ସାମ୍ନାକୁ ଆସିଲା Honda Unicorn ର ନୂଆ ମଡେଲ୍, ପ୍ରାଇସରୁ ଆରମ୍ଭ କରି ଫିଚର୍ସ ପର୍ଯ୍ୟନ୍ତ ଜାଣନ୍ତୁ ସବୁକିଛି

Honda Unicorn ର ଅପଡେଟ୍ ମଡେଲ୍ ମାର୍କେଟକୁ ଆସିଛି । Honda ର ଏହି ମୋଟରସାଇକେଲରେ ଅନେକ ଫିଚର୍ସ ସାମିଲ୍ ରହିଛି, ଯାହା ଦ୍ୱାରା ମାର୍କେଟରେ ଉପସ୍ଥିତ ଥିବା ଅନ୍ୟ ବାଇକଗୁଡିକୁ ଟକ୍କର ଦେଇପାରେ । ଏହି ବାଇକ୍ ଗତ ୨୦ ବର୍ଷ ଧରି ମାର୍କେଟରେ ରହିଛି । ୨୦ ବର୍ଷ ମଧ୍ୟରେ ଅଟୋମେକର୍ସ ଏହି ମୋଟରସାଇକେଲର ଡିଜାଇନରେ କୈଣସି ପରିବର୍ତ୍ତନ କରିନାହିଁନ୍ତି । ଆପଣଙ୍କୁ କହିବୁ ଏହି Honda Unicorn ରେ କ’ଣ କ’ଣ ଫିଚର୍ସ ସାମିଲ୍ ରହିଛି ।

Honda Unicorn ର ନୂଆ ଫିଚର୍ସ :

Honda Unicorn ରେ ଫୁଲ୍ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଯର ଲଗାଯାଇଛି । ଏହା ସହିତ ଏହି ମୋଟରସାଇକେଲରେ LED headlamps, ଏକ ୧୫ ୱାଟ USB Type C ଚାର୍ଜିଂ ପୋର୍ଟ ମଧ୍ୟ ଦିଆଯାଇଛି । ବାଇକରେ ଗିୟର ପୋଜିସନ୍ ଇଣ୍ଡିକେଟର ଏବଂ ଏକ ଇକୋ ଇଣ୍ଡିକେଟର୍ ମଧ୍ୟ ରହିଛି । ମୋଟରସାଇକେଲରେ ଏହି ସବୁ ନୂଆ ଫିଚର୍ସ ସହିତ Honda ର ଏହି ବାଇକ୍ ସେଲ୍ କରି ନିଜର ମାର୍କେଟ ସେୟାରକୁ ବଢ଼ାଇବାକୁ ଚାହୁଁଛି ।

Honda Unicorn ର ପାୱାର :

Honda ର ଏହି ବାଇକରେ ୧୬୩ cc ସିଙ୍ଗଲ୍-ସିଲିଣ୍ଡର, ଫ୍ୟୁଏଲ୍ ଇଞ୍ଜିନ୍ ରହିଛି । ବାଇକରେ ଲାଗିଥିବା ଏହି ଇଞ୍ଜିନରେ ୧୩ bhp ର ପାୱାର ରହିଛି ଏବଂ ୧୪.୬ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହି ବାଇକର ଇଞ୍ଜିନ୍ ସହିତ ୫-ସ୍ପିଡ୍ ଗିୟର ବକ୍ସ ରହିଛି । ଏହା ସହିତ OBD2 (ଅନ୍-ବୋର୍ଡ ଡାଇକ୍ନୋଷ୍ଟିକ୍ 2) ମଧ୍ୟ ଲାଗିଛି, ଯେଉଁ କାରଣରୁ ଏହି ବାଇକ୍ ଏକ ଲିମିଟଠାରୁ ଅଧିକ ପ୍ରଦୂଷିତ ହୋଇପାରିବ ନାହିଁ ।

Honda Unicorn ର ପ୍ରାଇସ୍ :

ମୁମ୍ବାଇର Honda Unicorn ର ନୂଆ ମଡେଲର ଅନ୍-ରୋଡ୍ ପ୍ରାଇସ୍ ୧.୩୪ ଲକ୍ଷରୁ ଆରମ୍ଭ ହୋଇ ୧.୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ । Honda ର ଏହି ନୂଆ ବାଇକ୍ ତିନୋଟି କଲର ଅପ୍ସନ ସହିତ ମାର୍କେଟରେ ସାମିଲ୍ ଅଛି । ଏଥିରେ Matte Axis Grey Metallic, Pearl Igneous Black ଏବଂ Radiant Red Metallic color ରହିଛି ।