ଆପଣଙ୍କ ଗ୍ୟାସ ସିଲିଣ୍ଡର କେତେ ଦିନରେ ହେବ ଖାଲି, ପତ୍ତା ଲଗାଇବା ପାଇଁ ଫଲୋ କରନ୍ତୁ ଏହି ଟ୍ରିକ

ଦିନକୁ ଦିନ ବଢ଼ିଚାଲିଛି ରୋଷେଇ ଗ୍ୟାସ୍ ସିଲିଣ୍ଡରର ଦର। ଗୋଟିଏ ସିଲିଣ୍ଡରକୁ ମାସେ ଚଲାଇବା ବହୁତ କଷ୍ଟକର ହୋଇପଡୁଛି। ସବୁ ଲୋକ ଚାହାଁନ୍ତି ସିଲିଣ୍ଡର ଯେମିତି ମାସେରୁ ଅଧିକ କଷ୍ଟେ ମଷ୍ଟେ ଚଳିଯାଉ। ହେଲେ ରୋଷେଇ ବେଳେ ତା ଏହାର ହିସାବ ରଖିବା ମୁସ୍କିଲ । ତେଣୁ ଆପଣଙ୍କୁ ଏହାର ଟେକନିକ ଜାଣିବା ଜରୁରୀ ଯେ ଏହାକୁ କେମିତି ଅଧିକ ଦିନ ଚଳାଇ ହେବ। କଣ କଲେ ଗ୍ୟାସ ଅଧିକ ଦିନ ଯିବ ଏବଂ କେମିତି ଜାଣିବେ ସିଲିଣ୍ଡରରେ ଆଉ କେତେ ଗ୍ୟାସ ବଳକା ଅଛି ? ଏହା ଜାଣିବା ବହୁତ ଆବଶ୍ୟକ । କାହିଁକି ନା ସବୁବେଳେ ଲୋକମାନେ ଏହି ଭୁଲ କରନ୍ତି ଯେ ସିଲିଣ୍ଡରକୁ ହଲାଇ ଉଠାଇ ଦେଖନ୍ତି । ଯଦି ହାଲକା ଲାଗୁଛି ତାହେଲେ ଗ୍ୟାସ ସରିଯାଇଛି। କିନ୍ତୁ ଏହି ଉପାୟ ଏକଦମ୍ ଭୁଲ। ଆପଣଙ୍କୁ ଠିକ ଉପାୟ ନିହାତି ଜାଣିବା ଦରକାର, ଯାହାଦ୍ୱାରା ଆପଣ ଗ୍ୟାସକୁ ସେହି ଅନୁଯାୟୀ ବ୍ୟବହାର କରିବେ ଆଉ ଅଧିକ ଦିନ ପର୍ଯ୍ୟନ୍ତ ଚଳାଇ ପାରିବେ।

ଯେତେବେଳେ ଘରେ ନୂଆ ସିଲିଣ୍ଡର ଲାଗିଥାଏ ସେତେବେଳେ ପ୍ରଥମେ ପ୍ରଥମେ ଏହା ଅତି ବଢ଼ିଆ ଭାବେ ଚାଲିଥାଏ। କିନ୍ତୁ ତାପରେ ଯେମିତି ଯେମିତି ଚୂଲାରେ ଆଞ୍ଚ କମ୍ ହେବାକୁ ଲାଗିଥାଏ। ସେତେବେଳେ ଆପଣ ଅନୁମାନ ଲଗାଇଦିଅନ୍ତି ଯେ ବୋଧହୁଏ ଗ୍ୟାସ୍ ସରି ଆସିଲାଣି, ଏହି ହଡବଡିରେ ଆପଣ ସିଲିଣ୍ଡରକୁ ଉଠାଇ ହଲାଇ ଦେଖିଥାନ୍ତି । ସିଲିଣ୍ଡରର ଓଜନ ଅନୁଯାୟୀ ଆପଣ ଅନୁମାନ ଲଗାଇ ଦିଅନ୍ତି ଯେ ଗ୍ୟାସ୍ ଅଛି ନା ନାହିଁ। କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କର ଏହି ତରିକାରେ ଆପଣଙ୍କୁ କେତେ କ୍ଷତି ସହିବାକୁ ପଡୁଛି ? ପୁଣି ଏଥିରେ ବିପଦ ମଧ୍ୟ ଅଛି ।

