ଆପଣ ନିଜ କାର୍ କିମ୍ବା ବାଇକ୍ ପାଇଁ ଶସ୍ତାରେ ଚାହୁଁଛନ୍ତି କି VIP ନମ୍ବର? ତେବେ ଏପରି କରନ୍ତୁ ଆବେଦନ

ଗାଡିର ଭିଆଇପି ନମ୍ବର ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଲଗା ପ୍ରକାରର କ୍ରେଜ । ତେବେ ଏହି ଭିଆଇପି ତଥା ଫ୍ୟାନ୍ସି ନମ୍ବର ପାଇବା ଲାଗି ଲୋକମାନେ ମନଇଚ୍ଛା ମୂଲ୍ୟ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ରହୁଥିବା ଜଣାପଡିଛି । କିଛି ଦିନ ତଳେ ଏହିଭଳି ଏକ ଘଟଣା ହରିୟାଣା ଚଣ୍ଡିଗଡରେ ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ତାଙ୍କ ହୋଣ୍ଡା ଆକ୍ଟିଭା ସ୍କୁଟିର ମୂଲ୍ୟ ୭୧ ହଜାର ଟଙ୍କା ହୋଇଥିବାବେଳେ ଭିଆଇପି ନମ୍ବର ପ୍ଲେଟ୍‌ ପାଇବା ପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ।

ସେ ଯାହାବି ହେଉ ଜଣେ ସାଧାରଣ ଲୋକ ଏକ କାର କିଣିବା ତାଙ୍କ ଜୀବନର କୌଣସି ଏକ ସ୍ବପ୍ନ ସାକାର ଠାରୁ କମ ନୁହେଁ ଏବଂ ଯଦି ଏହା ଉପରେ ଏକ ଭିଆଇପି ନମ୍ବର ପ୍ଲେଟ୍ ଲାଗିଯାଏ ତେବେ ଏହାର ଖୁସି ଦ୍ବିଗୁଣିତ ହୋଇଯାଏ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ କାର କିମ୍ବା ବାଇକ୍ ପାଇଁ ଏକ ଫ୍ୟାନ୍ସି କିମ୍ବା ଭିଆଇପି ନମ୍ବର ପ୍ଲେଟ୍ ଚାହୁଁଛନ୍ତି ତେବେ କିଛି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡିବ .. ତେବେ ଆସନ୍ତୁ ଏଥିପାଇଁ କଣ କରିବାକୁ ପଡିବ ଜାଣିବା ।

ବିଭିନ୍ନ ରାଜ୍ୟର ପରିବହନ କର୍ତ୍ତୃପକ୍ଷ ନିଜ ନିଜ ଉପାୟରେ VIP ନମ୍ବର ନିଲାମ କରନ୍ତି। ଅଧିକାଂଶ ସ୍ଥାନରେ ପରିବହନ କର୍ତ୍ତୃପକ୍ଷ ପ୍ରତ୍ୟେକ କ୍ରମରେ 0001 ରୁ 9999 ମଧ୍ୟରେ ଅନେକ ସଂଖ୍ୟାକୁ VIP ନମ୍ବର ଭାବରେ ଚିହ୍ନଟ କରନ୍ତି। ଏହି ସଂଖ୍ୟାଗୁଡିକ ରାଜ୍ୟଗୁଡିକ ଦ୍ୱାରା Super Elite, Single Digit ଓ Semi Fancy Numbers ଭଳି ବର୍ଗରେ ବିଭକ୍ତ କରାଯାଇଛି। ଯାହାର ଭିନ୍ନ ମୂଲ୍ୟ ରହିଛି।

ଅନଲାଇନରେ VIP ନମ୍ବର ପାଇଁ ରେଜିଷ୍ଟ୍ରେସନ କରିପାରିବେ

ଯଦି ଆପଣ ଭିଆଇପି ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିବାକୁ ଚାହାଁନ୍ତି। ତେବେ ଆପଣ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ସଡକ ପରିବହନ ମନ୍ତ୍ରଣାଳୟର ୱେବସାଇଟ୍ କୁ ଯାଇ ଏକ ସାଧାରଣ ଉପଭୋକ୍ତା ଭାବରେ ରେଜିଷ୍ଟ୍ରେସନ କରିପାରିବେ। ଏଠାରେ ଆପଣ କିଛି ଫି ଦେଇ ଫ୍ୟାନ୍ସି କିମ୍ବା ଭିଆଇପି ନମ୍ବର ରିଜର୍ଭ କରିବାକୁ ପଡିବ। ଅବଶ୍ୟ ଏହି ଫି ବିଭିନ୍ନ ରାଜ୍ୟ ଅନୁଯାୟୀ ଭିନ୍ନ ହୋଇଥାଏ।

ନମ୍ବର ରିଜର୍ଭ କରିବା ପରେ ଆପଣଙ୍କୁ ମନେ ରଖିବାକୁ ହେବ ଯେ କେଉଁ ସ୍ଥାନର ପରିବହନ କର୍ତ୍ତୃପକ୍ଷ ନମ୍ବର ନିଲାମ କରିବାକୁ ଯାଉଛନ୍ତି। ଫ୍ୟାନ୍ସି କିମ୍ବା ଭିଆଇପି ନମ୍ବର ପ୍ଲେଟ ପାଇଁ ଆପଣଙ୍କୁ RTO ଅଫିସକୁ ଯିବାର ଅବଶ୍ୟକତା ନାହିଁ। ଆପଣ ଅନଲାଇନରେ ନିଲାମରେ ଅଂଶୀଦାର ହୋଇପାରିବେ।

VIP ନମ୍ବର ନିଲାମୀ ହେବା ପରେ ବିଜେତା ଘୋଷଣା କରାଯାଏ। ଯଦି ଆପଣ ନିଜ ପସନ୍ଦିଦାର ନମ୍ବର ପାଇଲେ, ତା’ହେଲେ ଏହାର ଆବଣ୍ଟନ ପାଇଁ ଆପଣଙ୍କୁ ଏକ ଚିଠି ଦିଆଯିବ ।

ଯଦି ଆପଣ ନିଜ ଇଚ୍ଛା ମୁତାବକ ନମ୍ବର ପାଇବାକୁ ସକ୍ଷମ ନୁହନ୍ତି ତେବେ ଆପଣ ଦେଇଥିବା ଫି ଫେରସ୍ତ କରିବାକୁ ଦାବି କରିପାରିବ। ଅବଶ୍ୟ, ଏହା କେତେକ ରାଜ୍ୟରେ ଫେରସ୍ତ ହୋଇନପାରେ। ସାଧାରଣତଃ VIP ନମ୍ବର ନିଲାମ ଏବଂ ଫଳାଫଳ ଘୋଷଣା ପ୍ରକ୍ରିୟା ୪ ରୁ ୫ ଦିନ ମଧ୍ୟରେ ହୋଇଥାଏ। ଏହା ପରେ ଆପଣଙ୍କର ନିକଟତମ RTO ରୁ ନମ୍ବର ପ୍ଲେଟ୍ ରିଲିଜ୍ ପାଇଁ ୯୦ ଦିନ ଲାଗିପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.