଟରକୁ ଲଞ୍ଚ୍‌ କରିବ । କମ୍ପାନୀର ଆର୍ଥିକ ବର୍ଷ ୨୦୨୩-୨୦୨୪ ପୂର୍ବରୁ ହିଁ ଏହି ଲାଟେଷ୍ଟ ମଡେଲର ଇଲେକଟ୍ରିକ ସ୍କୁଟରକୁ ଲଞ୍ଚ୍‌ କରିପାରେ । କମ୍ପାନୀର ଏହା ହେଉଛି ପ୍ରଥମ ଦୁଇଚକିଆ ଇଲେକଟ୍ରିକ ବାହନ ।

ଦ୍ୱିତୀୟ ସବୁଠାରୁ ବଡ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ ହୋଣ୍ଡା ବହୁତ ଜଳଦି ନିଜର ଦୁଇଟି ଲାଟେଷ୍ଟ ମଡେଲର ଇଭିକୁ ଆଣିବାକୁ ଯାଉଛି । ହୋଣ୍ଡାର ଏହି ଇଲେକଟ୍ରିକ ବାହନ ବିଲକୁଲ ନୂଆ ପ୍ରଡକ୍ଟ ହେବ ଏବଂ ଏକ ଡେଡିକେଟେଡ ପ୍ଲାଟଫର୍ମରେ ଆଧାରିତ ହେବ । କମ୍ପାନୀ ଏହାର କୋଡନେମ ପ୍ଲାଟଫର୍ମ ‘ଇ’ ରଖିଛି । ହୋଣ୍ଡା ନିଜର ପ୍ରଥମ ଇଲେକଟ୍ରିକ ଦୁଇଚକିଆ ବାହନକୁ ହୋଣ୍ଡା ଆକ୍ଟିଭା ଇଲେକଟ୍ରିକ ନାମ ଦେଇପାରେ ।

କମ୍ପାନୀର ନିଜର ଦୁଇଟି ଇଲେକଟ୍ରିକ ସ୍କୁଟରକୁ ନୂଆ ପ୍ଲାଟଫର୍ମରେ ଡିଜାଇନ୍‌ କରିବ । ଏହି ନୂଆ ପ୍ଲାଟଫର୍ମ ଅଲଗା ଅଲଗା ବ୍ୟାଟେରୀ ଆର୍କେଟେକ୍ଚର ଏବଂ ଇନଷ୍ଟୋଲେସନ୍‌ ସହିତ ଅଲଗା ଅଲଗା ମଡେଲ ପାଇଁ ପ୍ରସ୍ତୁତ ହେବ । ଆର୍ଥିକ ବର୍ଷ ୨୦୨୪ (ଏପ୍ରିଲ ୨୦୨୩-ମାର୍ଚ୍ଚ ୨୦୨୪)ରେ ନିଜର ପ୍ରଥମ ଇଲେକଟ୍ରିକ ସ୍କୁଟରକୁ ଲଞ୍ଚ୍‌ କରିବ । ଏହା ଫିକ୍ସଡ ବ୍ୟାଟେରୀ ସହିତ ଆସୁଥିବା ଏକ ମିଡ-ରେଞ୍ଜ ଇଲେକଟ୍ରିକ ସ୍କୁଟର ହୋଇପାରେ । ସେହିପରି ଭାରତରେ ଲଞ୍ଚ୍‌ ହେବାକୁ ଥିବା ଦ୍ୱିତୀୟ ଇଲେକଟ୍ରିକ ସ୍କୁଟର ସ୍ୱାପେବଲ ବ୍ୟାଟେରୀ ଟେକନିକ୍‌ ସହ ଆସିବ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହୋଣ୍ଡା ଭାରତରେ ନିଜର ଇଲେକଟ୍ରିକ ଟୁ-ହ୍ଵିଲର୍ସକୁ ଚାର୍ଜ କରିବା ଏବଂ ବ୍ୟାଟେରୀ ସ୍ୱାପ୍‌ କରିବା ପାଇଁ ଖାସ୍‌ ବ୍ୟବସ୍ଥା କରିବ । କମ୍ପାନୀର କହିବା କଥା ଯେ ସେ ଦେଶରେ ନିଜର ୬ ହଜାରରୁ ଅଧିକ ଟଚପଏଣ୍ଟରେ ବ୍ୟାଟେରୀ ଏବଂ ସ୍ୱାପିଙ୍ଗ ଷ୍ଟେସନ ସ୍ଥାପନା କରିବାର ଯୋଜନା ବନାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.