ଏଣିକି ଘରେ ଲଗାଇପାରିବେ ATM ମେସିନ୍ , ଜାଣନ୍ତୁ ପୁରା ପ୍ରକ୍ରିୟା

ଏଣିକି ଏଟିଏମରୁ କେବଳ ଟଙ୍କା ବାହାର କରିପାରିବେନି ବରଂ ରୋଜଗାର ମଧ୍ୟ କରିପାରିବେ । ଘରେ ବସି କରିପାରିବେ ଲକ୍ଷାଧିକ ଟଙ୍କା ଆୟ । ଆଉ ଏଥିପାଇଁ ବଜାର ନିକଟରେ ଆପଣଙ୍କ ଦୋକାନ, ଘର କିମ୍ବା ଅଫିସ୍ ଥିବା ଆବଶ୍ୟକ । ଆଜି ଆମେ ଆପଣଙ୍କୁ କହିବୁ କେମିତି ନିଜ ଦୋକାନ କିମ୍ବା ଘରେ ଏଟିଏମ୍ ଲଗାଇପାରିବେ ।

ନିକଟରେ ଏକ ବଡ଼ କମ୍ପାନୀ ବକରାଙ୍ଗୀ ଲିମିଟେଡ୍ ୫୦୦ ଏଟିଏମ୍ ମେସିନ୍ ପାଇଁ ଏନସିଆର୍ ଇଣ୍ଡିଆକୁ ଅର୍ଡର ଦେଇଛି । ଏନସିଆର୍ ଇଣ୍ଡିଆ ହେଉଛି ଏକ ଏଟିଏମ୍ ତିଆରି କରୁଥିବା କମ୍ପାନୀ । ସେହିପରି ଅନ୍ୟ କିଛି କମ୍ପାନୀ ୱେବସାଇଟରେ ମଧ୍ୟ ଏଟିଏମ୍ ଲଗାଇବା ପାଇଁ ଆବେଦନ ଦେଇଛନ୍ତି ।

atmହ୍ବାଇଟ୍ ଲେବଲ୍ ଏଟିଏମର ଫ୍ରାଞ୍ଚାଇଜ୍ ନେଇ ଆପଣ ଖୋଲିପାରିବେ ଏଟିଏମ୍ । ଏହି କମ୍ପାନୀ ଛୋଟ ଏବଂ ବଡ ସହର ମାନଙ୍କରେ ଏଟିଏମ ଲଗାଇବା ପାଇଁ ଫ୍ରାଞ୍ଚାଇଜ୍ ଦେଇଥାଏ । ପବ୍ଲିକ୍ ଏବଂ ପ୍ରାଇଭେଟ୍ ବ୍ୟାଙ୍କ୍ ବ୍ୟତୀତ ଇଣ୍ଡିକ୍ୟାସ୍, ମୁଥୁଟ୍, ଏବଂ ଇଣ୍ଡିଆ ୱାନ୍ ଭଳି କମ୍ପାନୀ ହ୍ବାଇଟ୍ ଲେବଲ୍ ଏଟିଏମ୍ ସର୍ଭିସ୍ ଉପଲବ୍ଧ କରାଇଥାଏ । ତେବେ ଏଟିଏମରୁ ରୋଜଗାର ପ୍ରତିଦିନର ଟ୍ରାଞ୍ଜାକ୍ସନରେ ନିର୍ଭର କରେ । ଉଦାହରଣ ସ୍ବରୂପ, ୫୦ ଟ୍ରାଞ୍ଜାକ୍ସନ୍ ହେଲେ ମାସିକ ରୋଜଗାର ୧୯୫୦୦ । ସେହିପରି ପ୍ରତିଦିନ ୩୦୦ ଟ୍ରାଞ୍ଜାକ୍ସନ୍ ହେଲେ ମାସିକ ୧.୧୭ ଲକ୍ଷ ଟଙ୍କା ଆୟ କରପାରିବେ ଆପଣ ।

ଏଟିଏମ୍ ଲଗାଇବା ପୂର୍ବରୁ ପ୍ରଥମେ ଆପଣଙ୍କୁ ଏଟିଏମ୍ ଇନଷ୍ଟଲ୍ କରୁଥିବା କମ୍ପାନୀକୁ ସିକ୍ୟୁରିଟି ଡିପୋଜିଟ୍ ପାଇଁ ୨ ରୁ ୩ ଲକ୍ଷ ଟଙ୍କା ଦେବାକୁ ପଡିବ । ଯଦି ଚୁକ୍ତି ଶେଷ ହୋଇଯାଏ ତେବେ ଏହି ଟଙ୍କା ଆପଣଙ୍କୁ ଫେରସ୍ତ ମିଳିଯିବ ।

ଏଟିଏମ୍ ଲଗାଇବାର ନିୟମ ଆଉ ସର୍ତ୍ତ :

atmଏଟିଏମ୍ ଲଗାଇବା ପାଇଁ ୫୦ – ୧୦୦ ବର୍ଗଫୁଟ ଜାଗା ଥିବା ଦରକାର । ଏହା ସହ ଗ୍ରାଉଣ୍ଡ ଫ୍ଲୋର୍ ଏବଂ ଭଲ ଭିଜିବିଲିଟି ହେବା ଆବଶ୍ୟକ । ଏଟିଏମ୍ ଲଗାଇବା ପାଇଁ ଆପଣଙ୍କୁ ସିକ୍ୟୁରିଟି ଡିପୋଜିଟ୍ କରିବାକୁ ପଡିବ । ଏଟିଏମ୍ ପାଇଁ ଇଣ୍ଡିଆ ୱାନ୍ ୱେବସାଇଟରେ ଅନଲାଇନ୍ ଆବେଦନ କରିପାରିବେ ।

କେଉଁ କେଉଁ କମ୍ପାନୀ ଦେଉଛି ସୁଯୋଗ :

ଦେଶର ବଡ ଏନବିଏଫସି (ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ) ମୁଥୁଟ୍ ହ୍ବାଇଟ୍ ଲେବଲ୍ ଏଟିଏମ୍ ଲଗାଇବାର ସୁଯୋଗ ଦେଉଛି । ଏଥିରେ ଭିସା, ରୁପେ ଏବଂ ମାଷ୍ଟର କାର୍ଡ ବ୍ୟବହାର କରିପାରିବେ । ସେହିପରି ଇଣ୍ଡିଆ ୱାନ୍ କମ୍ପାନୀ ମଧ୍ୟ ଏଟିଏମ୍ ଲଗାଇବାର ସୁଯୋଗ ଦେଉଛି । ବକରାଙ୍ଗୀ ଲିମିଟେଡ୍ ମଧ୍ୟ ୫୦୦ ନୂଆ ଏଟିଏମ୍ ପାଇଁ ଅର୍ଡର ଦେଇଛି । ଏହି କମ୍ପାନୀକୁ ୧୫ ହଜାର ଏଟିଏମ୍ ଲଗାଇବା ପାଇଁ ଆରବିଆରୁ ଲାଇସେନ୍ସ ମିଳିଥଲା ।

You might also like