ଷ୍ଟେଟ୍‌ବ୍ୟାଙ୍କର ପ୍ରପର୍ଟି ଲୋନ୍‌, ଜାଣନ୍ତୁ କିଭଳି ପାଇବେ ଓ କାହାକୁ ମିଳିବ

କରଜ କିମ୍ବା ଅନ୍ୟ କିଛି ସମସ୍ୟା ଯୋଗୁଁ ଘର ଅଥବା ଜମି ଆଦି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି କି ? ତେବେ ଟିକେ ରହି ଯାଆନ୍ତୁ । କାରଣ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ତରଫରୁ ଆପଣଙ୍କୁ ୠଣ ମିଳି ପାରିବ । ଆପଣ ବିକିବାକୁ ଚାହୁଁଥିବା ସମ୍ପତ୍ତିକୁ ବନ୍ଧା ଦେଇ ବ୍ୟାଙ୍କରୁ ୠଣ ଆଣି ପାରିବେ । ଜାଣନ୍ତୁ ଏହି ସମ୍ପତ୍ତି ୠଣ ବିଷୟରେ ।

୧-ସମ୍ପତ୍ତି ବାବଦରେ ୠଣର ପରିମାଣର ସର୍ବନିମ୍ନ ୧୦ ଲକ୍ଷ ଓ ସର୍ବାଧିକ ସାଢ଼େ ୭ କୋଟି ଟଙ୍କା ।
୨-ସମ୍ପତ୍ତିର ବଜାର ଦରକୁ ଭିତ୍ତି କରି ଷ୍ଟେଟ୍‌ବ୍ୟାଙ୍କ ୠଣ ଦେଇଥାଏ ।
୩-ୠଣ ବାବଦରେ ଏସ୍‌ବିଆଇ ୧ ପ୍ରତିଶତ ଜିଏସ୍‌ଟି କାଟି ନିଏ । ପ୍ରୋସେସିଂ ଫି ବାବଦରେ ସର୍ବାଧିକ ୫୦,୦୦୦ ଟଙ୍କା ଯାଏ ଲାଗିବ ।
୪-ୠଣ ଟଙ୍କା ଆପଣ କୌଣସି ବେଆଇନ୍‌ କାମରେ ଲଗାଇ ପାରିବେ ନାହିଁ । ପିଲାଙ୍କ ଉଚ୍ଚଶିକ୍ଷା, ବିଦେଶ ଯାତ୍ରା କିମ୍ବା ବ୍ୟବସାୟ ବଢ଼ାଇବା ଆଦି ଦିଗରେ ଏହାକୁ ଖର୍ଚ୍ଚ କରି ପାରିବେ ।
୫-ଆପଣ ଯଦି ଚାକିରିଆ ଓ ମାସକୁ ୨୫,୦୦୦ ଟଙ୍କା ଦରମା ପାଉଛନ୍ତି ତେବେ ସମ୍ପତ୍ତି ବାବଦ ୠଣ ପାଇବା ଲାଗି ଆପଣ ଯୋଗ୍ୟ ବିବେଚିତ ହେବେ ।
୬-ୠଣ ଶୁଝିବାର ସମୟ ସୀମା ୫ ବର୍ଷରୁ ୧୫ ବର୍ଷ ଯାଏ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.