ମୁକେଶ ଅମ୍ବାନୀ ଧନୀ ତ ଅଟନ୍ତି, କିନ୍ତୁ କଣ ଆପଣ ଜାଣନ୍ତି ପ୍ରକୃତରେ ସେ କେତେ ଧନୀ ?

ମୁକେଶ ଅମ୍ବାନୀ ସବୁଠାରୁ ଧନୀ ବ୍ୟକ୍ତି ଏକଥା ସମସ୍ତେ ଜାଣନ୍ତି । ପ୍ରତିବର୍ଷ ଫୋର୍ବସ୍ ଧନୀ ବ୍ୟକ୍ତିମାନଙ୍କର ଏକ ତାଲିକା ପ୍ରସ୍ତୁତ କରେ । ଆଉ ଭାରତ ତରଫରୁ ମୁକେଶ ଅମ୍ବାନୀ ସବୁବେଳେ ତାଲିକାର ଶୀର୍ଷରେ ଥାନ୍ତି । ସମୟ ଏମିତି ହେଲାଣି ଯେ ଏବେ ଆଉ ଏ କଥା ଖବର ପରି ଲାଗୁନି । ମୁକେଶଙ୍କ ପରିବର୍ତ୍ତେ ଯଦି ଆଉ କେହି ଟପରେ ରହିଥାନ୍ତେ ତେବେ ଏହା ନିଶ୍ଚିତ ଭାବରେ ଏକ ଖବର ହୋଇଥାନ୍ତା ।

ଚଳିତ ବର୍ଷର ଯେଉଁ ତାଲିକା ରହିଛି ସେଥିରେ ମୁକେଶ ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତି ୪୦.୧ ବିଲିୟନ୍ ଡଲାର୍ ବୋଲି କୁହାଯାଇଛି । ଏହାର ଅର୍ଥ ବୁଝିପାରୁଛନ୍ତି ତ ? ଏହାର ଅର୍ଥ ହେଉଛି ମୁକେଶ ଅମ୍ବାନୀଙ୍କ ନିକଟରେ ୨୬୦୫୬୯୮୦୦୦୦୦୦ ଟଙ୍କା ।  ତେବେ ପ୍ରଧାନମନ୍ତ୍ରୀଙ୍କ କହିବାରୁ ଗ୍ୟାସ୍ ସବସିଡି ଛାଡିଦେବା ପରେ ଏତିକି ଟଙ୍କା ହୋଇଛି ମୁକେଶଙ୍କର । ଯଦି ସବସିଡି ନେଉଥାନ୍ତେ ତେବେ ଆହୁରୀ କେତେ ସମ୍ପତ୍ତି ହୋଇଥାନ୍ତା ତାହା ଅନୁମାନ କରନ୍ତୁ ।

୪୦.୧ ବିଲିୟନ୍ ଡଲାରର ଅର୍ଥ କଣ :

–  ମୁକେଶ ଅମ୍ବାନୀ କରାଚୀ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୂକ୍ତ ଥିବା ସମସ୍ତ କମ୍ପାନୀର ୧୦୦ ପ୍ରତିଶତ ସେୟାର୍ ଗୋଟିଏ ଥରରେ କିଣିପାରିବେ ।

– ଯଦି ମୁକେଶ ଅମ୍ବାନୀଙ୍କ ପୁଅର ବିବାହରେ ଶାହାରୁଖ୍, ସଲମାନ୍ ଏବଂ ଆମୀର ଖାନ୍ ନାଚନ୍ତି ତେବେ ଖର୍ଚ୍ଚ ହୋଇଥିବା ଟଙ୍କା ଏହି ତିନି ଷ୍ଟାରଙ୍କ ବକ୍ସ ଅଫିସ୍ କଲେକ୍ସନଠାରୁ ଅଧିକ ହେବ ।

–  ମୁକେଶ ଅମ୍ବାନୀଙ୍କ ନିକଟରେ ଏତିକି ଟଙ୍କା ଅଛି ଯେ ସେ ଆଇପିଏଲର ସମସ୍ତ ଟିମକୁ କିଣି ନିଜେ ସବୁ ବର୍ଷ ଆଇପିଏଲ୍ ଜିତିବା ସହ ପ୍ରତି ବର୍ଷ ହାରିବି ପାରିବେ ।

– ମୁକେଶ ଅମ୍ବାନୀ ଯଦି ଫୁଟବଲ୍ ଟିମ୍ କିଣନ୍ତି ତେବେ ସେଥିରେ ସେ ମେସୀ, ରୋନାଲ୍ଟୋ ଏବଂ ନେମାର୍ ଏହି ତିନି ଜଣଙ୍କୁ କିଣି ପାରିବେ ।-

– ଏପରିକି ନୀରବ ମୋଦିଙ୍କ ବ୍ୟାଙ୍କ୍ ଋଣ ନିଜର ଖୁଚୁରା ଟଙ୍କାରେ ସୁଝି ଦେଇପାରିବେ ମୁକେଶ ।

ଏବେ ଆପଣ ଜାଣିପାରୁଥିବେ ୪୦.୧ ବିଲିୟନ୍ କେତେ ହୋଇଥାଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.