ଠକାମିରୁ ଶିକାର ହେବାରୁ ବଞ୍ଚନ୍ତୁ, ସୁନା କିଣିବା ସମୟରେ ନଜରରେ ରଖନ୍ତୁ ଏହି ସବୁ କଥା

ସୁନା, କାହାକୁ ବା ପସନ୍ଦ ନୁହେଁ। କେହି ଏହାକୁ ନିଜ ମନ ପସନ୍ଦର ଅଳଙ୍କାର ଭାବେ ବ୍ୟବହାର କରେ ତ ଅନ୍ୟ କିଏ ନିଜ ଜରୁରୀ ସମୟରେ ପଡ଼ୁଥିବା ଆବଶ୍ୟକ ପାଇଁ। ପ୍ରାୟତଃ ସାଧାରଣ ପରିବାରରେ ନିଜ ଆଗାମୀ ଭବିଷ୍ୟତ ପାଇଁ ଏହାକୁ ଯୋଡ଼ିକି ରଖିଥାନ୍ତି। କାରଣ ଆବଶ୍ୟକ ସମୟରେ ସୁନାର ମୂଲ୍ୟ ଆହୁରି ଅଧିକ ହୋଇଯାଏ। ତେବେ ଭାରତରେ ବଡ଼ ଆକାରରେ ପ୍ରାୟ ସମସ୍ତ ଶୁଭ କାମରେ ସୁନାର ବ୍ୟବହାର କରାଯାଏ। କାରଣ ସୁନାକୁ ଶୁଭ ବୋଲି ମନାଯାଏ।

gold purity
pc: navbharat times

ତେବେ ଏହାର ଅଧିକ ଭାବେ ବ୍ୟବହାର ଗହଣା ଆକାରରେ କରାଯାଏ। ଧନତେରାସ୍‌ ଭଳି ଶୁଭ ପର୍ବରେ ସୁନାର ଗହଣାର ଡିମାଣ୍ଡ ଅଧିକ ମାତ୍ରାରେ ବଢ଼ିଯାଏ। ତେବେ ଯଦି ଆପଣ ବି ଜଣେ ସୁନା ପ୍ରେମୀ ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ଏହାକୁ ଆପଣ ଜାଣିବା ନିହାତି ଜରୁରୀ। ଆଜିକାଲି ବଜାରରେ ଅସଲି ସୁନା ନାମରେ ଅନେକ ଠକେଇ ଚାଲିଛି। ଏମିତିରେ ଆପଣ ଅସଲି କି ନକଲି ସୁନାକୁ ଜାଣିବେ କିପରି? ଯଦି ଆପଣ ବି ଏମିତି ପରିସ୍ଥିତିରେ ପଡ଼ନ୍ତି ତେବେ ପ୍ରଥମେ ସତର୍କ ରୁହନ୍ତୁ। ନଚେତ ଆପଣଙ୍କର ମଧ୍ୟ ବଡ଼ ସମସ୍ୟା ହୋଇପାରେ।

ଏମିତିରେ ଆପଣଙ୍କ ପାଇଁ ଆମେ ଏକ ଜରୁରୀ ଟ୍ରିକ ସମ୍ପର୍କରେ କହିବୁ। ଯେଉଁଥିରୁ ଆପଣ ଜାଣିପାରିବେ ଯେ ଆପଣଙ୍କ ପାଖେ ଥିବା ସୁନା ଅସଲି ନା ନକଲି।

gold

ପ୍ରଥମତଃ ଆପଣ ଅସଲି ସୁନାକୁ ଚିହ୍ନିବା ପାଇଁ ପ୍ରଥମେ ଏଥିରେ ଥିବା ହଲମାର୍କକୁ ଚିହ୍ନନ୍ତୁ। ହଲମାର୍କକୁ ଦେଖି ଆପଣ ସୁନାର ଶୁଦ୍ଧତା ସମ୍ପର୍କରେ ଜାଣିପାରିବେ। ଏହାବ୍ୟତିତ ଆପଣ ଅସଲି ଓ ନକଲି ସୁନା ମଧ୍ୟରେ ଥିବା ପାର୍ଥକ୍ୟକୁ ଚୁମ୍ବକ ସାହାଯ୍ୟରେ ଜାଣିପାରିବେ। ଦର୍ଶକବନ୍ଧୁ ସୁନାରେ ଚୁମ୍ବକୀୟ ଗୁଣ ନଥାଏ। ଆଉ ଯଦି ଆପଣ ସୁନା ପାଖକୁ ଚୁମ୍ବକ ଆଣନ୍ତି ଆଉ ଏହି ସମୟରେ ସୁନା ଚୁମ୍ବକ ଆଡକୁ ଆକର୍ଷିତ ହେଉଥାଏ ତେବେ ଜାଣିବେ ଏହା ନକଲି ।

ଆପଣ ଏହାର ଗୁଣାବତ୍ତା ସମ୍ପର୍କରେ ପାଣି ଦ୍ୱାରା ମଧ୍ୟ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ସୁନାକୁ ପାଣିରେ ପକାଇବାକୁ ହେବ। ଯଦି ପାଣିରେ ସୁନା ଉପରକୁ ଭାସେ ତେବେ ଏହା ନକଲି ଜାଣିବେ। ଦର୍ଶକବନ୍ଧୁ ଆପଣ ଅସଲି ସୁନା ସମ୍ପର୍କରେ ଏସିଡ ସାହାଯ୍ୟରେ ମଧ୍ୟ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ନାଇଟ୍ରିକ ଏସିଡ ର ବ୍ୟବହାର କରିବାକୁ ପଡ଼ିବ। ଆପଣଙ୍କୁ ସୁନାର କିଛି ଭାଗରେ ଏହି ଏସିଡକୁ ପକାଇବାକୁ ହେବ। ଯଦି ଏହାପରେ କିଛି ଫରକ ମାର୍କ କରିବେ ତେବେ ଜାଣିବେ ଆପଣଙ୍କ ସୁନା ନକଲି।

gold
photo: hindi.informalnewz

ସୁନାର ଗୁଣବତ୍ତା ସିରକା ମଧ୍ୟ ଦେଇଥାଏ। ଏଥିପାଇଁ ସିରକା ର କିଛି ବୁନ୍ଦା ଆପଣଙ୍କୁ ସୁନା ଉପରେ ପକାଇବାକୁ ହେବ। ଯଦି ସିରକାର ରଙ୍ଗ ବଦଳିଯାଏ ତେବେ ଜାଣିବେ ନକଲି ସୁନାର ପ୍ରତିକ୍ରିୟା ପାଇଁ ଏହା ହୋଇଛି। ମାନେ ଆପଣଙ୍କ ସୁନା ନକଲି ।

Leave A Reply

Your email address will not be published.