ଯଦି ଆପଣ ଏହିଭଳି ଭାବେ ଆପଣ ଗ୍ୟାସ୍ ଚେକ୍ କରୁଛନ୍ତି ତାହେଲେ ଏମିତି ବିଲକୁଲ ବି କରନ୍ତୁ ନାହିଁ। କାହିଁକିନା ଆପଣ ତ ସିଲିଣ୍ଡରକୁ ଉଠାଇ ହଲାଇ ଚେକ କରିଦିଅନ୍ତି, ହାଲକା ଲାଗିଲେ ଭାବି ନିଅନ୍ତି ଗ୍ୟାସ ସରିଯାଇଛି। କିନ୍ତୁ ଏଥିରେ ଆପଣ ଆପଣଙ୍କର ହିଁ କ୍ଷତି ହେଉଛି। କାହିଁକିନା ସିଲିଣ୍ଡରରେ କିଛି ବଳକା ଥିବା ଗ୍ୟାସ ରହିଯାଇଥାଏ । ଯାହାକୁ ଆପଣ ବେକାର କରିଦେଉଛନ୍ତି।

ତେବେ ଯଦି ଆପଣ ଠିକ୍ ଉପାୟ ଜାଣିବାକୁ ଚାହୁଁଛନ୍ତି ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ସିଲିଣ୍ଡରରେ ପ୍ରକୃତରେ କେତେ ଗ୍ୟାସ୍ ରହିଛି, ତାହେଲେ ଆପଣଙ୍କୁ ଏହି ଉପାୟକୁ ଆପଣେଇବାକୁ ପଡିବ। ଆପଣ ଏକ କପଡା ନିଅନ୍ତୁ । ସେହି କପଡାକୁ ଓଦା କରି ପୂରା ସିଲିଣ୍ଡରରେ ଘୋଡାଇ ଦିଅନ୍ତୁ। ଏହାପରେ କିଛି ସମୟ ଅପେକ୍ଷା କରନ୍ତୁ। ଏବେ ଦେଖନ୍ତୁ ସିଲିଣ୍ଡରର କେତେ ଭାଗ ଓଦା ଦେଖାଯାଉଛି ଆଉ କେତେ ଭାଗ ଶୁଖିଲା ଦେଖାଯାଉଛ। ଏଇଥିରୁ ହିଁ ଆପଣ ଜାଣି ପାରିବେ ଗ୍ୟାସ୍ କେତେ ଅଛି। ଶୁଖିଲା ଭାଗକୁ ଦେଖି ଜାଣନ୍ତୁ ଯେ ଗ୍ୟାସ୍ ସରି ଯାଇଛି । ଆଉ ଯେତେ ଭାଗ ଯାଏଁ ସିଲିଣ୍ଡର ଓଦା ଦେଖା ଯାଉଛି ସେଥିରୁ ଜାଣନ୍ତୁ ଯେ ଓଦା ଦେଖାଯାଉଥିବା ଭାଗ ପର୍ଯ୍ୟନ୍ତ ଗ୍ୟାସ ରହିଛି। ତେଣୁ ଏହା ପରଠାରୁ ସିଲିଣ୍ଡରକୁ ହଲାଇ ଝୁଲାଇ ନୁହେଁ ଏହି ଉପାୟରେ ଚେକ୍ କରନ୍ତୁ। ଯାହା ଅତି ସହଜ ଏବଂ ସରଳ । ଆପଣ ବେଶି ଟେନ୍‌ସନ୍‌ରେ ପଡ଼ିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.