ଗାଡ଼ିର ପୁରୁଣା ଚାଲାଣକୁ ଶୀଘ୍ର ଭରନ୍ତୁ , ନଚେତ୍ ଦେବାକୁ ହେବ ଦେଢ଼ଗୁଣା ଅଧିକ ଫାଇନ
ଦେଶରେ ସଡ଼କ ଦୁର୍ଘଟଣାକୁ କମ କରିବା ପାଇଁ ଯାତାୟତ ନିୟମକୁ ପାଳନ କରିବା ଜରୁରୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ରାସ୍ତାରେ ଯିବା ସମୟରେ ନିଜ ସହିତ ଅନ୍ୟ ମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖୁନାହା ନ୍ତି ମାନେ ଯାତାୟାତ ନିୟମକୁ ପାଳନ କରୁନାହାନ୍ତିତେବେ ପ୍ରଶାସନ ଦ୍ୱାରା ଚାଲାଣ କଟିଥାଏ।
ଏମିତି କରିବା ଦ୍ୱାରା ଆଉ ଯେମିତି ଦ୍ୱିତୀୟ ଥର ସେମାାନେ ଏଭଳି ଭୁଲ କରିବେ ନାହିଁ। ତେବେ ପ୍ରାୟ ସମସ୍ତେ ଏହି ଚାଲାଣ ଭରି ଥାନ୍ତି କିନ୍ତୁ ଏହା କ’ଣ? କିପରି ଏହାକୁ ଭୁଗତାନ କରାଯାଏ। ସେ ସମ୍ପର୍କରେ ଜାଣିଛନ୍ତି କି? ଆଉ ଯଦି ଅନଲାଇନ ଏସବୁ କାମ କରିବାକୁ ଚାହାନ୍ତି ତେବେ କେମିତି କରିବେ?
ପ୍ରଥମ ପ୍ରଶ୍ନର ଉତ୍ତର ଏହା ଯେ ଚାଲାଣ ଏକ ଅଧିକାରିକ ଦସ୍ତାବିଜ । ଯାହା ମୋଟର ବାହନ ଅଧିନିୟମ ୧୯୮୮ ଅନ୍ତର୍ଗତ ଦେଶରେ ଯାତାୟାତ ନିୟମକୁ ଉଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଦଣ୍ଡ ସ୍ୱରୂପ ପ୍ର୍ରଣୟନ କରାଯାଇଛି।
ଯାତାୟାତ ନିୟମକୁ ଅବହେଳା କରୁଥିବା ଯେକୋଣସି ଗାଡ଼ିି ଚାଳକଙ୍କୁ ପୋଲିସ ବିଭାଗ ଦ୍ୱାରା ଏହା କଟାଯାଇଥାଏ। ଏହା ସାମାନ୍ୟ ମଧ୍ୟ ହୋଇପାରେ। ତେବେ ଫାଇନ କମ ହୋଇଥିଲେ ହୁଏତ ଆପର ସେଠି କ୍ୟାସ ଟୁ ହ୍ୟାଣ୍ଡରେ ଏହାର ଭୁଗତାନ କରିପାରିବେ। ଯଦି ଫାଇନ ରାଶି ଅଧିକ ହୁଏ ତେବେ ଏହାକୁ ଦେବା ପାଇର୍ ଅସୁବିଧା ହେବ ନିଶ୍ଚିତ। କାରଣ ସମୋସ୍ତ ପକେଟରେ ବଡ଼ ରାଶି ଧରି ବୁଲିବା ସମ୍ଭବ ନୁହେଁ। କିନ୍ତୁ ଆପଣ ଅନଲାଇନ ମାଧ୍ୟମରେ ଏହାକ ୁ ଭରିପାରିବେ।
ଏବେ ବଡ଼ ସଂଖ୍ୟାରେ ଇ-ଚାଲାଣ କଟା ଯାଉଛି । ସାଧାରଣ ଭାବେ ଏହାକୁ ଟ୍ରାଫିକ ଅପରାଧ ଯେମିତିକି ରୋଡ ଲାଇଟ ଭାଙ୍ଗିବା, ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଲାଇବା, ବିନା ଡ୍ରାଇଭିଂ ଲାଇସେନ୍ସ ରେ ଗାଡ଼ି ଚଲାଇବା, ଅଧିକ ସ୍ପିଡରେ ଗାଡ଼ି ଚଲାଇବା, ନିଶାରେ ଗାଡ଼ି ଚଲାଇବା ଆଦି…
ଯଦି କୌଣସି ବ୍ୟକ୍ତି ଯାତାୟାତ ନିୟମକୁ ବାରମ୍ବାର ଉଲଂଘନ କରନ୍ତି ତେବେ ତାଙ୍କ ଚାଲାଣ ଜରିମାନା ବଢ଼ିଯାଇଥାଏ। ଯେମିତିକି ନିଶାରେ ଗାଡ଼ି ଚଲାଇଲେ ୧୦ ହଜାର ଟଙ୍କା ଫାଇନ ଭରିବାକୁ ପଡ଼ିଥାଏ। ଯଦି କେହି ଦ୍ୱିତୀୟ ଥର ଜରିମାନା ଭରେ ତେବେ ଏହି ଜରିମାନା ବଢ଼ିଯାଇ ୧ ୫ ହଜାର ଟଙ୍କା ହେବ। ଏମିତିରେ ଦେଢ଼ ଗୁଣା ଜରିମାନା ଭରିବାରୁ ବଞ୍ଚିପାରିବେ ଯେତେବେଳେ ପୁରୁଣା ଚାଲାଣକୁ ଭରନ୍ତି ।
ଏବେ ଇ-ଚାଲାଣକୁ ଏପରି କରନ୍ତୁ ଭୁଗତାନ:
-echallan.parivahan.gov.in େଓ୍ଵବସାଇଟ କୁ ଯାଆନ୍ତୁ
-ଚାଲାଣ ଷ୍ଟାଟସରେ କ୍ଲିକ କରନ୍ତୁ।
-ଜରୁରୀ ଡକ୍ୟୁମେଣ୍ଟକୁ ଫିଲ କରନ୍ତୁ ଓ କାପଚା ଏଣ୍ଟର କରନ୍ତୁ।
-ଏବେ ଚାଲାଣ ର ଷ୍ଟାଟସ୍ ଖୋଲିଯିବ।
– ଯାହାର ଭୁଗତାନ କରିବାର ଅଛି ତାକୁ କ୍ଲିକ କରନ୍ତୁ।
-ଏବେ ଭୁଗତାନ ଉପରେ କ୍ଲିକ କରନ୍ତୁ।
-ଏଥିରେ ଆପଣଙ୍କୁ କ୍ରେଡିଟ, ଡେବିଟ ଓ ନେଟ ବ୍ୟାକିଂର ଅପସନ ଦିଆଯିବ।
– ଏବେ ଭୁଗତାନ ପାଇଁ ଜରୁରୀ ସୂଚନା ଭରନ୍ତୁ ପରେ ଏହାର ପେମେଣ୍ଟ କରନ୍ତୁ।