ଫରେଷ୍ଟର ହେବାକୁ ଚାହୁଁଛନ୍ତି, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା ଏବଂ ଦରମା କେତେ ?

ବନ ବିଭାଗରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ପାଇଁ ଅଫିସର ପଦବୀରେ ନିଯୁକ୍ତି କରାଯାଉଛି। ଫରେଷ୍ଟ ଅଫିସର ପଦବୀ ପାଇଁ ଖାଲିପଡିଛି ପଦବୀ। ଜଙ୍ଗଲର ଅବୈଧ ଗଛ କଟା ଏବଂ ଏହାର ରକ୍ଷା କରିବା କାମ ମଧ୍ୟ ଫରେଷ୍ଟ ଅଫିସର କରନ୍ତି। ଯେଉଁମାନେ ଫରେଷ୍ଟ ଅଫିସର ହେବାକୁ ଚାହୁଁଛନ୍ତି କିମ୍ବା ପ୍ରସ୍ତୁତ କରୁଛନ୍ତି, ସେମାନେ ଆବେଦନ କରିପାରିବେ। ତେବେ ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା, ଜରୁରୀ ତାରିଖ ଜାଣିନେବା ଜରୁରୀ।

ପଦବୀ ବିବରଣୀ :

ଫରେଷ୍ଟ ଅଫିସର

ଜରୁରୀ ତାରିଖ : ଏହି ପଦବୀ ପାଇଁ ପୂର୍ବରୁ ଆବେଦନ ହୋଇଥିଲା। ଏବେ ଅକ୍ଟୋବର ମାସରେ ଏହାର ପରୀକ୍ଷା ହେବ।

ଶିକ୍ଷାଗତ ଯୋଗ୍ୟତା : ଫରେଷ୍ଟ ଅଫିସର ପଦବୀ ପାଇଁ ପ୍ରାର୍ଥୀ ଗଣିତ, ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଭୂ ବିଜ୍ଞାନ, ପଶୁ ଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନ ଇଂଜିନିୟରିଂ କିମ୍ବା କୃଷି ବିଭାଗରେ କୌଣସି ବିଷୟରେ ଗ୍ରାଜୁଏଟ ହେବା ଜରୁରୀ। ଏହି ପରୀକ୍ଷା ୟୁପିଏସସି ଦ୍ୱାରା କରାଯିବ।

ପରୀକ୍ଷା : ଫରେଷ୍ଟ ଅଫିସର ପଦବୀ ପାଇଁ ପରୀକ୍ଷା ୩ଟି ପର୍ଯ୍ୟାୟରେ ହେବ।

ପ୍ରାରମ୍ଭିକ ପରୀକ୍ଷା
ମେନ୍‌ ପରୀକ୍ଷା
ଇଣ୍ଟରଭ୍ୟୁ
ମେଡିକାଲ ପରୀକ୍ଷା
ଡକ୍ୟୁମେଣ୍ଟ ଏବଂ କ୍ୟାରେକ୍ଟର ଭେରିଫେକେସନ

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୨ ବର୍ଷ ହେବା ଜରୁରୀ। ସରକାରୀ ନିୟମ ଅନୁସାରେ ସଂରକ୍ଷିତ ବର୍ଗ ଏବଂ ବୟସ ସୀମାରେ ଛୁଟ୍‌ ମିଳିବ।

ଦରମା : ଫରେଷ୍ଟ ଅଫିସର ପାଇଁ ପେ ଲେବଲ ୧୫,୬୦୦ ରହିଥିବା ବେଳେ ଡିଏ ୨ ପ୍ରତିଶତ, ଟିଏ ବାବଦରେ ୩୬୦୦ ଟଙ୍କା ମିଳିବ। ତେବେ ମୋଟ ଦରମା ୩୯,୧୦୦ ଟଙ୍କା ପ୍ରତିମାସକୁ ମିଳିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://drive.google.com/file/d/10p-_NVw2r7kijU6sZmAKH_E6NBLHVZoU/view

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.