ଅନେକ ଥର ବହୁତ ଅର୍ଜେଣ୍ଟଲୀ ଆମକୁ ଟଙ୍କା ଦରକାର ପଡିଥାଏ। ନା ସେତେବେଳେ ଆମ ପାଖରେ କ୍ୟାସ ଥାଏ ନା ଆକାଉଣ୍ଟରେ ବି ଟଙ୍କା ଥାଏ। ଏମିତି ପରିସ୍ଥିତିରେ କାହା ଠାରୁ ଧାର କରଜ କରିବାକୁ ପଡିଥାଏ ନଚେତ ଲୋନ୍ ନେବାକୁ ପଡିଥାଏ। ଆଉ ଅର୍ଜେଣ୍ଟ କେସରେ ଏତେ ଟଙ୍କା ଦରକାର ପଡୁଥିବାରୁ ଆପଣ ପୂରା ବିଚଳିତ ହୋଇପଡନ୍ତି ବ୍ୟସ୍ତ ହୋଇପଡନ୍ତି। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ନା ଆପଣଙ୍କୁ କାହା ଠାରୁ ଟଙ୍କା ଧାର କରିବାର ଅଛି ତା ନା ଲୋନ ନେବାର ଅଛି। ନିଜ ଟଙ୍କାକୁ ହିଁ ଆପଣ ବ୍ୟବହାର କରିପାରିବେ। ହଁ ଆଜ୍ଞା ଆପଣ ଯାହା ଶୁଣିଲେ ଏକଦମ୍ ଠିକ ଶୁଣିଲେ, ଯଦି ଆପଣଙ୍କର ସାଲାରୀରୁ ପିଏଫ କଟୁଛି ତାହେଲେ ଆପଣଙ୍କୁ କାହା ପାଖରେ ବି ହାତ ପତେଇବା ଦରକାର ନାହିଁ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ମହାମାରୀ ସମୟରେ ସରକାର ଘୋଷଣା କରିଥିଲେ ଯେ କୌଣସି ବି ଏମରଜେନ୍ସୀରେ ଆପଣ ନିଜ ପିଏଫର କିଛି ଅଂଶକୁ ଓ୍ଵିଥଡ୍ର କରିପାରିବେ। ଏହା ଅନୁଯାୟୀ ଆପଣ ଇପିଏଫ ଆକାଉଣ୍ଟରୁ ଆଡଭାନ୍ସ ପିଏଫ ବାଲାନ୍ସ ବି ବାହାର କରିପାରିବେ। ଯେଉଁଥିରେ ୩ ମାସ (ବେସିକ ସାଲାରି + ଡିଏ) କିମ୍ବା ମୋଟ ଆମାଉଣ୍ଟର ୭୫ ପ୍ରତିଶତ ପର୍ଯ୍ୟନ୍ତ ଆପଣ ଟଙ୍କା ଉଠାଇପାରିବେ। କେବଳ ଏତିକି ନୁହେଁ ସରକାର ଏହା ବି କହିଥିଲେ ଯେ ଲୋକ ମେଡିକାଲ ଏମରଜେନ୍ସୀରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି ଆପଣ ଏହି ଟଙ୍କା ଉଠାଇପାରିବେ।
କେମିତି ଉଠାଇବେ ଇପିଏଫଓରୁ ଟଙ୍କା
- ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ https://unifiedportalmem.epfindia.gov.in/memberinterfaceକୁ ଯିବାକୁ ହେବ।
- ଏହାପରେ ଆପଣଙ୍କୁ ଏଠାରେ ନିଜରUAN ନମ୍ବର ଏବଂ ପାସଓ୍ଵାର୍ଡ ପକାଇବାକୁ ହେବ। ଏହାକୁ ଆପଣ ଲଗଇନ୍ କରିପାରିବେ।
- ଏବେ ଆପଣଙ୍କୁ Manage ଟ୍ୟାବ୍ ଦେଖାଯିବ। ଏହା ଉପରେ ଆପଣଙ୍କୁ KYC କରିବାକୁ ହେବ।
- ଯେତେବେଳେ ଆପଣ KYC କରିନେବେ ତାହେଲେ ଆପଣଙ୍କୁ online services ର ବିକଳ୍ପ ଦେଖାଯିବ। ଏହି ବିକଳ୍ପକୁ ଯାଆନ୍ତୁ।
- ଏଠାରେ ଆପଣଙ୍କୁ Claim (Form-31, 19 & 10C) କୁ ସିଲେକ୍ଟ କରିବାକୁ ହେବ।
- ଏହାପରେ ଆପଣଙ୍କ ସାମ୍ନାରେ ଏକ ସ୍କ୍ରୀନ ଉପନ ହୋଇଯିବ, ଯାହା କ୍ଲେମ୍ ସ୍କ୍ରୀନ। ଏଠାରେ କେଓ୍ଵାଇସି, ମେମ୍ବର ଡିଟେଲ ସମତେ ଅନ୍ୟାନ୍ୟ ସର୍ଭିସେଜର ବିବରଣୀ ମହଜୁଦ ରହିଥିବ।
- ଏବେ ଆପଣଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବରର ଲାଷ୍ଟ ୪ ଅଙ୍କ ଏଣ୍ଟର କରିବାକୁ ହେବ। ଏହାପରେYES ଉପରେ କ୍ଲିକ କରିବାକୁ ହେବ।
- ଏହାପରେ ଆପଣଙ୍କୁ ସାର୍ଟିଫିକେଟ ସାଇନ କରିବା ପାଇଁ କୁହାଯିବ।
- ଯେତେବେଳେ ସାର୍ଟିଫିକେଟ ସାଇନ୍ ହୋଇଯିବ ସେତେବେଳେ ଆପଣଙ୍କୁ Proceed for Online Claim କୁ ଯିବାକୁ ହେବ।
- ଏହାପରେ ଆପଣଙ୍କୁ ଡ୍ରପ-ଡାଉନ ମେନ୍ୟୁରେ କିଛି ବିକଳ୍ପ ଦେଖାଯିବ, ଯେଉଁଥିରେ ଆପଣଙ୍କୁ ମେଡିକାଲ ଏମରଜେନ୍ସୀ ସିଲେକ୍ଟ କରିବାକୁ ହେବ।
- ଏବେ ଯେତିକି ଆମାଉଣ୍ଟ ଆପଣ ଉଠାଇବାକୁ ଚାହୁଁଛନ୍ତି ସେତିକି ଏଣ୍ଟର କରନ୍ତୁ ଏବଂ ଚେକର ସ୍କାନଡ କପି ଅପଲୋଡ୍ କରନ୍ତୁ।
- ଏହାପରେ ନିଜ ଆଡ୍ରେସ ଦିଅନ୍ତୁ। ଏବେ ଆପଣଙ୍କ ସାମ୍ନାରେ Get Aadhaar OTP ବିକଳ୍ପ ଦେଖାଯିବ ଯାହାଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ।
- ଏହାପରେ ଆପଣଙ୍କ ରେଜିଷ୍ଟର୍ଡ ନମ୍ବରକୁ ଏକ ଓଟିପି ଆସିବ। ସେହି ଓଟିପି ଭରିବା ପରେ କ୍ଲେମ ଉପରେ କ୍ଲିକ କରନ୍ତୁ।
ଏହାପରେ ଆପଣଙ୍କୁ ଆପଣଙ୍କ ପିଏଫ ଟଙ୍କା ମିଳିଯିବ। ତେବେ ହେଲାନା ଆପଣଙ୍କ ପାଇଁ ବଢ଼ିଆ ଖବର।