ଘରେ ବସି ମାତ୍ର କିଛି ସେକେଣ୍ଡରେ ଏପରି ଠିକ୍ କରନ୍ତୁ ଭୋଟର ଆଇଡିରେ ବଦଳିଥିବା ଠିକଣା

ନୂଆଦିଲ୍ଲୀ : ଚଳିତବର୍ଷର ଲୋକସଭା ନିର୍ବାଚନର ପ୍ରସ୍ତୁତି ଖୁବ୍ ଯୋରରେ ଚାଲିଛି। ସମସ୍ତ ରାଜନୈତିକ ପାର୍ଟି ଏନେଇ ନିଜନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏମିତିରେ ଲୋକଙ୍କ ସୁବିଧା ଅନୁଯାୟୀ ନିର୍ବାଚନ ବିଭାଗ ଭୋଟର ଆଇଡି ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥାକୁ ଅନଲାଇନ କରିଛି। ଆପଣଙ୍କ ମଧ୍ୟରେ ଏପରି ଅନେକ ଥିବେ ଯେଉଁମାନଙ୍କର ଭୋଟର ପରିଚୟ ପତ୍ରରେ ଠିକଣା ଭୁଲ ହୋଇଯାଇଥିବ। ତେବେ ଏନେଇ ଆଜି ଆମେ ଆପଣଙ୍କ ପାଇଁ ସୂଚନା ଆଣିଛୁ। ଯାହା ଦ୍ବାରା ଆପଣ ଘରେ ବସି ଅନଲାଇନରେ ନିଜ ଠିକଣାକୁ ପରିବର୍ତ୍ତନ କରିପାରିବେ।
ଭୋଟର କାର୍ଡରେ ଠିକଣା ପରିବର୍ତ୍ତନ ଏବଂ ନୂତନ ଭାବେ ନାମ ଯୋଡିବା ପାଇଁ ଫର୍ମ ନମ୍ବର- ୬ ର ବ୍ୟବହାର କରାଯାଇଥାଏ। ଏଥିରେ ମଧ୍ୟ ଆପଣଙ୍କୁ ଅନଲାଇନରେ ୬ ନମ୍ବର ଫର୍ମ ପୂରଣ କରିବାକୁ ପଡିବ ।ଏଥିପାଇଁ ମୋବାଇଲ ଅଥବା କମ୍ପ୍ୟୁଟରରେ ବ୍ରାଉଜର ସାହାଯ୍ୟରେ ଲିଙ୍କକୁ ଖୋଲନ୍ତୁ।
ଏହାପରେ ଆପଣଙ୍କ ସାମ୍ନାରେ ଏକ ଫର୍ମ ଖୋଲିବ ଯେଉଁଥିରେ ରାଜ୍ୟ, ନାମ, ଲିଙ୍ଗ, ଜନ୍ମ ତାରିଖ, ଠିକଣା ଆଦି ସୂଚନା ମଗାଯାଇଥିବ। ଏଥିରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ। ଗୋଟିଏରେ ମତଦାତା ଏବଂ ଅନ୍ୟଟିରେ ନିର୍ବାଚନ ମଣ୍ଡଳୀ ଅଧିକାରୀ ଆବେଦନ କରିପାରିବେ। ଏଥିରେ ଆବଶ୍ୟକତା ଅନୁଯାୟୀ ଆପଣ ଅପସନ ଚୟନ କରନ୍ତୁ।
ଏଠାରେ ଆବଶ୍ୟକୀୟ ତଥ୍ୟ ଭର୍ତ୍ତି କରିବା ପରେ ପ୍ରମାଣ ସ୍ବରୁପ ଫଟୋ, ବୟସ ଏବଂ ଠିକଣା ପତ୍ର ଦେବାକୁ ପଡିବ। ଏଥିପାଇଁ ଆପଣ ଡକ୍ୟୁମେଣ୍ଟ ମାନଙ୍କର ସ୍କାନ କପି ମଧ୍ୟ ଅପଲୋଡ କରିପାରିବେ। କିନ୍ତୁ ଧ୍ୟାନ ରହିବା ଦରକାର କି କପି ଗୁଡିକର ସାଇଜ୍ ୨ ଏମବିରୁ ଅଧିକ ରହିବ ନାହିଁ। ଜନ୍ମ ପ୍ରମାଣ ପତ୍ର ପାଇଁ ଆପଣ ଆଧାର କାର୍ଡକୁ ମଧ୍ୟ ଦେଇପାରିବେ। ସେହିପରି ଠିକଣା ପତ୍ର ହିସାବରେ ଆପଣ ବିଦ୍ୟୁତ୍ ବିଲ ବା କୌଣସି କନେକସନର ବିଲ ଦେଇପାରିବେ।
ଫର୍ମକୁ ସବମିଟ କରିବା ପରେ ଏକ ରେଫରେନ୍ସ ଆଇଡି ମିଳିବ। ଯାହା ସାହାଯ୍ୟରେ ଆପଣ ନିଜ ଆବେଦନକୁ ଟ୍ରାକ୍ କରିପାରିବେ। ଆପ୍ଳିକେସନ ଭରିବା ପରେ ନିର୍ବାଚନ ଅଧିକାରଙ୍କ ଦ୍ବାରା ତାହା ଭେରିଫାଏ କରାଯିବା। ତାହା ସଠିକ୍ ଜଣାପଡିବା ପରେ ଡ଼ାକ ଜରୀଆରେ ଆପଣଙ୍କ ନୂତନ ଠିକଣାରେ ଅପଡେଟେଡ଼ ଭୋଟର ଆଇଡି ପହଞ୍ଚିଯିବ। ଅନଲାଇନ ବ୍ୟତୀତ ଆପଣ ଭୋଟର ଆଇଡିରେ ଠିକଣା ପରିବର୍ତ୍ତନ ପାଇଁ ଆପଣ ନିଜ ନିର୍ବାଚନ କ୍ଷେତ୍ରର ଅଧିକାରୀଙ୍କ ସହ ମଧ୍ୟ ସଂପର୍କ କରିପାରିବେ।