ଟ୍ରେନରେ କିଲୋମିଟର ପିଛା ଲାଗିଥାଏ ଏତିକି ହଜାର ଲିଟର ଡିଜେଲ, ଜାଣନ୍ତୁ ଆପଣଙ୍କ ଟ୍ରେନ ଯାତ୍ରାକୁ ନେଇ କିିଛି ରୋଚକ କଥା

ଟ୍ରେନରେ ଭାରତର ଅନେକ ଲୋକ ଯାତ୍ରା କରିଥାନ୍ତି । କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ସବୁଠୁ ଭଲ ବିକଳ୍ପ ବୋଲି ମନାଯାଏ । ଏହା ଖୁବ କମ ସମୟରେ ଆମକୁ ସଠିକ ସ୍ଥାନରେ ପହଞ୍ଚାଇଥାଏ । ତେବେ ସାଇକେଲ କିମ୍ବା ଅନ୍ୟାନ୍ୟ କୌଣସି ଗାଡ଼ି ଭଳିଆ ଏହା ମନ ଇଚ୍ଛା ବେକ୍ର ମାରି ରହିଯାଏନି । ଏହା ସମସ୍ତଙ୍କୁ ଜଣା ଯେ ଟ୍ରେନ କେବଳ ଷ୍ଟେସନରେ ହିଁ ରହିଥାଏ । ତାହା ବି କିଛି ମିନିଟ୍ ମାତ୍ର କେବଳ ଯାତ୍ରୀଙ୍କୁ ନେବା ପାଇଁ ।

ତେବେ ମନରେ ପ୍ରଶତନ ଆସୁଥିବ ନିଶ୍ଚୟ ଯେ ସବୁବେଳେ ଚାଲୁଥିବା ଏହି ଟ୍ରେନରେ ଦିନକୁ କେତେ ଲିଟର ତେଲ ବା ଡିଜେଲ ଖର୍ଚ୍ଚ ହେଉଥିବ । କାରଣ ତେଲ ଦରର ମହଙ୍ଗା ଯୁଗରେ ଏହାର ଉତ୍ତର ଜାଣିବା ମଧ୍ୟ ଜରୁରୀ । ତେବେ ଆଜି ଆମେ କହିବୁ ଏହାକୁ ନେଇ ସମସ୍ତ ତଥ୍ୟ । ଆମେ କିଲୋମିଟର ପିଛା ଆବଶ୍ୟକ ପଡୁଥିବା ଡିଜେଲ ସମ୍ପର୍କରେ କହିବୁ । ଯାହା ହୁଏତ ଆପଣ ପ୍ରଥମରୁ କେବେ ଜାଣିନଥିବେ ।

ଆପଣ ଜାଣିଛନ୍ତି କି ୧ କିଲୋମିଟର ଚାଲିବା ପାଇଁ ଟ୍ରେନକୁ କେତେ ଲିଟର ଡିଜେଲ ଆବଶ୍ୟକ ପଡିଥାଏ । ହୁଏତ ଜାଣିନଥିବେ ଏବେ ଏହାର ଉତ୍ତର ଆମେ ଆପଣଙ୍କୁ ଦେବାକୁ ଯାଉଛି। ତେବେ ଯାତାୟତରେ ଟ୍ରେନ ଆମ ଜୀବନରେ ଏକ ବଡ ଭୂମିକା ନେଇଥାଏ । ତେବେ ଆପଣ କେବେ ଜାଣିଛନ୍ତି କି ୧ ଲିଟର ଡିଜେଲରେ ଟ୍ରେନ୍ କେତେ କିଲୋମିଟର ଯାଇପାରିବ।

journey
pc: Quora

ବଦଳୁଥିବା ସମୟ ସହ ସବୁ କିଛି ବଦଳିଥାଏ । ଆପଣ ଜାଣିରଖନ୍ତୁ ଭାରତୀୟ ରେଲୱେ ୩ଟି ଟାଙ୍କିରେ ଚାଲିଥାଏ । ଯେଉଁଥିରେ ପ୍ରଥମରେ ୫୦୦୦ ଲିଟର ଓ ଦ୍ୱିତୀୟରେ ୫୫୦୦ ଲିଟର ଓ ତୃତୀୟରେ ୬୦୦୦ ଲିଟର ଡିଜେଲ୍ ରହିବାର କ୍ଷମତା ରହିଛି। ସୂଚନା ଅନୁସାରେ ଆଗରୁ କୋଇଲାରେ ଟ୍ରେନ୍ ଚାଲୁଥିଲା କିନ୍ତୁ ଭାରତୀୟ ରେଲୱେ ଏବେ ଡିଜେଲ୍ ଇଞ୍ଜିନ୍ ଛାଡି ବିଦ୍ୟୁତ ଇଞ୍ଜିନ୍ ଚଲେଇବା ଆରମ୍ଭ କରିଦେଲାଣି ।

ତେବେ ଡିଜେଲ୍ ଇଞ୍ଜିନ୍ ରେ ଲୋଡ୍ ହିସାବରେ ପ୍ରତି କିଲୋମିଟର ଆଭରେଜ୍ ଜଣାପଡିଥାଏ। ଯଦି ଗାଡି ୨୪ ଟି ଡବା ହୋଇଥାଏ ତେବେ ପ୍ରତି ୬ ଲିଟରରେ ୧ କିଲୋମିଟର ଆଭରେଜ୍ ଦେଇଥାଏ । ଯଦି ୧୨ ଟି ଡବାର ପାସେଞ୍ଜର ଗାଡି ହେଇଥିବ ତେବେ ୧ କିଲୋମିଟର ର ଆଭରେଜ୍ ୬ ଲିଟର ଡିଜେଲ୍ ହେବ । କାରଣ ପାସେଞ୍ଜର ଗାଡି ସବୁ ଷ୍ଟେସନ୍ ରେ ରହିଥାଏ । ସେଥିପାଇଁ ବ୍ରେକ୍ ଲଗାଇଲେ କିମ୍ବା ସ୍ପିଡ୍ ବଢେଇଲେ ଡିଜେଲ୍ ଖର୍ଚ୍ଚ ହେଇଥାଏ ।ସେମିତି ଏକ୍ସପ୍ରେସ୍ ଗାଡିଲେ ୪.୫ ଲିଟର ତେଲରେ ୧ କିଲୋମିଟର ଯାଇଥାଏ । ଆଶା କରୁଛୁ ଏବେ ଆପଣ ଏହି ପ୍ରଶ୍ନର ସବୁ ଉତ୍ତର ଜାଣି ସାରିଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.