ଚାକିରି କରିବା ପୂର୍ବରୁ ଆପଣଙ୍କ ପିଲା ହୋଇପାରିବେ କୋଟିପତି, ଜାଣନ୍ତୁ କ’ଣ ରହିଛି ପ୍ଲାନ୍‌

ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଉତ୍ତମ ମାଧ୍ୟମ ବୋଲି ଅନେକ ଲୋକ ମାନିଥାନ୍ତି। ମ୍ୟୁଚୁଆଲ ଫଣ୍ଡ ଜରିଆରେ ଆପଣ କେବଳ ନିଜ ନାଁରେ ନୁହେଁ ବରଂ ନିଜ ପିଲାମାନଙ୍କ ନାଁରେ ମଧ୍ୟ ନିବେଶ କରିପାରିବେ। ଯଦି ମାତା-ପିତା ସଠିକ୍‌ ଉପାରେ ନିବେଶ କରିଥାନ୍ତି ତେବେ ସେମାନଙ୍କ ପିଲାଙ୍କୁ ୧୮ ବର୍ଷ ହେବା ମାତ୍ରେ କୋଟିପତି ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ଏହା କିପରି ସମ୍ଭବ।

କିପରି କରିବେ ନିବେଶ

ପିଲାମାନଙ୍କ ପାଇଁ ଗୋଟିଏ ନାଁରୁ ହିଁ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଆରମ୍ଭ କରାଯାଇପାରିବ। ଏଭଳି ନିବେଶରେ ଅଭିଭାବକଙ୍କ ନାଁର ଆବଶ୍ୟକତା ରହିଥାଏ। ପିଲାଙ୍କ ନାଁରେ ମ୍ୟୁଚୁଆଲ ଫଣ୍ଡ କରିବା ପାଇଁ ପିଲାମାନଙ୍କ ଜନ୍ମ ପ୍ରମାଣପତ୍ର ହେବା ଜରୁରୀ। ପିଲାମାନଙ୍କ ପାସପୋର୍ଟ ଥିଲେ ମଧ୍ୟ ତାହା ମାନ୍ୟ ହୋଇପାରିବ। ଏଥିସହ ପିତାଙ୍କ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ।

mutual fund1ସିଷ୍ଟମେଟିକ୍‌ ଇନଭେଷ୍ଟମେଣ୍ଟ ପ୍ଲାନ (SIP)

ମ୍ୟୁଚୁଆଲ ଫଣ୍ଡରେ ନିବେଶ ସବୁଠାରୁ ଚର୍ଚ୍ଚିତ ଜରିଆ। ପିଲାମାନଙ୍କ ନାଁରେ ନିବେଶରେ ମଧ୍ୟ ସିଷ୍ଯମେଟିକ୍‌ ଇନଭେଷ୍ଟମେଣ୍ଟ ପ୍ଲାନରେ ଟଙ୍କା ଲଗାଇବା ସବୁଠାରୁ ଲାଭକାରୀ ହୋଇପାରେ। ସୂଚନା ମୁତାବକ ୧୮ ବର୍ଷ ହେବା ପରେ ଏଥିରେ ନିବେଶ କରାଯାଇପାରିବ ନାହିଁ। ଆପଣଙ୍କ ପିଲାଙ୍କୁ ୧୮ ବର୍ଷ ହେବା ପରେ ଏକ ପ୍ରକ୍ରିୟା ପରେ ସମସ୍ତ ଟଙ୍କା ପିଲାଙ୍କ ନାଁରେ ହୋଇଯିବ।

୧୮ ବର୍ଷ ପରେ କୋଟିପତି ହୋଇପାରନ୍ତି ଆପଣଙ୍କ ପିଲା

ଯଦି ଆପଣଙ୍କ ପିଲା ୧୮ ବର୍ଷ ପରେ କୋଟିପତି ହୋଇଯାଆନ୍ତି ତେବେ ପିଲା ଜନ୍ମ ହେବା ପରେ ତାଙ୍କ ନାଁରେ ୫ ହଜାର ଟଙ୍କା ନିବେଶ କରିବା ଆରମ୍ଭ କରିଦିଅନ୍ତୁ। ଏହି ନିବେଶରେ ପ୍ରତ୍ୟେକ ବର୍ଷ ୧୫ ପ୍ରତିଶତ ବୃଦ୍ଧି କରନ୍ତୁ। ଯଦି ଏହି ନିବେଶରେ ପ୍ରତ୍ୟେକ ବର୍ଷ ୧୨ ପ୍ରତିଶତର ରିଟର୍ଣ୍ଣ ମିଳେ ତେବେ ୧୮ ବର୍ଷ ପରେ ଆପଣଙ୍କ ପିଲା କୋଟିପତି ହୋଇଯିବେ।

Leave A Reply

Your email address will not be published.