ଗ୍ୟାସ ସିଲିଣ୍ଡର ସବସିଡି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସୁଛି କି ନାହିଁ, ଜାଣନ୍ତୁ ଏପରି

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ଘରେ ଗ୍ୟାସ କନେକ୍ସନ ଅଛି । ରୋଷେଇ ପାଇଁ ପ୍ରାୟ ୭୦ ପ୍ରତିଶତରୁ ଅଧିକ ଜଣ ଗ୍ୟାସ ଉପରେ ହିଁ ଭରଷା କରୁଛନ୍ତି । ଗ୍ୟାସ ବୁକିଙ୍ଗ କଲେ ସବ୍ସିଡି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି । କିନ୍ତୁ ଏହି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ନିୟମିତ ରୂପେ ଆସୁଛିକି ନାହିଁ ତା ଉପରେ ନଜର ରଖିବା ନିହାତି ଜରୁରୀ । ଏମିତିରେ ତ ସବ୍ସିଡି ଟଙ୍କା ଅଟୋମେଟିକରେ ବ୍ୟାଙ୍କ ଖାତାକୁ ଯାଇଥାଏ । କିନ୍ତୁ ସମୟ ସମୟରେ ବ୍ୟାଙ୍କ କତ୍ତୃପକ୍ଷଙ୍କ ବେପରୁଆ ମନୋଭାବ କାରଣରୁ ସମୟ ସମୟରେ ଏହି ଟଙ୍କା ଆସିପାରେ ନାହିଁ । କିନ୍ତୁ ଏବାବଦରେ କେମିତି ସତର୍କ ରହିବେ ଆଉ କେମିତି ଜାଣିବେ ଆପଣଙ୍କ ଟଙ୍କା ଆପଣଙ୍କ ପାଖକୁ ଆସୁଛିକି ନାହିଁ ଆସନ୍ତୁ ଜାଣିବା ।

– ସର୍ବ ପ୍ରଥମେ ନିଜ ସ୍ମାର୍ଟଫୋନ ବ୍ରାଉଜରରେ www.mylpg.in ଟାଇପ କରନ୍ତୁ । ଏବେ ଆପଣଙ୍କ ଡାହାଣ ପଟରେ ଗ୍ୟାସ କମ୍ପାନୀର ଗ୍ୟାସ ସିଲିଣ୍ଡର ଫଟୋ ଦେଖାଦେବ । ଏମଧ୍ୟରୁ ନିଜ ସର୍ଭିସ ପ୍ରୋଭାଇଡରଙ୍କ ଗ୍ୟାସ ସିଲିଣ୍ଡର ଫଟୋ ଉପରେ କ୍ଲିକ କରନ୍ତୁ ।

gas cylinder

– ଏବେ ଆପଣଙ୍କ ସର୍ଭିସ ପ୍ରୋଭାଇଡରଙ୍କର ଏକ ବିଇଣ୍ଡୋ ଖୋଲିବ । ଏବେ ଡାହାଣ ପଟର ଡାହାଣରେ ସାଇନ- ଇନ ଓ ନ୍ୟୁ ୟୁଜରଙ୍କ ଏକ ବିକଳ୍ପ ମିଳିବ | ଯଦି ଆପଣ ପୂର୍ବରୁ ନିଜର ଏକ ଆଇଡ଼ି ପ୍ରସ୍ତୁତ କରିଛନ୍ତି ତେବେ ସାଇନ ଇନ କରନ୍ତୁ । ଆଉ ଯଦି ବନେଇ ନାହାନ୍ତି ତେବେ ନ୍ୟୁ ୟୁଜର ଉପରେ କ୍ଲିକ କରି ନିଜର ଏକ ଆଇଡି ବନାନ୍ତୁ ।

– ଏହା ପରେ ଲଗ ଇନ କରିବା ପରେ ଆପଣଙ୍କ ଡାହାଣ ପଟରେ ଏକ ବ୍ୟୁ ସିଲିଣ୍ଡର ବୁକିଙ୍ଗ ହିଷ୍ଟ୍ରୀ ନଜର ଆସିବ । ଏହା ଉପରେ କ୍ଲିକ କରିବା କ୍ଷଣି ଆପଣଙ୍କୁ କେଉଁ ସିଲିଣ୍ଡର ଉପରେ କେତେ ସବ୍ସିଡ଼ି ମିଳିଛି ସେବାବଦରେ ତଥ୍ୟ ମିଳିଯିବ । ଯଦି ଆପଣଙ୍କ ଆକାଉଣ୍ଟକୁ ସବ୍ସିଡି ଟଙ୍କା ଆସୁନାହିଁ ତ ଆପଣ ଫିଡ଼ବ୍ୟାଙ୍କ ବଟନ ଉପରେ କ୍ଲିକ କରି ନିଜ ଅଭିଯୋଗ ଦରଜ କରି ପାରିବେ ।

– ଯଦି ଆପଣ ନିଜ ଏଲପିଜି ଆଇଡିକୁ ଆକାଉଣ୍ଟ ସହ ଲିଙ୍କ କରି ନାହାନ୍ତି ତେବେ ଡିଷ୍ଟ୍ରିବ୍ୟୁଟର ସହ ଆଲୋଚନା କରି ଏବାବଦରେ ସମାଧାନ କରିଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.