ପାର୍ବଣ ଋତୁରେ ଶସ୍ତା ହେଲା ହୋମ୍‌ ଲୋନ୍‌, ଏହି ଦୁଇ ବ୍ୟାଙ୍କ ହ୍ରାସ କଲେ ଭଲ ସୁଧ ଦର

ନୂଆଦିଲ୍ଲୀ : ପାର୍ବଣ ସମୟରେ ଲୋକେ ନୂଆ ଘର କିଣିବାକୁ ପସନ୍ଦ କରନ୍ତି । ଏଥିପାଇଁ କିଛି ବ୍ୟାଙ୍କ ହୋମ୍‌ ଲୋନ୍‌ ଉପରେ ଭଲ ଅଫର ଦେଇଛନ୍ତି । ଏହି ବ୍ୟାଙ୍କ ହୋମ ଲୋନରେ ସୁଧ ଦର ବହୁତ ହ୍ରାସ କରିଛନ୍ତି । ଏହି ତାଲିକାରେ ରହିଛି ବିଦେଶ ବ୍ୟାଙ୍କ HSBC ଓ ଘରୋଇ Yes ବ୍ୟାଙ୍କ ।

HSBC ର ସବୁଠୁ ଶସ୍ତା ମଡଗେଜ ଲୋନ୍‌

HSBC ନିଜର ହୋମ ଲୋନ ପ୍ରଡକ୍ଟ ଉପରେ ସୁଧ ଦର ହ୍ରାସ କରିଛି । ବ୍ରିଟେନ୍‌ର ଏହି ବ୍ୟାଙ୍କ ଭାରତରେ ଏବେ ୬.୪୫ ବାର୍ଷିକ ସୁଧ ରେଟରେ ମଡଗେଜ ଲୋନ ଦେଉଛି । କୌଣସି ଅନ୍ୟ ବ୍ୟାଙ୍କର ଲୋନକୁ ଟ୍ରାନ୍ସଫର କରୁଥିବା ଗ୍ରାହକଙ୍କୁ ବି ବ୍ୟାଙ୍କ ସୁନ୍ଦର ଅଫର ଦେଇଛି । ଏହା ଦେଶର ସବୁଠୁ ଶସ୍ତା ହୋମ ଲୋନ୍‌ ।

୩୧ ଡିସେମ୍ବର ଯାଏ ପ୍ରୋସେସିଂ ଫି ଛାଡ଼

ବ୍ୟାଙ୍କ ନୂଆ ହୋମ ଲୋନ ୬.୭୦ % ସୁଧରେ ଦେଉଛି । ଏହି ସୁଧ ରେଟ୍‌ରେ ବ୍ୟାଙ୍କ ୩୦ କୋଟି ଯାଏ ଲୋନ ଦେଇପାରିବ । ଏହା ଦେଶର ଅନ୍ୟ ବ୍ୟାଙ୍କର ହୋମ ଲୋନ ପାଖାପାଖି । ୩୧ ଡିସେମ୍ବର ଯାଏ ଲୋନ୍‌ ଉପରେ ପ୍ରୋସେସିଂ ଫି ଛାଡ଼ କରିଛି ବୋଲି ବ୍ୟାଙ୍କ ଘୋଷଣା କରିଛି ।

Yes ବ୍ୟାଙ୍କ ବି କମାଇଛି ସୁଧ ଦର

Yes Bank ମଧ୍ୟ ନିଜ ହୋମ ଲୋନ ଉପରେ ସୁଧ ଦର ୬.୭୦ % କୁ କମାଇ ଦେଇଛି । ଯଦିଓ ଓ୍ଵାର୍କିଂ ଲେଡିଙ୍କ ପାଇଁ ଏହି ସୁଧ ଦର ୬.୬୫ କୁ ହ୍ରାସ କରାଯାଇଛି । ଏହା ପୂର୍ବରୁ Kotak Mahindra Bank ହୋମ ଲୋନ ଉପରେ ନିଜର ସୁଧ ଦର ୬.୫୦ କୁ ହ୍ରାସ କରିଥିଲା । ସେହିପରି SBI, HDFC ବ୍ୟାଙ୍କମାନେ ମଧ୍ୟ ନିଜର ହୋମ ଲୋନ ସୁଧ ଦର ହ୍ରାସ କରିଛନ୍ତି ।

Leave A Reply

Your email address will not be published.