ଏଣିକି ଅନଲାଇନରେ ଖୋଲିପାରିବେ PPF ଆକାଉଣ୍ଟ, ଜାଣନ୍ତୁ କିପରି
ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ସେଭିଂ ସହିତ ସୁରକ୍ଷିତ ନିବେଶର ସବୁଠାରୁ ଲୋକପ୍ରିୟ ଉପକରଣ । ବର୍ତ୍ତମାନ ଏହି ଫଣ୍ଡରେ ନିବେଶ ଉପରେ ବର୍ତ୍ତମାନ ୭.୧% ହାରରେ ରିଟର୍ଣ୍ଣ ମିଳୁଛି । ଏହି ଯୋଜନାରେ ମାଚ୍ୟୁରିଟି ୧୫ ବର୍ଷ ରହିଛି ଓ ଏହା ପରେ ଆପଣ ୫-୫ ବର୍ଷ ପାଇଁ PPF ଆକାଉଣ୍ଟକୁ ବିସ୍ତାର କରିପାରିବେ । PPF ରେ ଟ୍ୟାକ୍ସ ସୁବିଧା ମଧ୍ୟ ଉପଲବ୍ଧ । ଏଭଳି ପରିସ୍ଥିତିରେ ଲୋକମାନେ ଏହି ଫଣ୍ଡରେ ବହୁ ପରିମାଣରେ ବିନିଯୋଗ କରନ୍ତି । ଆପଣ କୌଣସି ପବ୍ଲିକ ସେକ୍ଟର ବ୍ୟାଙ୍କ ବା ବଡ଼ ପ୍ରାଇଭେଟ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ପିପିଏଫ୍ ଆକାଉଣ୍ଟ ଖୋଲିପାରିବେ । ଏବେ ଆପଣ ଘରେ ବସି ବି ପିପିଏଫ୍ ଆକାଉଣ୍ଟ ଖୋଲିପାରିବେ ।
ଅନଲାଇନରେ PPF ଆକାଉଣ୍ଟ ଖୋଲିବାର ପ୍ରୋସେସ୍:
– ପ୍ରଥମେ ବ୍ୟାଙ୍କର ନେଟ୍ ବ୍ୟାକିଙ୍ଗକୁ ଲଗଇନ କରନ୍ତୁ ।
– ଏବେ PPF Account ଖୋଲିବା ପାଇଁ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
– କିଛି ବ୍ୟାଙ୍କ ଆପଣଙ୍କୁ ସ୍ୱୟଂ ବା ନାବାଳକର ଏକ ଅପସନକୁ ସିଲେକ୍ଟ କରିବାକୁ କୁହାଯିବ । ଆପଣ ନିଜ ପାଇଁ ଉପଯୁକ୍ତ ବିକଳ୍ପ ଚୟନ କରନ୍ତୁ ।
– ଆପଣ ନୋମିନି ତଥ୍ୟ, ବ୍ୟାଙ୍କ ତଥ୍ୟ ଭଳି ବିବରଣୀ ଦିଅନ୍ତୁ ।
– ଏବେ ଆପଣଙ୍କ ସାମ୍ନାକୁ ଆପଣଙ୍କ ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର ବା ଅନ୍ୟ ତଥ୍ୟ ଆସିପାରେ । ସମସ୍ତ ତଥ୍ୟକୁ ଠିକ୍ ଭାବେ ଯାଞ୍ଚ କରନ୍ତୁ ।
– ତଥ୍ୟ ଏଣ୍ଟ କରିବା ପରେ ଆପଣ ପିପିଏଫ୍ ଆକାଉଣ୍ଟରେ ଜମା କରିବାକୁ ଚାହୁଁଥିବା ରାଶି ଏଣ୍ଟର କରନ୍ତୁ ।
– ଅଲଗା ଅଲଗା ବ୍ୟାଙ୍କର ପ୍ରୋସେସ୍ ଅଲଗା ହୋଇଥାଏ । ଏପରି ପରିସ୍ଥିତିରେ ଆପଣଙ୍କୁ ଓଟିପି ବା ପଞ୍ଜୀକୃତ ପାସୱାର୍ଡ ସହିତ କାରବାରକୁ ଭେରିଫାଇ କରିବାକୁ ପଡିପାରେ ।
– ସମସ୍ତ ଷ୍ଟେପ ପୂରଣ ହେବା ପରେ ପିପିଏଫ୍ ଆକାଉଣ୍ଟ ଖୋଲିଯିବ ।
ଏଥିରେ, ଆପଣ ଆର୍ଥିକ ବର୍ଷରେ ସର୍ବନିମ୍ନ ୫୦୦ ଟଙ୍କା ଏବଂ ସର୍ବାଧିକ ୧,୫୦,୦୦୦ ଟଙ୍କା ବିନିଯୋଗ କରିପାରିବେ।କେନ୍ଦ୍ର ସରକାର ପ୍ରତ୍ୟେକ ତ୍ରୟ ମାସିକ ପୂର୍ବରୁ ପିପିଏଫ୍ ପାଇଁ ସୁଧ ହାର ସ୍ଥିର କରନ୍ତି। ଖାତାର କାର୍ଯ୍ୟକାଳ ଏବଂ ବାଲାନ୍ସ ଉପରେ ନିର୍ଭର କରି ଆପଣଙ୍କୁ ଏକ ଲୋନ କିମ୍ବା ପଇସା ଉଠାଇବା ପାଇଁ ଅନୁମତି ଦିଆଯାଇଛି ।