ନୂଆ SBI ଡେବିଟ କାର୍ଡ଼କୁ କିପରି କରିବେ ଅନଲାଇନ୍ ଆକ୍ଟିଭ୍ , ଜାଣନ୍ତୁ

ନୂଆଦିଲ୍ଲୀ : ନିକଟରେ ଆରବିଆଇ ଦ୍ବାରା ଲାଗୁ କରାଯାଇଥିବା ନିୟମ ଅନୁଯାୟୀ ଗ୍ରାହକଙ୍କୁ ପୁରୁରା ଡ଼େବିଟ କାର୍ଡ଼କୁ ବଦଳାଇ ଚିପ ବିଶିଷ୍ଟ ଡ଼େବିଟ କାର୍ଡ଼ ଆବେଦନ କରିବାକୁ ପଡ଼ିବ। ଯଦି ଆପଣ ଏସବିଆଇର ଗ୍ରାହକ ଏବଂ ଆପଣଙ୍କ ନିକଟରେ ରହିଛି ନୂଆ ଏଟିଏମ୍  ତେବେ  ନୂଆ ଏହାକୁ ଅନଲାଇନରେ ସହଜରେ ଆକ୍ଟିଭ କରିପାରିବେ। ଏଥିପାଇଁ କେବଳ ଆପଣଙ୍କର ଇଣ୍ଟରନେଟ ବ୍ଯାଙ୍କିଂ ଆକ୍ଟିଭେଟ ରହିବା ଆବଶ୍ଯକ ରହିଛି। ଯାହା ଦ୍ବାରା  ଆପଣ ସହଜରେ ଘରେ ବସି କରିପାରିବେ ଆପଣଙ୍କ ଡ଼େବିଟ କାର୍ଡ଼କୁ ଆକ୍ଟିଭେଟ।

 

କିପରି କରିବେ ଆକ୍ଟିଭେଟ

ଆପଣଙ୍କୁ ପ୍ରଥମେ ଏସବିଆଇ ଇଣ୍ଟରନେଟ ବ୍ଯାଙ୍କିଂରେ ଲଗଇନ୍ କରିବାକୁ ପଡ଼ିବ। ଏହାପରେ ଡ଼େବିଟ କାର୍ଡ଼ରେ ଦିଆଯାଇଥିବା ୧୬ଅଙ୍କ ବିଶିଷ୍ଟ ନମ୍ବରକୁ ଏଣ୍ଟର କରନ୍ତୁ। ଏହାସହ ସେଠାରେ ଦିଆଯାଇଥିବା ସମସ୍ତ ପ୍ରକାରର ତଥ୍ଯ ପ୍ରଦାନ କରନ୍ତୁ। ଏହି ବ୍ଯବସ୍ଥାର ଅଧିକ ସୂଚନା ପାଇଁ  ଆପଣ ଏସବିଆଇର ଆଧିକାରିକ ୱେବସାଇଟ ଦେଖିପାରିବେ।

sbi

ପ୍ରଣାଳୀ :

ଇଣ୍ଟରନେଟ ବ୍ଯାଙ୍କିଂ ପୋର୍ଟାଲ ଜରିଆରେ ଗ୍ରାହକ ନିଜର ୟୁଜର ଆଇଡ଼ି ଏବଂ ପାସୱାର୍ଡ଼ ଦେଇ ଲଗଇନ୍ କରନ୍ତୁ। ଏହାପରେ ଗ୍ରାହକଙ୍କୁ ସେହି ଆକାଉଣ୍ଟକୁ ଚୟନ କରିବାକୁ ପଡ଼ିବ ଯେଉଁଥିର ଏଟିଏମ୍ କାର୍ଡ଼କୁ ଆକ୍ଟିଭେଟ କରିବାର ଅଛି।

sbi

ଗ୍ରାହକଙ୍କୁ ନୂଆ ଏଟିଏମରେ ଦିଆଯାଇଥିବା ୧୬ ଅଙ୍କ ବିଶିଷ୍ଟ ନମ୍ବର ଦେବାପରେ ସେଠାରେ ଆବଶ୍ଯକୀୟ ତଥ୍ଯକୁ ପ୍ରଦାନ କରିବାକୁ ପଡ଼ିବ। ପରେ ବ୍ରାଞ୍ଚ ଚୟନର ତୁରନ୍ତ ପରେ ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ ନମ୍ବର ଆସିବ ଯାହାକୁ ସେଠାରେ ଥିବା ଖାଲି ସ୍ଥାନରେ ଦିଅନ୍ତୁ। ଏହାପରେ ସେଠାରେ ନୋଟିଫିକେସନ୍ ଆସିବା ସହ ଏଟିଏମ୍ ଆକ୍ଟିଭେଟ ହୋଇଥିବା କନଫର୍ମ ହୋଇଯିବ।

ବ୍ଯାଙ୍କ ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏହା ସଂପୂର୍ଣ୍ଣ ଭାବେ ଆକ୍ଟିଭେଟ ହେବା ପରେ ହିଁ ଗ୍ରାହକ ଏହାର ଦୈନିକ ବ୍ଯବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.