ଆଜିଠୁ ଆରମ୍ଭ ହେଲା ଅନର୍ ୯ଏନର ବିକ୍ରି

ନୂଆଦିଲ୍ଳୀ : ହୁୱାଇ ଅନର୍ ମୋବାଇଲ କମ୍ପାନୀର ଲାଟେଷ୍ଟ ସ୍ମାର୍ଟଫୋନ ଅନର୍ ୯ ଏନ ନିକଟରେ ଲଞ୍ଚ କରିଛି। ଆଜି ଦେଶରେ ପ୍ରଥମ ଥର ପାଇଁ ଏହାର ବିକ୍ରି ଆରମ୍ଭ ହୋଇଛି।  ଅନର୍ ୯ଏନ ଗତ ସପ୍ତାହରେ ଭାରତରେ ଲଞ୍ଚ କରିଥିଲା। ଏହା ଏକ ବଜେଟ ସ୍ମାର୍ଟଫୋନ ହେବା ସହ ଏହାକୁ ସ୍ଲିକ୍ ମେଟାଲିକ୍ ଡ଼ିସପ୍ଲେ ଲୁକ୍ ଦିଆଯାଇଛି। ଏହି ମୋବାଇଲର ସବୁଠାରୁ ଖାସ ଜିନିଷ ହେଉଛି ଏହାର ଫ୍ରଣ୍ଟ୍ ଏବଂ ରିୟର କ୍ୟାମେରା। ଏହା ବର୍ତ୍ତମାନ ଫ୍ଲିପକାର୍ଟ ଏବଂ ଅନରର ଅଫିସିଆଲ ୱେବସାଇଟରେ ଉପଲବ୍ଧ ଅଛି। ମୋବାଇଲକୁ ୬୨ ଏବଂ ୧୨୮ଜିବି ଷ୍ଟୋରେଜରେ ବିକ୍ରି କରାଯାଉଛି। ଅନରର ଏହି ହ୍ଯାଣ୍ଡସେଟକୁ ରେଡ଼ମି ନୋଟ ୫ପ୍ରୋ, ଅସସ୍ ଜେନଫୋନ୍ ମେକ୍ସ ପ୍ରୋ , ଏମଆଇ ୧ ଏବଂ ମୋଟ ଜି୬ ସହ ତୁଳନା କରାଯାଉଛି।

ଅନର ୯ଏନ ୩/୩୨ଜିବି ରାମରେ ଉପଲବ୍ଧ ହେବା ସହ ଏହାର ମୂଲ୍ୟ ୧୧,୯୯୯ ଟଙ୍କା ରହିଛି। ସେହିପରି ୪/୬୪ଜିବି ରାମ ବିଶିଷ୍ଟ ସେଟର ମୂଲ୍ୟ ୧୩,୯୯୯ ଟଙ୍କା ରହିଛି। ଏହା ଛଡ଼ା ୪/୧୨୮ ଜିବି ଷ୍ଟୋରେଜ ସ୍ମାର୍ଟପୋନର ମୂଲ୍ୟ ୧୭,୯୯୯ଟଙ୍କା ରହିଛି। ଏହାର ବିକ୍ରି ଆଜି ୧୨ଟା ବେଳୁ ଫ୍ଳିପପାର୍ଟରେ ଆରମ୍ଭ ହୋଇଛି। ଏହି ମୋବାଇଲ ଅନରର ଆଧିକାରୀକ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି। ଏହା ଏବେ ମିଡ଼ନାଇଟ ବ୍ଲକ୍, ଲେବେର୍ଡର ପରପଲ, ଫ୍ଲୋରାଲ ବ୍ଲୁ ଏବଂ ରୋବିନ୍ ବ୍ଲୁରେ ଲଞ୍ଚ କରାଯାଇଛି। ଏହାର ଅନ୍ୟ ଫିଚର ବିଷୟରେ ଆପଣ ଏହାର ଅଫିସିଆଲ ୱେବସାଇଟରେ ମଧ୍ୟ ଦେଖିପାରିବେ।

ଅନର ୯ଏନ ୫.୮୪ଇଞ୍ଚ ଫୁଲଏଚଡ଼ି+ ଡ଼ିସପ୍ଲେ ହେବା ସହ ଏହାର ରିଜୋଲ୍ୟୁସନ ୧୦୮୦ x ୨୨୮୦ ରହିଛି। ଏହାର ରିୟର କ୍ୟାମେରା ୧୩ ଏବଂ ୨ ମେଗାପିକ୍ସଲ ଫ୍ରଣ୍ଟ ଫ୍ଲାସ୍ ରହିଥିବା ବେଳେ ସେଲଫି ଏବଂ ଭିଡ଼ିଓ କଲ ପାଇଁ ୧୬ ମେଗାପିକ୍ସଲ କ୍ୟାମେରା ରହିଛି। ଏଥିରେ ଏଣ୍ଡ୍ରୋଏଡ୍ ୮.୦ ଅଧାରିତ ରହିଛି। ଏହାର ବ୍ୟାଟେରୀ ୩୦୦୦MAH ରହିଛି।