ଜାଣନ୍ତୁ, କେମିତି ଏବଂ କିପରି ବଦଳାଇବେ ପାଖରେ ଥିବା ଚିରାଫଟା ନୋଟ୍

ନୂଆଦିଲ୍ଲୀ  : ସାଧାରଣତଃ ଦୈନନ୍ଦିନ ବ୍ଯବହାର ମଧ୍ୟରେ ଭୁଲବଶତଃ ନୋଟ୍ ଚିରିଯାଇଥାଏ। ଏହା ଛଡ଼ା ଜଲଦି ଜଲଦିରେ ମଧ୍ୟ କିଛି ଦୋକାନି ଆପଣଙ୍କୁ ଚିରାଫଟା ନୋଟ ଧରାଇ ଦେଇଥାନ୍ତି। ଏହି ସମୟରେ ଆପଣ ଭାବିଥାନ୍ତି ଏହି ନୋଟ କାହାକୁ ଦେଇଦେବାକୁ ଯଦି ତାହା ବନହୁଏ ପରେ ଏହା ଆପଣଙ୍କ ପାଖରେ ସେହିପରି ଅଦରକାରୀ ଭାବେ ପଡ଼ିରହିଥାଏ। ଆଜି ଆମେ ଆପଣଙ୍କୁ ଏହି ଫଟାଚିରା ନୋଟକୁ ବଦଳାଇବାର  ଉପାୟ କହିବା ପାଇଁ ଯାଉଛୁ।

note

ନିକଟରେ ଆରବିଆଇ ଚିରାଫଟା ନୋଟକୁ ବଦଳାଇବା ପାଇଁ ନୋଟ ରିଫଣ୍ଡ ନିୟମ ୨୦୦୯ରେ ଅନେକ ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି। ଏହି ନୂଆ ନିୟମ ଚଳିତ ବର୍ଷ ୬ ସେପ୍ଟେମ୍ବରରୁ ଲାଗୁ ହୋଇଛି। ନିୟମ ଅନୁଯାୟୀ, ଦେଶର ଯେକୌଣସି ଆରବିଆଇ ଶାଖାରେ ଗ୍ରାହକ ଚିରାଫଟା ନୋଟକୁ ଆରାମରେ ବଦଳାଇପାରିବେ। ସେହିପରି ୨୦୦୦ରୁ କମ ନୋଟରେ ଶତ ପ୍ରତିଶତ ମୂଲ୍ଯ ଫେରସ୍ତ ହୋଇଥିବା ବେଳେ ଏହା ଉପରକୁ ହେଲେ ପଚାଶ ପ୍ରତିଶତ ରଖାଯାଇ ବାକି ଟଙ୍କା ଗ୍ରାହକଙ୍କୁ ଫେରସ୍ତ କରାଯିବ।

କେଉଁ ପରିସ୍ଥିତିରେ କରାଯିବ ବଦଳ

-ଯଦି ଆପଣଙ୍କ ନୋଟର ରଙ୍ଗ, ଲେଖା ବା ନମ୍ବର ବଦଳି ଯାଇଥାଏ। ଅଥବା କୌଣସି ପାଣି ସଂସ୍ପର୍ଶରେ ଆସି ଧୋଇ ହୋଇଯାଇଥାଏ।

-ଦ୍ବିତୀୟ ଶ୍ରେଣୀରେ ସେହି ନୋଟ ଆସିଥାଏ ଯାହା ଦୁଇ ଫାଳରେ ଫାଟି ଯାଇଥାଏ। ଅଥବା ଅଧାରୁ ଚିରି ହୋଇ ମଧ୍ୟ ଯୋଡ଼ି ହୋଇରହିଥିବେ।

2000

-ଆପଣ ବିଭିନ୍ନ ଖଣ୍ଡରେ ଚିରି ଯାଇଥିବା ନୋଟକୁ ମଧ୍ୟ ବଦଳାଇପାରିବେ। କେବେ ଳ ଗୋଟିଏ ସର୍ତ୍ତ ଏହାର ସମସ୍ତ ଖଣ୍ଡ ଥିବା ଦରକାର।

ସାଧାରଣତଃ ଜଳିଯାଇଥିବା ନୋଟକୁ ବଦଳାଇବା ପାଇଁ ବ୍ଯାଙ୍କ ମନା କରିଥାଏ କିନ୍ତୁ ଆପଣ ସେହି ନୋଟକୁ ମଧ୍ୟ ଆରାମରେ ବଦଳାଇ ପାରିବେ। ତେବେ ଆପଣ କୌଣସି ବ୍ଯାଙ୍କର ଉପଭୋକ୍ତା ହୋଇନଥିଲେ ମଧ୍ୟ ନିସଙ୍କୋଚରେ ଆରବିଆଇ ଯାଇ ନୋଟକୁ ବଦଳାଇ ପାରିବେ।

Leave A Reply

Your email address will not be published.