କେରଳ ବନ୍ଯା ପ୍ରପୀଡ଼ିତାଙ୍କ ମୋବାଇଲ ଫ୍ରିରେ ସଜାଇବ ହୁୱାଇ

ନୂଆଦିଲ୍ଳୀ : କେରଳରେ ଆସିଥିବା ଭୟଙ୍କର ବନ୍ଯାରେ ଜନଜୀବନ ବହୁତ ମାତ୍ରାରେ କ୍ଷତି ହୋଇଛି। ଏଥିରେ ପାଖାପାଖି ୪୦୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଧନସମ୍ପତ୍ତି କ୍ଷତି ହୋଇଛି। ଏହି ସମୟରେ କେରଳବାସୀଙ୍କୁ ସାହାଯ୍ଯର ହାତ ବଢ଼ାଇଛି ସାରା ଦେଶ। ଖାଲି ଦେଶ ନୁହଁ ଦେଶ ବାହାରୁ ମଧ୍ୟ ବନ୍ଯା ପୀଡ଼ିତାଙ୍କ ପାଇଁ ଅନେକ ପ୍ରକାରର ସହାୟତା ରାଶି ଆସିଛି। ଏହି ମଧ୍ୟରେ ଚାଇନାର ଇଲେକଟ୍ରୋନିକ୍ କମ୍ପାନୀ ହୁୱାଇ କେରଳବାସୀଙ୍କ ପାଇଁ ଏକ ଅଭିନବ ସାହାୟତା କରିଛି। ବନ୍ଯାରେ ଖରାପ ହୋଇଥିବା ସମସ୍ତ ହୁୱାଇ ସ୍ମାର୍ଟଫୋନକୁ ମାଗଣାରେ ଠିକ୍ କରାଇବ କହିଛି ହୁୱାଇ। କମ୍ପାନୀ ଏନେଇ ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛି।


ହୁୱାଇ କଷ୍ଟମର ବିଜନେସ ସମୁହର ନିର୍ଦ୍ଦେଶକ ଏଲନ୍ ୱାଙ୍ଗ କହିଛନ୍ତି “ଆମେ ଆମର ଗ୍ରାହକ ସେବା ଟିମକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିଛୁ। ଯାହା ଦ୍ବାରା କେରଳ ବନ୍ଯା ପ୍ରପୀଡ଼ିତାଙ୍କ ମୋବାଇଲ ଠିକ୍ ମାଗଣାରେ କରାଯାଇପାରିବ। ପାଣିରେ ଖରାପ ହୋଇଥିବା ମୋବାଇଲ ଗୁଡ଼ିକୁ ମାଗଣାରେ ସଜଡ଼ା ଯିବ। ” ତେବେ ହୁୱାଇର ଏହି ମାଗଣା ସେବା ଅଗଷ୍ଟ ୩୧ ତାରିଖ ପର୍ଯ୍ଯନ୍ତ ଲାଗି ରହିବ।

ନିଶ୍ଚିତ ପଢ଼ନ୍ତୁ: ବାପା ଥିଲେ ଗରିବ ଚୌକିଦାର, ପୁଅ ଦେଶର ୮ମ ଧନୀ ବ୍ୟକ୍ତି

ଏଥିସହ କମ୍ପାନୀ କେରଳ ରାଜ୍ଯରେ ନିଜର ସେବାକୁ ଉପଲବ୍ଧ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଧିକାରୀ ଏବଂ ବରିଷ୍ଟ ସେବା କେନ୍ଦ୍ରରେ ଟେକନିକାଲ ଟିମ୍କୁ ସକ୍ରିୟ କରିଛି। ଏହା ଛଡ଼ା କେରଳରେ ଅନେକ ସ୍ମାର୍ଟଫୋନ୍ କମ୍ପାନୀ ରିପାରିଂ ସେବାକୁ ମାଗଣା କରାଇବାରେ ଲାଗିଛନ୍ତି। ଅପରପକ୍ଷରେ ଅଟୋ କମ୍ପାନୀ ଗୁଡ଼ିକ ମଧ୍ୟ ଅବସ୍ଥାର ଶୀଘ୍ର ସୁଧାର ପାଇଁ ଅନେକ ସ୍ଥାନରେ ରିପାରିଂ ଶିବିର ଲଗାଇଛନ୍ତି।