ଖରାପ ଫଟା ନୋଟକୁ ନେବା ପରେ କଣ ପୁନର୍ବାର ହୁଏ କି ବ୍ୟବହାର? ଜାଣନ୍ତୁ ବ୍ୟାଙ୍କ କରେ କଣ ଏହି ନୋଟ୍‌

ଆମେ ସମସ୍ତେ ତ ଜାଣିଛନ୍ତି ଇଣ୍ଡିଆରେ କାଗଜ ନୋଟର ପ୍ରଚଳନ ହେଉଛି । ଅନେକ ଥର ଏମିତି ହୋଇଥାଏ ଯେ ନୋଟ ଫାଟିଯାଏ କିମ୍ବା ଏତେ ପୁରୁଣା ହୋଇଯାଏ ଯେ ତାକୁ ୟୁଜ୍‌ କରିବା ମୁସକିଲ ହୋଇଯାଏ । ଆଉ ଲୋକମାନେ ବି ଏପରି ନୋଟକୁ ନେବା ପାଇଁ ମନା କରିଦିଅନ୍ତି ।

ଇଣ୍ଡିଆନ୍‌ କରେନ୍ସୀ ବିଷୟରେ ଅନେକ ପ୍ରକାରର ଫ୍ୟାକ୍ଟସ ଆପଣ ପଢ଼ିଥିବେ । ଏବଂ ଇଣ୍ଡିଆନ୍‌ କରେନସୀ ବିଷୟରେ ଅଳ୍ପ ବହୁତ ଜାଣିଛନ୍ତି ମଧ୍ୟ । ଆମେ ସମସ୍ତେ ତ ଜାଣିଛନ୍ତି ଇଣ୍ଡିଆରେ କାଗଜ ନୋଟର ପ୍ରଚଳନ ହେଉଛି । ଅନେକ ଥର ଏମିତି ହୋଇଥାଏ ଯେ ନୋଟ ଫାଟିଯାଏ କିମ୍ବା ଏତେ ପୁରୁଣା ହୋଇଯାଏ ଯେ ତାକୁ ୟୁଜ୍‌ କରିବା ମୁସକିଲ ହୋଇଯାଏ । ଆଉ ଲୋକମାନେ ବି ଏପରି ନୋଟକୁ ନେବା ପାଇଁ ମନା କରିଦିଅନ୍ତି । ତାପରେ ଏପରି ନୋଟକୁ ଆମେ ବ୍ୟାଙ୍କରେ ବଦଳାଇଦିଅନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଫଟା ଚିରା ନୋଟକୁ ନେଇ ବ୍ୟାଙ୍କ କଣ କରନ୍ତି । ଯଦି ଏହି ପ୍ରଶ୍ନ କେବେ ଆପଣଙ୍କ ମନରେ ଆସିଥାଏ ତାହେଲେ ଏହାର ସୂଚନା ଆଜି ଆମେ ଆପଣଙ୍କୁୁ ଦେବୁ ଏ ଭିଡିଓରେ ।

ଆପଣ ଜାଣିଛନ୍ତି ଯେ କୌଣସି ପ୍ରକାର ଫଟା ନୋଟକୁ ଆପଣ ବଦଳାଇପାରିବେ । ଯଦି ସମ୍ପୂର୍ଣ୍ଣ ଭାବେ କୌଣସି ନୋଟ ଫାଟି ଯାଇଥାଏ ଏବଂ ଦୁଇ ଭାଗ ହୋଇଯାଇଛି ତାହେଲେ ମଧ୍ୟ ବଦଳାଇପାରିବେ । ଯଦି ଫଟା ହୋଇଥିବା ନୋଟ ତିନି ଭାଗ ହୋଇଯାଇଛି ତାହେଲେ ମଧ୍ୟ କୌଣସି ବି ବ୍ୟାଙ୍କର ବ୍ରାଞ୍ଚକୁ ଯାଇ ଏହାକୁ ବଦଳାଇବାର ଗୁହାରି କରନ୍ତି । କିନ୍ତୁ ଧ୍ୟାନ ରଖିବାକୁ ହେବ ଯେ ନୋଟର ଅବସ୍ଥା ଯେତେ ଖରାପ ଅବସ୍ଥା ହୋଇଥିବ ସେହି ଅନୁସାରେ ତାର ଦାମ୍‌ ହେବ । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିୟମ ୨୦୦୯ ରେ ଏହାକୁ ନେଇ ଅନେକ ସୂଚନା ଦିଆଯାଇଛି ।

ଯଦି ଆପଣଙ୍କ ପାଖରେ ୫,୧୦,୨୦,୫୦ ଏବଂ ଏହା ଦୁଇଭାଗ ଠାରୁ ବି ଅଧିକ ଖଣ୍ଡ ହୋଇଥିବ ତାହେଲେ ଅତିକମରେ ନୋଟର ୫୦ ପ୍ରତିଶତ ଭାଗ ଆପଣଙ୍କ ପାଖରେ ରହିଥିବା ଆବଶ୍ୟକ । ଏଥିରେ ସମ୍ପୂର୍ଣ୍ଣ ଟଙ୍କା ମାଗଣାରେ ମିଳିବ ନଚେତ କିଛି ମିଳିବନାହିଁ । ଯଦି କିଏ ଗୋଟିଏ ଦିନରେ ୨୦ରୁ ଅଧିକ ଫଟା ନୋଟ ବଦଳାଇବାକୁ ଚାହାଁନ୍ତି କିମ୍ବା ନୋଟର ମୋଟ ମୂଲ୍ୟ ୫୦୦୦ ଟଙ୍କାରୁ ଅଧିକ ତାହେଲେ ଏଥିପାଇଁ ଆପଣଙ୍କୁ ଟ୍ରାନଜାକସନ୍‌ ଫିସ ଦେବାକୁ ହେବ ।

ଆରବିଆଇ ସେହି ନୋଟର ପ୍ରଚଳନକୁ ହଟାଇଦିଏ ଯାହା ଫାଟି ଯାଇଥିବ । ଏହାସ୍ଥାନରେ ଏପରି ନୋଟ ଛାପିବାର ଅନୁମତି ବି ଆରବିଆଇ ପାଖରେ ରହିଥାଏ । ପୁରୁଣା ଯୁଗରେ ତ ନୋଟକୁ ଜଳାଇ ଦିଆଯାଏ କିନ୍ତୁ ବର୍ତ୍ତମାନ ସମୟରେ ଏହାକୁ ଛୋଟ ଛୋଟ ଖଣ୍ଡ କରି ରିସାଇକେଲ କରାଯାଏ । ଏହି ନୋଟରୁ ପୁର୍ନବାର କାଗଜ ଜିନିଷ ତିଆରି କରାଯାଏ ଯାହାକୁ ମାର୍କେଟରେ ବିକ୍ରି ମଧ୍ୟ କରାଯାଏ ।

Leave A Reply

Your email address will not be published.