ଘରେ ବସି ଗୋଟିଏ କ୍ଲିକରେ ବୁକ୍‌ ହେବ ପୂରା ଟ୍ରେନ୍‌, ୯୯% ଲୋକଙ୍କୁ ଜଣାନାହିଁ ବୁକିଙ୍ଗ୍‌ ତରିକା

ଦେଶରେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଲମ୍ବା ଦୂରତା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ସବୁଠାରୁ ଭଲ ଏବଂ ଆରାମଦାୟକ ଟ୍ରେନକୁ ହିଁ ଲୋକେ ବାଛନ୍ତି ।

ଦେଶରେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଲମ୍ବା ଦୂରତା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ସବୁଠାରୁ ଭଲ ଏବଂ ଆରାମଦାୟକ ଟ୍ରେନକୁ ହିଁ ଲୋକେ ବାଛନ୍ତି । କୌଣସି ପର୍ସନାଲ ବାହନ ଅପେକ୍ଷା ଟ୍ରେନରେ ଯାତ୍ରା କରିବା ଦ୍ୱାରା ଖର୍ଚ୍ଚ ବି କମ୍‌ ହୋଇଥାଏ । ଏବଂ ଏହା ଅଧିକ ସୁରକ୍ଷିତ ମଧ୍ୟ ହୋଇଥାଏ । ଘର-ପରିବାରର କିମ୍ବା କେବେ ନିଜର ଯଦି ଟିକେଟ ବୁକ୍‌ କରୁଛନ୍ତି ତାହେଲେ ଆପଣ ଏହାକୁ ଧ୍ୟାନ ରଖିବା ନିହାତି ଜରୁରୀ ଯେ କଣ ସମ୍ପୂର୍ଣ୍ଣ ଟ୍ରେନ କିମ୍ବା ତାର କୌଣସି ଏକ କୋଚ ବୁକ୍‌ କରାଯାଇପାରେ । ଯଦି ଏହି ବୁକିଙ୍ଗ ସମ୍ଭବ ତାହେଲେ ଏହି କାମ କେମିତି କରିବେ ତାହା ବିଷୟରେ ଆଜି ଆମେ ଆପଣଙ୍କୁ ବତାଇବୁ ।

ପୂରା ଟ୍ରେନ ବୁକ୍‌ କରିବା ବିଷୟରେ ଅଧିକାଂଶ ଲୋକଙ୍କୁ ହୁଏତ ସମ୍ପୂର୍ଣ୍ଣ ସୂଚନା ଜଣାନଥାଏ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟ୍ରେନର ଗୋଟେ କୋଚ କିମ୍ବା ପୂରା ଟ୍ରେନ ବୁକ୍‌ କରିବା ପାଇଁ ଆପଣଙ୍କୁ ଆଇଆରସିଟିସି ସହ ସମ୍ପର୍କ କରିବାକୁ ପଡିବ । ଯଦି ଆପଣ ପୂରା କୋଚକୁ ବୁକ୍‌ କରିବାକୁ ଚାହୁଁଛନ୍ତି ତାହେଲେ ସର୍ବପ୍ରଥମେ ଆଇଆରସିଟିସିର ଅଫିସିଆଲ େଓ୍ଵବସାଇଟକୁ ଯାଇ ଏଫଟିଆର ସର୍ଭିସ (FTR Service) ଅପ୍ସନକୁ କ୍ଲିକ କରନ୍ତୁ । ଏହାବ୍ୟତୀତ ଆପଣ (www.ftr.irctc.co) େଓ୍ଵବସାଇଟ ସାହାଯ୍ୟରେ ମଧ୍ୟ ଟ୍ରେନର କୋଚ ବୁକ୍‌ କରିପାରିବେ। ଏଠାରେ ମଗା ଯାଇଥିବା ସୂଚନାକୁ ପୂରଣ କରି ଆପଣଙ୍କୁ ପେମେଣ୍ଟ କରିବାକୁ ହେବ । ଏହାପରେ ପେମେଣ୍ଟ ଅପ୍ସନ ଉପରେ କ୍ଲିକ କରିବାକୁ ହେବ । ମନେ ରଖିବେ ବୁକିଙ୍ଗ ସମୟରେ ଆପଣଙ୍କୁ ଡେଟ ଏବଂ ସମୟର ଖାସ୍‌ ଧ୍ୟାନ ରଖିବାକୁ ହେବ ।

ଯଦି ଆପଣ କେବଳ ଏକ କୋଚ ବୁକ୍‌ କରିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆପଣଙ୍କୁ ୫୦ ହଜାର ସିକ୍ୟୁରିଟୀ ରାଶି ଜମା କରିବାକୁ ହେବ । ସେହିପରି ୧୮ ବଗି ଥିବା ସମ୍ପୂର୍ଣ୍ଣ ଟ୍ରେନ ପାଇଁ ୯ ଲକ୍ଷ ସିକ୍ୟୁରିଟୀ ରାଶି ଦେବାକ ହେବ । ଏହାବ୍ୟତୀତ ହଲଟିଙ୍ଗ୍‌ ଚାର୍ଜ ୭ ଦିନ ପରେ ୧୦ ହଜାର ଟଙ୍କା ପ୍ରତି କୋଚ୍‌ ଏକ୍ସଟ୍ରା ଦେବାକୁ ହେବ । ନିଜ ହିସାବରେ ଏଥିରେ ବଗି ସଂଖ୍ୟା ୨୪ ପର୍ଯ୍ୟନ୍ତ ବଢ଼ାଇପାରିବେ । ସମ୍ପୂର୍ଣ୍ଣ ଟ୍ରେନ ବୁକ୍‌ କରିବା ପାଇଁ ଆପଣଙ୍କୁ ୩୦ ଦିନ ଠାରୁ ନେଇ ୬ ମାସ ପୂର୍ବରୁ ହିଁ ପ୍ରସ୍ତୁତି କରିବାକୁ ହେବ । ଏବଂ ଅନଲାଇନ୍‌ ଆବେଦନ କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like